ଏଥର ବିଜେପିରେ ଆଉ ଦେଖିବାକୁ ମିଳିବେନି ଅପରାଜିତା! ବିଜେପି ଦଳରେ ଏ କଣ ଚାଲିଛି? ଜାଣନ୍ତୁ ପୁରା ଖବର

 
Aparajita
ବିଜେପିରୁ ଆଉଟ୍ ହେଲେ ମାଡମ୍ ସାଂସଦ ଅପରାଜିତା ଷଡ଼ଙ୍ଗୀ ! ବିଜେପି କହିଲେ ଯେ ଦିନେ ଅପରାଜିତାଙ୍କୁ ବୁଝାଉଥିଲା ହେଲେ ବର୍ତ୍ତମାନର ପାଣିପାଗ କିଛି ଅଲଗା କହୁଛି । ନିକଟରେ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଭାରତୀୟ ଜନତା ପାର୍ଟି ବିଭିନ୍ନ କମିଟି ଗଠନ କରିଛି । ହେଲେ କୌଣସି ବି କମିଟିରେ ନାଆଁ ନାହିଁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କର ।

E

ବିଜେପି ତରଫରୁ କୋର୍ କମିଟି , ନିର୍ବାଚନ କମିଟି, ଶୃଙ୍ଖଳା କମିଟି ଓ ଫାଇନାନ୍ସ କମିଟି ଆଦି ଗଠନ କରା ଯାଇଛି । ଏହି କମିଟି ସବୁରେ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ସବୁ ବିଜେପି ନେତା ସାମିଲ୍ ଅଛନ୍ତି । ହେଲେ କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା କୌଣସି ବି କମିଟିରେ ଅପରାଜିତା ଙ୍କର ନାମ ନାହିଁ ।

Follow our WhatsApp channel and get all the Latest news

WhatsApp Channel (Join Now) Join Now

ରାଜନୈତିକ ସ୍ତରରେ ଯାହା ବର୍ତ୍ତମାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚାର ବିଷୟ ପାଲଟିଛି । କେହି କେହି କହୁଛନ୍ତି ଏହିପରି ଧୀରେ ଧୀରେ କରି ଅପରାଜିତାଙ୍କୁ ଦଳରୁ ବାଦ୍ ଦେଇ ଦେବ ବିଜେପି । ୨୦୧୯ ମସିହାରେ ନିର୍ବାଚନରେ ଯେତେବେଳେ ଏଣ୍ଟ୍ରି କରିଥିଲେ ଅପରାଜିତା ସେତେବେଳେ ଦଳ ଓ ଲୋକ ମାନଙ୍କର ଅନେକ ବିଶ୍ୱାସ ଓ ଭରଷା ରହିଥିଲା ଅପରାଜିତାଙ୍କ ଉପରେ । ଯାହା ସମ୍ଭବତଃ ପୁରା ହୋଇପାରି ନାହିଁ । 

ଦଳରେ ଅପରାଜିତାଙ୍କର ଏକାକୀ ଶାସନ ଚାଲୁଥିଲା । ଓଡ଼ିଶାରେ ଅପରାଜିତାଙ୍କ ଏଣ୍ଟ୍ରି ପରେ ଓଡ଼ିଶାରେ ୨ଟି ବିଜେପି ଦଳ ଦେଖିବାକୁ ମିଳିଥିଲା । ଓଡ଼ିଶାର କିଛି ବିଜେପି ନେତା ଅପରାଜିତାଙ୍କୁ ସମର୍ଥନ କରୁଥିବା ବେଳେ ଅଧିକାଂଶ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମର୍ଥନ ଜଣାଇ ଆସୁଥିଲେ ।

ଏଠାରେ ଅପରାଜିତାଙ୍କ ର ଏକ ମୁଖ୍ୟ କାର୍ଯ୍ୟ ଥିଲା ଦଳ ଭିତରେ ନିଜ ଭୂମିକାକୁ ସୁଦୃଢ଼ କରିବା । ହେଲେ ତାହା ମଧ୍ୟ ସୁଚାର ରୂପେ କରିପାରି ନ ଥିଲେ ଅପରାଜିତା । ହୁଏ ତ ଯାହାର ପରିଣାମ ସହିବାକୁ ପଡୁଛି ଅପରାଜିତାଙ୍କୁ ।