ଦେଖନ୍ତୁ ଭିଡିଓ: ଜେଲରୁ ବାହାରିବା ପରେ ପୁରାପୁରି ସୁଧୁରିଗଲେ ଅର୍ଚ୍ଚନା ନାଗ, ଲୁଟୁଥିବା ହାତ ଏବେ କରୁଛି ଦାନ

 
Archana nag

ଜେଲରୁ ମକୁଳିବା ପରେ ସମାଜ ସେବାରେ ଲାଗିଛନ୍ତି ଅର୍ଚ୍ଚନା ନାଗ ।ବସ୍ତିବାସିନ୍ଦାଙ୍କୁ ଖାଇବାକୁ ଦେବା ସହ ମହିଳାମାନଙ୍କୁ ଶାଢୀ ବଣ୍ଟନ କରିଛନ୍ତି । ନିଜେ ପିଲାମାନଙ୍କୁ ଖାଦ୍ୟ ଖୁଆଇ ଦେଉଥିବା ନଜରକୁ ଆସିଛି । ଭୁବନେଶ୍ୱର ସତ୍ୟ ବିହାର ଅଂଚଳରେ ପାଖାପାଖି ୧୫୦ ଜଣଙ୍କ ପାଇଁ ଏଭଳି ବ୍ୟବସ୍ଥା କରିଥିଲେ ଅର୍ଚ୍ଚନା ନାଗ ।

Archana nag

ତେବେ ଦିନେ ଏହି ନାଁ ବହୁ ଚର୍ଚ୍ଚାରେ ଥିଲା। ସେକ୍ସ ସ୍କାଣ୍ଡାଲ୍‌ଠାରୁ ଆରମ୍ଭ କରି ବଟି ଆଦାୟ ପର୍ଯ୍ୟନ୍ତ କେତେ କ'ଣ ବଦନାମ ମୁଣ୍ଡାଇ ଥିଲେ ଅର୍ଚ୍ଚନା ନାଗ। ଏପରିକି ଜେଲ୍‌ ମଧ୍ୟ ଯାଇଥିଲେ। ଏବେ ସେ ବେଲ୍‌ରେ ଜେଲ୍‌ରୁ ବାହାରିଛନ୍ତି। ଜେଲ୍‌ରୁ ବାହାରିବା ପରେ ସେ ସମାଜସେବାରେ ଲାଗି ପଡ଼ିଛନ୍ତି। ଶୁଣିବାକୁ ମିଳୁଛି, କଳଙ୍କ ଲିଭାଇବା ପାଇଁ ସେ ସମାଜସେବାକୁ ଅସ୍ତ୍ର ଭାବେ ଗ୍ରହଣ କରିଛନ୍ତି।

ସତ୍ୟ ବିହାର ଅଂଚଳରେ ବସ୍ତିବାସିନ୍ଦାଙ୍କୁ ଖାଇବାକୁ ଦେବା ସହ ମହିଳାମାନଙ୍କୁ ଶାଢୀ ବଂଟନ କରିଛନ୍ତି । ନିଜେ ଖାଦ୍ୟ ବାଢିଦେବା ସହ ପିଲାମାନଙ୍କୁ ଖାଦ୍ୟ ଖୁଆଇ ଦେଉଥିବା ଦେଖିବାକୁ ମିଳିଛି । ଭୁବନେଶ୍ୱର ସତ୍ୟ ବିହାର ଅଂଚଳରେ ପାଖାପାଖି ୧୫୦ ଜଣଙ୍କ ପାଇଁ ଏଭଳି ବ୍ୟବସ୍ଥା କରିଥିଲେ ଅର୍ଚ୍ଚନା ନାଗ ।

୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। ଆଉ ବିଜେଡି ବିଧାୟକ ସୁଶାନ୍ତ ରାଉତଙ୍କ ବିରୋଧରେ ଲଢ଼ିବେ। ତେବେ କେଉଁ ଦଳରୁ ସେ ଲଢ଼ିବେ, ତାହା ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ।

ସେକ୍ସ ସିଣ୍ଡିକେଟ୍‌ ଚଳାଇବା ପରି କଳଙ୍କ ମୁଣ୍ଡାଇଥିବା ଅର୍ଚ୍ଚନା ନାଗ ହଠାତ୍‌ କାହିଁକି ବଦଳାଇଲେ ଏପରି ରୂପ? ଏହାକୁ ନେଇ ରାଜଧାନୀରେ ନାନା ଚର୍ଚ୍ଚା। ଏହି ଚର୍ଚ୍ଚା ଭିତରେ ଶୁଣିବାକୁ ମିଳୁଛି, ଅର୍ଚ୍ଚନା ନାଗ ରାଜନୀତିରେ ଏଣ୍ଟ୍ରି ମାରିବେ। ଲୋକଙ୍କ ଦିଲ୍‌ରେ ରହିବା ପାଇଁ ଚାହୁଁଛନ୍ତି। ତେଣୁ ଅତୀତର ସେହି କଳଙ୍କ ଲିଭାଇବା ପାଇଁ ବସ୍ତିବାସିନ୍ଦାଙ୍କ ମନ ଜିଣିବାକୁ ଚେଷ୍ଟା କରୁଛନ୍ତି।