ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କଲେ ଅନୁଭବ ମହାନ୍ତି, କହିଲେ- ଲାଜ କରୁନ୍ତୁ ତମେ ଜଣେ...

 
Anubhav Naveen

ଓଡିଶାରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ଭୋଗିଛି ୨୫ ବର୍ଷର ଶାସକ ଦଳ ବିଜେଡି । ବିଧାନସଭାରେ ମାତ୍ର ୫୧ ସିଟ୍ ଜିତି ନିଜର ସମ୍ମାନ ରଖି ପାରିଥିବା ବିଜେଡି କିନ୍ତୁ ଲୋକସଭା ନିର୍ବାଚନରେ ମାଟି କାମୁଡିଛି । ଦଳ ଅତି ଲଜ୍ଜାଜନକ ପରାଜୟ ଭୋଗିଛି । ଓଡିଶାର ୨୧ ଲୋକସଭା ସିଟରୁ ଦଳ ଗୋଟିଏ ହେଲେ ଜିତି ପାରିଲା ନାହିଁ ।

ନିର୍ବାଚନରେ ବିଜେଡି ହାରିବା ପରେ ସୋସିଆଲ ମିଡିଆରେ ଭି.କେ. ପାଣ୍ଡିୟାନଙ୍କୁ କଟୁ ସମାଲୋଚନାର ଶରବ୍ୟ ହେବାକୁ ପଡୁଛି। ପାଣ୍ଡିୟାନଙ୍କ ପାଇଁ ବିଜେଡି ନିର୍ବାଚନ ହାରିଲା ବୋଲି ସମସ୍ତେ ଟୀକ୍କା ଟିପ୍ପଣୀ ଦେଉଛନ୍ତି। ତେବେ ବିଜେଡ଼ିରୁ ବିଜେପିକୁ ଯାଇଥିବା ଅନୁଭବ ମହାନ୍ତି ମଧ୍ୟ ଏଥିରେ ସାମିଲ୍ ହୋଇଛନ୍ତି। 

ସୋସିଆଲ ମିଡିଆ ଏକ୍ସରେ ଟ୍ବିଟ୍‌ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି ବିଜେପି ନେତା ଅନୁଭବ ମହାନ୍ତି। ସେ କହିଛନ୍ତି, ନବୀନଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଲେଖିବା ବନ୍ଦ କରନ୍ତୁ। ଏହା ସମ୍ପୂର୍ଣ୍ଣ ସତ ନୁହେଁ। ବିଜୁ ଜନତା ଦଳ ଓ ନବୀନ ପଟ୍ଟନାୟକ କେବେ ସ୍ବୀକାର କରିବ ଯେ ସେମାନେ ଓଡିଶାର ଲୋକଙ୍କୁ ବର୍ଷ ବର୍ଷ ଧରି ପ୍ରତାରଣା କରି ଆସିଛନ୍ତି।

ପାଣ୍ଡିଆନଙ୍କ ନିର୍ଦ୍ଦେଶ ଯୋଗୁଁ ଏସବୁ କରିବାକୁ ବାଧ୍ୟ ହେଉଛନ୍ତି ବୋଲି ସ୍ବୀକାର କରନ୍ତୁ। ଯେଉଁମାନେ ତାଙ୍କୁ ଏବେବି ସୁରକ୍ଷା ଦେଉଛନ୍ତି ଟିକେ ଲାଜ ରଖନ୍ତୁ ବୋଲି କହିଛନ୍ତି ଅନୁଭବ ମହାନ୍ତି।