ଦେଖନ୍ତୁ ଭିଡିଓ: ବାପାଙ୍କ ଜୁଇ ପାଖରେ ହାତଯୋଡ଼ି ଅନୁଭବ କହିଲେ, ବାପା ଆଇ ଲଭ ୟୁ.. ମୁଁ ତୁମକୁ ବହୁତ ଭଲ ପାଏ

 
Anubhav

ବାପାଙ୍କୁ ମୁଖାଗ୍ନି ଦେବା ବେଳେ ଭାଙ୍ଗି ପଡିଲେ ଅନୁଭବ। କାନ୍ଦି କାନ୍ଦି ହାତଯୋଡ଼ି ଶେଷ ଥର ‘ଆଇ ଲଭ ୟୁ’ କହିଲେ ଅନୁଭବ। ବାପାଙ୍କ ଜୁଇ ପାଖରେ ହାତଯୋଡ଼ି ଅନୁଭବ କହିଲେ, ବାପା ଆଇ ଲଭ ୟୁ... ମୁଁ ତୁମକୁ ବହୁତ ଭଲ ପାଏ। ବାପାଙ୍କ ମୃତ୍ୟୁ ପରେ ନିଜକୁ ସମ୍ଭାଳି ପାରି ନାହାଁନ୍ତି ଅନୁଭବ ମହାନ୍ତି।

Anubhav

ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତିଙ୍କ ୭୪ ବର୍ଷ ବୟସରେ ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି କିଡନୀ ରୋଗରେ ପୀଡ଼ିତ ରହିଥିବା ବେଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଜି ଅପରାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ଅଭୟ ଦୀର୍ଘଦିନ ଧରି କିଡନୀ ଜନିତ ସମସ୍ୟା ନେଇ ସେ ଚିକିତ୍ସା ହେଉଥିଲେ। କିଛିଦିନ ତଳେ ଅଭୟଙ୍କ କିଡନୀ ଟ୍ରାନ୍ସପ୍ଲାଟ ମଧ୍ୟ କରାଯାଇଥିଲା। ଏନେଇ ଅନୁଭବ ନିଜ ସୋସିଆଲ ମିଡିଆରେ ସେୟାର କରିଥିଲେ। ଏଥିସହ ଅଭିନେତା ନିଜ ବାପାଙ୍କ ସୁସ୍ଥତା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା ମଧ୍ୟ କରିଥିଲେ। ତେବେ ସତଚେଷ୍ଟା ସତ୍ତ୍ୱେ ଡାକ୍ତର ତାଙ୍କୁ ବଞ୍ଚାଇପାରିନଥିଲେ। ଶେଷରେ ସେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଆଖି ବୁଜିଛନ୍ତି।

ତେବେ ବାପାଙ୍କୁ ହରାଇ ଅନୁଭବ ଏକପ୍ରକାର ଭାଙ୍ଗି ପଡ଼ିଛନ୍ତି। ବାପାଙ୍କୁ ତାଙ୍କ ପାଖରୁ ଆଦୌ ଯିବାକୁ ଦେଉନାହାନ୍ତି ଅନୁଭବ। ବେଡ୍‌ରେ ତାଙ୍କ ବାପା ଶେଷ ନିଦ୍ରାରେ ଶୋଇଥିବା ବେଳେ ଛୋଟ ପିଲାଙ୍କ ପରି କାନ୍ଦୁଛନ୍ତି ଅନୁଭବ। ଖାଲି ଏତିକି ନୁହେଁ, ସେ ତାଙ୍କ ବାପାଙ୍କୁ ଜାବୁଡ଼ି ଧରି ଶେଷଥର ପାଇଁ ଗେଲ ବି କରୁଛନ୍ତି। ଏହି ଦୃଶ୍ୟ ସମସ୍ତଙ୍କ ଆଖିରେ ଲୁହ ଭରି ଦେଇଛି।

ନିକଟରେ ସାଂସଦ ଅନୁଭବ ଙ୍କ ଅଭିନେତ୍ରୀ ଵର୍ଷା ଙ୍କ ସହିତ ଛାଡ଼ପତ୍ର ମାମଲାର‌ ପୂର୍ଣ୍ଣଛେଦ ପଡ଼ିଥିବା ଵେଳେ ବାପାଙ୍କ ମୃତ୍ୟୁ ସମଗ୍ର ପରିଵାରକୁ ମ୍ରିୟମାଣ କରିଛି। ତାଙ୍କ ମୃତ୍ୟୁରେ କନ୍ଦରପୁର ଅଞ୍ଚଳ ସହିତ , କେନ୍ଦ୍ରାପଡା ଓ କଟକରେ ଶୋକର ଛାୟା ଖେଳିଯାଇଛି।