ଦେଖନ୍ତୁ ଭିଡିଓ: “ମତେ ଓ ମୋ ପରିବାରକୁ ବର୍ଷା ଅତି ଖରାପ ଭାଷାରେ ଗାଳି କରନ୍ତି” ବର୍ଷାଙ୍କ ମୁଖା ଖୋଲିଦେଲେ ଅନୁଭବ

 
Anubhav Varsha

କଳି ଥମିବାର ନାଁ ନେଉ ନାହିଁ।ପ୍ରତିଥର ସାମ୍ନାକୁ ଆସୁଛି ଏକ ନୂଆ ମୋଡ଼। ଏପଟେ ପୁଣି ନ୍ୟାୟାଳୟର ନିଷ୍ପତ୍ତି ବି ଆଶ୍ଚର୍ଯ୍ୟଜନକ। ନା ରହିବେ ଏକାଠି ନା ହେବ ଛାଡ଼ପତ୍ର। ସୋସିଆଲ ମିଡିଆରେ ଦୁହେଁ ଦୁହିଁଙ୍କୁ କରୁଥିବା କଟାକ୍ଷ ଏବେ ବେଶ୍ ଚର୍ଚ୍ଚାରେ। ପରିବାର ଅଦାଲତର ଝଟକା ପରେ ଦୁହେଁ ଏବେ ନିଜ ନିଜକୁ ସଫେଇ ଦେବାରେ ବ୍ୟସ୍ତ।

ଆଵେୱିଗି

କୋର୍ଟର ଏଭଳି ଶୁଣାଣି ପରେ ବର୍ଷା ଲେଖିଛନ୍ତି ଯେ ଅନୁଭବଙ୍କର ଛାଡ଼ପତ୍ର ଆବେଦନର ହିନ ଉଦ୍ଦେଶ୍ୟ ଧରା ପଡ଼ିଛି। ବାହାଘର ଖେଳ ଘର ନୁହେଁ ଯେ ଆଜି ଅଛି କାଲି ଭାଙ୍ଗିଯିବ। ମିଛ ଯେତେ ଶକ୍ତିଶାଳୀ ହେଇ ଥାଉ ନା କାହିଁକି ଦିନେ ନା ଦିନେ ତାର ଅନ୍ତ୍ ଘଟିବ ଓ ସତ୍ୟର ଜୟ ହେବ।

ବର୍ଷାଙ୍କ ଏଭଳି ଲେଖାର ପ୍ରତିଉତ୍ତରରେ ଅନୁଭବ ମହାନ୍ତି ଲେଖିଛନ୍ତି ,ବର୍ଷାଙ୍କ ଏପରି ହିନ ରାଜନୀତି ଆଉ ବେଶୀ ଦିନ ଚାଲିବନି। ନ୍ୟାୟାଳୟ ବି ବୁଝି ଗଲେଣି ସତ କେଉଁଟା। ନ୍ୟାୟାଳୟ ସର୍ବ ଉପରେ ଏବଂ ଦିନେ ନା ଦିନେ ତାଙ୍କୁ ନିଶ୍ଚିତ ନ୍ୟାୟ ମିଳିବ।

କେବଳ ସେତିକି ନୁହେଁ ଏକ ସାକ୍ଷାତକାରରେ ଅନୁଭବ ମହାନ୍ତି କହିଛନ୍ତି ମୁଁ ଫିଲ୍ମରେ ବର୍ଷାଙ୍କ ଅଭିନୟ ଦେଖି ଭଲ ପାଇଥିଲି। ହେଲେ ସେ ଏତେ ଉଚ୍ଚ କୋଟୀର ଅଭିନେତ୍ରୀ ବୋଲି ମୁ ଜାଣି ନଥିଲି।ତାଙ୍କ ଆଗରେ ଓସ୍କାର ଆୱାର୍ଡ଼ ବି ଫେଲ ମାରିଯିବି।

ସେ ଆହୁରି ମଧ୍ୟ କହିଛନ୍ତି ବର୍ଷାଙ୍କ ଅଭିଯୋଗ ଅନୁସାରେ ଯଦି ମୁ ତାଙ୍କୁ ଶାରୀରିକ ନିର୍ଯାତନା ଦେଉ ଥାଏ ତେବେ ସେ କିପରି ମୋ ସହ ରହିବା ପାଇଁ ଦାବି କରୁଛନ୍ତି। ଅନୁଭବଙ୍କ କହିବା ଅନୁସାରେ ବର୍ଷା କୁଆଡେ ତାଙ୍କୁ ଓ ତାଙ୍କ ପରିବାରକୁ ଗାଳି ମଧ୍ୟ ଦିଅନ୍ତି। ଅନୁଭବଙ୍କ ଏଭଳି କଥାରେ ବର୍ଷା କିପରି ପ୍ରତିକ୍ରିୟା ରଖୁଛନ୍ତି ତାହା ଦେଖିବା ବାକି ରହିଲା।