ଆସିଷ୍ଟାଣ୍ଟ କଲେକ୍ଟରଙ୍କ ସନ୍ଦେହ ଜଣକ ମୃତ୍ୟୁ, କିଏ ମାରି ଫୋପାଡିଲା ପାର୍କ ପୋଖରୀରେ? ଜାଣନ୍ତୁ ପୁରା ଘଟଣା
ଆସିଷ୍ଟାଣ୍ଟ କଲେକ୍ଟରଙ୍କ ସନ୍ଧେହ ଜନକ ମୃତ୍ୟୁ। ଏହା ଆତ୍ମହତ୍ୟା ନା ଷଡ଼ଯନ୍ତ୍ର ଜନିତ ହତ୍ୟା ।ଜଣେ ଉଚ୍ଚପଦବୀ ଓ ମାନ୍ ସମ୍ମାନ ପାଇ ମଧ୍ୟ କାହିଁକି ଆତ୍ମହତ୍ୟା କରିବେ।ତେବେ ଯଦି ଏହା ହତ୍ୟା ହୋଇଥାଏ କିଏ ଓ କାହିଁକି କରିଛି ହତ୍ୟା ।ଏପରି ଅନେକ ପ୍ରଶ୍ନ ଉଠୁଚି କଲେକ୍ଟରଙ୍କର ମୃତ୍ୟୁ ଙ୍କୁ ନେଇ ।ହେଲେ ପରିବାର ଲୋକେ କିନ୍ତୁ ଦାବି କରିଛନ୍ତି ଯେ ଏହା ଏକ ହତ୍ୟା ଯାହା ନେଇ ପୋଲିସ ଆରମ୍ଭ କରିଦେଇଛି ତଦନ୍ତ।
ମୃତ ଆସିଷ୍ଟାଣ୍ଟ କଲେକ୍ଟରଙ୍କ ନାମ ସୁସ୍ମିତା ମିଞ୍ଚ। ବୟସ ୩୫ ବର୍ଷ। ସେ ଗତ କିଛି ବର୍ଷ ଧରି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଆସିଷ୍ଟାଣ୍ଟ କଲେକ୍ଟର ଭାବେ କାର୍ଯ୍ୟ କରୁଥିଲେ। ଗତ ମଙ୍ଗଳ ବାର ଦିନ ପୋଲିସ ତାଙ୍କ ମୃତ ଦେହକୁ ସେନ୍ସରିକ ପାର୍କ ପୋଖରିରୁ ଉଦ୍ଧାର କରିଛି ଯାହା ନେଇ ସହରରେ ଏବେ ଖୁବ୍ ଚର୍ଚ୍ଚା। ପରିବାର ଲୋକେ ସୁସ୍ମିତାଙ୍କ ମୃତ୍ୟୁ ପାଇଁ ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟୀ ବୋଲି କହୁଛନ୍ତି।
ସୁସ୍ମିତାଙ୍କ ଭାଇଙ୍କ କହିବା ଅନୁସାରେ ପ୍ରାୟ ମାସେ ହେବ ତାଙ୍କ ଭଉଣୀ ସୁସ୍ମିତା ମାନସିକ ଅବସାଦରେ ରହୁଥିଲେ। ଗତ ୧୬ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ବିଡ଼ିଓ ଓ ତହସିଲଦାର ଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁ ବୈଠକରେ କୁହାଯାଇଥିଲା ଯେ ସୁସ୍ମିତା ଙ୍କ ମାନସିକ ସ୍ଥିତି ଠିକ୍ ନାହିଁ ଏବଂ ଏ ସମ୍ଭଦ୍ଧରେ ପରିବାର ଲୋକଙ୍କୁ ଜଣାଇବା ପାଇଁ।

ଗତ ୧୭ ତାରିଖ ଦିନ ଗୁରୁଣ୍ଡିଆ ବିଡ଼ିଓ ସସ୍ମିତାଙ୍କ ଘରକୁ ଯାଇ ଏ ବିଷୟରେ ତାଙ୍କ ମାଙ୍କୁ ଜଣାଇ ଥିଲେ। ୧୬ ରୁ ୧୭ ତାରିଖ ସକାଳ ପ୍ରାୟ ୧୦.୩୦ ମିନିଟ ପର୍ଯ୍ୟନ୍ତ ସୁସ୍ମିତା ଙ୍କୁ ତାଙ୍କ ମା ଓ ଭାଇ ପ୍ରଦୀପ ଅନେକ ଥର ଫୋନ କରିଥିଲେ ମଧ୍ୟ ସୁସ୍ମିତା କୌଣସି ଉତ୍ତର ଦେଇନଥିଲେ । ଯେଉଁଥିପାଇଁ ପ୍ରଦୀପ ଓ ତାଙ୍କ ମାଆ ଡରିଯାଇଥିଲେ। ସେ ୧୭ ତାରିଖରେ ଉଦିତନଗର ଥାନାରେ ଭଉଣୀ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ। ପରେ ମଙ୍ଗଳବାର ସନ୍ଧ୍ୟା ସମୟରେ ପୋଲିସ ସସ୍ମିତାଙ୍କ ମୃତ ଦେହ ଏକ ପୋଖରୀରୁ ଉଦ୍ଧାର କରିଥିଲା।
ଏହି ଘଟଣାକୁ ନେଇ ଏବେବି ଅନେକ ପ୍ରଶ୍ନ ଅସ୍ପଷ୍ଟ ରହିଛି ।ଯାହାର ଉତ୍ତର ହୁଏତ ପୋଲିସ ର ତଦନ୍ତ ପରେ ଜଣାପଡିପରେ ।ଘଟଣାକୁ ନେଇ ସସ୍ମିତାଙ୍କ ଭାଇ ପ୍ରଦୀପ ଅନେକ ପ୍ରଶ୍ନ ଉଠାଇଛନ୍ତି ଯାହା ଅବଶ୍ୟ ଯୁକ୍ତିଯୁକ୍ । ଯେପରିକି ସସ୍ମିତା ହୋଟେଲ ରୁ ପାର୍କ କୁ ଆସିଲେ କେମିତି ? ଯଦିବି ଆସିଲେ ସେ ପୋଖରୀରେ କାହିଁକି ଯାଇଥିଲେ? ଯିବା ସମୟରେ କଣ ତାଙ୍କୁ କେହି ଦେଖିପାରିଲେ ନାହିଁ କିପରି ?