ମୃତ୍ୟୁ ସମୟରେ କଥା ଦେଇଥିଲେ ଏବେ ପୁରଣ କଲେ, ଶ୍ୱଶୁରଙ୍କ ଶେଷ ଇଛା ପୁରଣ କଲେ ଜାଗ୍ରତୀ, ଜାଣନ୍ତୁ କଣ

 
Anubhav mohanty

ବିବାହ ବନ୍ଧନରେ ବାନ୍ଧି ହେବେ ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ଜାଗୃତି ଶୁକ୍ଳା । ରାଜସ୍ଥାନର ଜୟପୁର ଠାରେ ଏକ ରିସୋଟରେ ଆୟୋଜିତ ହେଉଛି ଷ୍ଟାର କପଲଙ୍କ ବାହାଘର। ବର୍ଷାଙ୍କ ସହ ବିବାହ ବିଚ୍ଛେଦ ସମୟରେ ଜାଗୃତିଙ୍କୁ ନେଇ ଅନେକ ଆଲୋଚନା ହୋଇଥିଲା। ଅନେକ ଦିନରୁ ବିଭିନ୍ନ ଗଣମାଧ୍ୟମରେ ଅନୁଭବ- ଜାଗୃତିଙ୍କ ବିବାହ ପ୍ରସଙ୍ଗକୁ ଚର୍ଚ୍ଚା ଜୋର ଧରିଥିଲା।

ଅନୁଭବଙ୍କ ବାପାଙ୍କ ମୃତ୍ୟୁ ପୂର୍ବରୁ ହସ୍ପିଟାଲ ବେଡ଼ରେ ଅନେକ କିଛି କଥା ଦେଇଥିଲେ ଅନୁଭବ ମହାନ୍ତିଙ୍କ ବାନ୍ଧବୀ ଜାଗ୍ରତୀ । ଆଉ ଏବେ ସେ ତାଙ୍କ ଘରର ବୋହୂ ହେବାକୁ ଯାଉଛନ୍ତି । ଏବେ କୁହାଯାଇଛି କି ଶଶୁରଙ୍କୁ ଦେଇଥିବା କଥା ରଖିଛନ୍ତି ବୋହୂ ଜାଗ୍ରତୀ । ଅନୁଭବଙ୍କ ବାପା ଅଭୟ ମହାନ୍ତି ଆଉ ଏହି ଦୁନିଆରେ ନାହାଁନ୍ତି । ତାଙ୍କୁ ଜାଗ୍ରତି କହିଥିଲେ କି ସେ କେବେବି ଅନୁଭବ ମହାନ୍ତିଙ୍କୁ ଛାଡ଼ିବେ ନାହିଁ । 

Anubhav mohanty

ଆଉ ସେ ତାଙ୍କ ହାତ ଛାଡ଼ିବେ ନାହିଁ । ସବୁବେଳେ ଏକାଠି ରହିବେ ସେମାନେ ବୋଲି କଥା ଦେଇଥିଲେ । ଏବେ ଅନୁଭବ ମହାନ୍ତିଙ୍କୁ ବିବାହ କରିବାକୁ ଯାଉଛନ୍ତି ତାଙ୍କ ବାନ୍ଧବୀ ଜାଗ୍ରତୀ । ଜାଗ୍ରତିଙ୍କ ବାପା ପ୍ରଫେସର ଥିବା ବେଳେ ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତି ମଧ୍ୟ ପ୍ରଫେସର୍ ଥିଲେ । ଆଉ ଏବେ ଯେତେବେଳେ ଅନୁଭବ ମହାନ୍ତି ଆଉ ଜାଗ୍ରତୀ ଏକାଠି ହେବାକୁ ଯାଉଛନ୍ତି ସେତେବେଳେ ତାଙ୍କ ପାଖରେ ନାହାଁନ୍ତି ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତି ।

ଏବେ ସେମାନେ ବହୁତ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ମଧ୍ୟପ୍ରଦେଶ ରାଜ୍ୟର ଝିଅ ହେଉଛନ୍ତି ଜାଗ୍ରତୀ । ଆଉ ଏବେ ସେ ଓଡ଼ିଆ ଘରର ବୋହୂ ହେବାକୁ ଯାଉଛନ୍ତି । ଜାଗ୍ରତୀଙ୍କୁ ସମସ୍ତେ ଭାଉଜ ବୋଲି କହୁଛନ୍ତି । ଆଉ ଅନୁଭବ ମହାନ୍ତିଙ୍କୁ ସେ ଖୁସିରେ ରଖିବେ ବୋଲି ଅନୁମାନ କରାଯାଉଛି । ଅନୁଭବ ମହାନ୍ତି ଏବଂ ଜାଗ୍ରତୀଙ୍କ ହଳଦୀ ସେରେମୋନି ଗତକାଲି ସାରିଥିବା ବେଳେ ଆଜି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଏହି ଦୁଇଜଣ । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।