ସୁନାବେଶ ଦର୍ଶନ ପାଇଁ ଆସିଥିଲେ ସଂଘମିତ୍ରା, ଜଗା ଦର୍ଶନ ବେଳେ ଚାଲିଗଲା ଜୀବନ, ଜାଣନ୍ତୁ ପୂରା ଘଟଣା
ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ବେଳେ ଗୁରୁବାର ଅଘଟଣ ଘଟିଛି। ପ୍ରବଳ ଗହଳି ଭିତରେ ଶ୍ୱାସରୁଦ୍ଧ ହୋଇ ଜଣେ ଯୁବତୀ ଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାମ ସଂଘମିତ୍ରା ବାରିକ ଏବଂ ଘର ଭୁବନେଶ୍ବର ବୋଲି ଜଣାପଡିଛି। ସଂଘମିତ୍ରା ସୁନାବେଶ ଦେଖିବାକୁ ପରିବାର ଓ ସମ୍ପର୍କୀୟଙ୍କ ସହ ପୁରୀ ଆସିଥିଲେ। ଜଗାର ସୁନାବେଶ ଦେଖିଲେ। ମାତ୍ର ବେଶ ଦେଖି ବାହରୁଥିବାବେଳେ ଭିଡ଼ରେ ଅଣନିଃଶ୍ୱାସୀ ହୋଇ ଅଚେତ ହୋଇଗଲେ। ତାଙ୍କୁ ତୁରନ୍ତ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ରଥ ଉପରେ ରାଥାରୁଢ଼ ଶ୍ରୀଜିଉମାନଙ୍କ ସୁନା ବେଶ ପ୍ରାୟ ଅପରାହ୍ନ ୩ଟାରୁ ଆରମ୍ଭ ହୋଇଥିଲା। କିନ୍ତୁ ସକାଳୁ ଭକ୍ତଙ୍କ ଦର୍ଶନ ଲାଗି ରହିଥିଲା। ତେବେ ଧିରେ ଧିରେ ଭିଡ ବଢ଼ିଥିଲା। ଠେଲାପେଲା ଭିତରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ।ତେବେ ସୁନାବେଶ ଦେଖିବା ସଂଘମିତ୍ରାଙ୍କ ଶେଷ ଦର୍ଶନ ହୋଇଥିଲା। ତାଙ୍କ ମୃତ୍ୟୁରେ ପରିବାରରେ ଶୋକ ପ୍ରକାଶ ପାଇଛି।
ସନ୍ଧ୍ୟାରେ ସେ ସମ୍ପର୍କୀୟଙ୍କ ସହ ସୁନାବେଶ ଦର୍ଶନ କରିବାକୁ ଯାଇଥିଲେ। ପ୍ରବଳ ଭିଡ଼ ଭିତରେ ବାହାରକୁ ଆସିବାକୁ ଚେଷ୍ଟା କରୁଥିବାବେଳେ ସେ ଅଣନିଃଶ୍ୱାସୀ ହୋଇଯାଇଥିଲେ ବାଲି ତାଙ୍କ ମା'ବାସନ୍ତୀ ବାରିକ କହିଛନ୍ତି। ଭିଡ଼ ଭିତରୁ ତାଙ୍କ ମାଉସୀ ପୁଅ ରାଜେନ୍ଦ୍ର ବାରିକ ଉଦ୍ଧାର କରି ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଶ୍ୱାସରୁଦ୍ଧ ହେବା ଯୋଗୁ ପ୍ରାଣ ହରାଇଥିବା କହିଛନ୍ତି ତାଙ୍କ ବଡ଼ବାପା ପୁଅ ଭାଇ ମାନସ ରଞ୍ଜନ ବାରିକ କହିଛନ୍ତି। ପୁଲିସ ଶବ ଜବତ କରିଛି।