ବୟସ ମାତ୍ର ୧୮, ଏତେ କମ୍ ବୟସରେ କାହିଁକି ହୋଟେଲରେ ଝୁଲି ପଡିଲେ ଯୁବତୀ, ଜାଣନ୍ତୁ ପୁରା ଘଟଣା

 
Bar girl

ହୋଟେଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ରାଜଧାନୀ କଳ୍ପନା ଛକରେ ଥିବା ଦୀପାଲି ନାମକ ହୋଟେଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବତୀ ହେଉଛନ୍ତି ଭଦ୍ରକ କୁଆ ବାଗସାହିର ଶୁଭଲକ୍ଷ୍ମୀ ସାହୁ। ଯୁବତୀଙ୍କ ବୟସ ମାତ୍ର ୧୮ ବର୍ଷ ହେବ। ସବୁଠାରୁ ବଡ ସନ୍ଦେହଜନକ କଥା ହେଉଛି କି ଯୁବତୀ ଜଣକ ବାର ଡ୍ୟାନ୍ସର ଥିଲେ ନା ସେ ଗେଷ୍ଟ ହିସାବରେ ହୋଟେଲକୁ ଆସିଥିଲେ ତାହା ବର୍ତମାନ ସୁଦ୍ଧା କିଛି ସ୍ପଷ୍ଟ ଜଣାପଡିନାହିଁ।

Bar girl

ସୂଚନାଯୋଗ୍ୟ ଭୁବନେଶ୍ବରର କଟକ ରୋଡ ଲକ୍ଷ୍ମୀସାଗରରେ ଥିବା ଦୀପାଲି ବାରର 205 ନମ୍ବର ରୁମରେ ମିଳିଛି ଏହି ଯୁବତୀଙ୍କ ମୃତ ଦେହ। ଶୁକ୍ରବାର ଭୋର୍ ୩ଟା ୨୦ରେ ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ଏହି ହୋଟେଲରେ ଶୁଭଲକ୍ଷ୍ମୀ ସାହୁ ପ୍ରବେଶ କରିଥିଲେ। ହେଲେ ହୋଟେଲ କର୍ମଚାରୀମାନେ ତାଙ୍କୁ ତାଙ୍କ ରୁମ ନମ୍ବର ୨୦୫ରେ ଝୁଲନ୍ତା ଅବସ୍ଥାରେ ଦେଖି ସଙ୍ଗେ ସଙ୍ଗେ ଲକ୍ଷ୍ମୀସାଗର ଥାନାକୁ ଖବର ଦେଇଥିଲେ।

Bar girl

ଖବର ପାଇ ଥାନାରୁ ଏକ ଟିମ୍ ହୋଟେଲରେ ପହଞ୍ଚି ମୃତଦେହ ଜବତ କରିଛି। ମୃତକଙ୍କ ପରିବାର ଲୋକ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ନିଷ୍ପତ୍ତି ନେଇଛି। ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। 

ଜଣେ 18 ବର୍ଷର ଝିଅ ହୋଟେଲରେ ସକାଳ ସମୟରେ ଚେକ୍ ଇନ ହେବା ଓ ପରେ ହୋଟେଲରେ ମୃତ୍ୟୁ ହେବା ପୋଲିସର ସନ୍ଦେହ ବଢାଇଛି। ତେବେ ଯୁବତୀ ଜଣଙ୍କ ଏକା ଆସିଥିଲେ ନା ତାଙ୍କ ସହ ଆଉ କିଏ ଥିଲେ। ସେ ହୋଟେଲକୁ କେଉଁ ଉଦ୍ଦେଶ୍ୟରେ ଆସିଥିଲେ। ଏପରି ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି ପୋଲିସ। ଯୁବତୀଙ୍କ ଭ୍ୟାନିଟ ଓ ମୋବାଇଲ ଜବତ ହୋଇଛି।