୪୯ ବର୍ଷ ବୟସରେ ସାମ୍ବାଦିକାଙ୍କୁ ପ୍ରେମ କରି ବାହା ହେବେ ପ୍ରଦୀପ ମାଝୀ, କେମିତି ହେଲା ପ୍ରେମ ଜାଣନ୍ତୁ?
ଟ୍ରେଣ୍ଡିଙ୍ଗରେ ଚାଲିଛି ରାଜନେତା ମାନଙ୍କର ଦ୍ଵିତୀୟ ଇନିଂସ୍ ତଥା ଦ୍ଵିତୀୟ ବିବାହ । କିଛି ଦିନ ତଳେ କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ଦ୍ଵିତୀୟ ବିବାହ କରିଥିବା ବେଳେ ଗତକାଲି ଜାଗ୍ରତିଙ୍କ ହାତ ଧରିଛନ୍ତି ବାଳୁଙ୍ଗା ଟୋକା ଅନୁଭବ । ଦିଲ୍ଲୀରେ ବାନ୍ଧବୀ ଜାଗ୍ରତିଙ୍କ ମଥାରେ ସିନ୍ଦୁର ବେକରେ ମଙ୍ଗଳସୁତ୍ର ପିନ୍ଧାଇ ସାତ ଜନମର ସାଥି କରିଛନ୍ତି ଅଭିନେତା ଅନୁଭବ ମହାନ୍ତି ।
ନବରଙ୍ଗପୁରର ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀ ବିବାହ କରିବାକୁ ଯାଉଛନ୍ତି । ଗୋଆରେ ବିବାହ କରିବେ ବିଜେଡି ନେତା । ସାମ୍ବାଦିକା ସୁଶ୍ରୀ ସଙ୍ଗୀତା ସାହୁଙ୍କ ସହ ଜୀବନର ଦ୍ବିତୀୟ ଇନିଂସ ଆରମ୍ଭ କରିବେ ପ୍ରଦୀପ । ତେବେ ଘରୋଇ ଓଡ଼ିଆ ଟିଭି ଚ୍ୟାନେଲରେ ସାମ୍ବାଦିକା ଥିବା ସୁଶ୍ରୀ ସଙ୍ଗୀତା ଓ ପ୍ରଦୀପ ମାଝୀ ଭୁବନେଶ୍ବରରେ ଏକାଠି ଜିମ୍ ଯିବାବେଳେ ଇଭୟଙ୍କ ମଧ୍ୟରେ ହୋଇଥିଲା ପ୍ରେମ ।
ଦୀର୍ଘବର୍ଷର ପ୍ରେମ ସମ୍ପର୍କ ପରେ ପରସ୍ପରକୁ ଜୀବନସାଥୀ ଭାବେ ବାଛିବାକୁ ଉଭୟ ନିଷ୍ପତ୍ତି ନେଇଥିଲେ ଉଭୟେ । ଗୋଆସ୍ଥିତ ପାଞ୍ଜିମରେ ତାଙ୍କ ବିବାହ ଉତ୍ସବର ଆୟୋଜନ କରାଯାଇଛି । ସୁଶ୍ରୀ ଜଣେ ପୂର୍ବତନ ସାମ୍ବାଦିକା ଯିଏ କିଛି ସ୍ଥାନୀୟ ଖବରକାଗଜ ଏବଂ ଟେଲିଭିଜନ ଚ୍ୟାନେଲରେ କାମ କରିଛନ୍ତି। ସେ ରାଜଧାନୀର ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତା ଏବଂ ମାସ କମ୍ୟୁନିକେଶନରେ ପାଠ ପଢିଛନ୍ତି।
ପ୍ରଦୀପ ମାଝୀଙ୍କ ବୟସ ଏବେ ୪୯ ବର୍ଷ। ନବରଙ୍ଗପୁରର ସେ କଂଗ୍ରେସ ସାସଂଦ ଥିଲେ। ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହୋଇଥିଲେ। ନବରଙ୍ଗପୁରରୁ ବିଜେଡି ସାଂସଦ ପ୍ରାର୍ଥୀ ହୋଇ ସେ ବିଜେପି ପ୍ରାର୍ଥୀ ବଳଭଦ୍ର ମାଝୀଙ୍କଠାରୁ ହାରିଯାଇଥିଲେ।