ଅର୍ଚ୍ଚନାଙ୍କ ପ୍ରେମ ଜାଲରେ ପଡ଼ିଗଲେ ସାର୍! ଖାଇବାକୁ ଦେଉଛନ୍ତି ବିରିୟାନୀ ସହ ପିନ୍ଧିବାକୁ ୫୦ ହଳ ଡ୍ରେସ୍, ଜାଣନ୍ତୁ ପୁରା ଖବର

 
Archana Nag
ଅର୍ଚ୍ଚନା ନାଗଙ୍କର ଏବେବି କମିନି ଦବଦବା। ବାହାରେ ଯେଉଁ ଖେଳ ଚାଲିଥିଲା ଜେଲ୍ ଭିତରେ ବି ସେହି ଖେଳ। ଏମିତି କି ମନ୍ତ୍ର ଫୁଙ୍କିଛନ୍ତି କେଜାଣି ଅର୍ଚ୍ଚନା, କମୁନି ଅସର୍। ଲୋକେ ଟାଣି ହୋଇଯାଉଛନ୍ତି ଜେଲକୁ। ହଁ, ଲୋକେ କହିବା ହୁଏ ତ ଭୁଲ ହୋଇଯିବ କାରଣ ଏ ଲୋକ କେଉଁ ସାଧାରଣ ଲୋକ ନୁହଁନ୍ତି ଏମାନେ ସବୁ ପାୱାର ଥିବା ଲୋକ।
ଭ
ଅର୍ଚ୍ଚନାଙ୍କ କାରନାମା ସାମ୍ନାକୁ ଆସିବା ପରେ ସେ ଏବେ ଜେଲରେ। କୁହାଯାଉଛି, ଏହା ନାମକୁ ମାତ୍ର ଜେଲ। ହେଲେ ଅର୍ଚ୍ଚନା କୁଆଡେ ସେଠି ରାଣୀ ଭଳି ରହୁଛନ୍ତି। ନିଜ ମନ ଇଛା କାମ କରୁଛନ୍ତି। ସେଠାରେ ସେ ଜେଲର କୟେଦି ଭାବରେ ନୁହେଁ ବରଂ ଜେଲର ଏକ ସମ୍ମାନସ୍ପଦ ଅତିଥି ଭାବେ ରହୁଛନ୍ତି। ଯେପରି ଅପରାଧୀ ହୋଇ ନୁହେଁ ତ ଗଡ ଜିତି ଜେଲ୍ ଯାଇଛନ୍ତି।
ଆଜ୍ଞା ହଁ, ଅର୍ଚ୍ଚନା ଏବେ ଝାରପଡ଼ା ଜେଲରେ ରହୁଥିବା ବେଳେ ତାଙ୍କୁ ନେଇ ଅନେକ କଥା ଶୁଣିବାକୁ ମିଳୁଛି। ନିକଟରେ ଏକ ମହିଳା ଜେଲରୁ ଜାମିନରେ ଆସିବା ପରେ ଗୁମର ଖୋଲି ଦେଇଛନ୍ତି ଜେଲ୍ ଭିତରର। କିପରି ଅର୍ଚ୍ଚନା ସେଠାରେ ୟେସରେ ରହୁଛନ୍ତି, ନାମୀଦାମୀ ଜିନିଷର ବ୍ୟବହାର କରୁଛନ୍ତି। ପ୍ରାୟ ୫୦ ହଳ ଡ୍ରେସ୍ ଓ ୧୦ ହଳ ଜୋତା ରହିଛି ତାଙ୍କ ପାଖରେ। କେତେବେଳେ ବିରୀୟାନି ତ କେତେବେଳେ ମଟନ୍ ଖାଉଛନ୍ତି ସେ। ସବୁ ବ୍ରାଣ୍ଡିଂ ଜିନିଷ ବ୍ୟବହାର କରୁଛନ୍ତି ଅର୍ଚ୍ଚନା।
Bb
ଜେଲର ନିୟମ ଅନୁସାରେ କୟେଦି ମାନଙ୍କୁ ପରିଚିତ ଲୋକମାନେ ସପ୍ତାହକୁ ଥରେ ମାତ୍ର ଦେଖା କରି ପାରିବେ। ହେଲେ ଜେଲ ରେ କୁଆଡେ ନୂଆ ନୂଆ ଲୋକ ଭେଟୁଛନ୍ତି ଅର୍ଚ୍ଚନାଙ୍କୁ। ଏବଂ ବିତାଉଛନ୍ତି ଅନେକ ସମୟ। କେହି ଜଣେ ଜେଲ୍ କର୍ମଚାରୀ ଏ ନେଇ ବିରୋଧ କରିବାରୁ ବଦଳେଇର ତାଙ୍କୁ ଧମକ ଦେଇଥିଲେ ଅର୍ଚ୍ଚନା। ଏହି ଘଟଣାର ସମ୍ପୂର୍ଣ ସତ୍ୟତା ଜଣା ପଡ଼ି ନ ଥିଲେ ବି ସୂଚନାଟି ଖୁବ୍ ଚର୍ଚ୍ଚିତ। ସତ୍ୟ ସାମ୍ନାକୁ ଆସିବ କି ଆସିବା ପୂର୍ବରୁ ଚାପି ଦିଆଯିବ ତାହା ମଧ୍ୟ କହି ହେଉ ନାହିଁ।