ପୁଣି ପାରିବାରିକ ବିବାଦକୁ ନେଇ ଚର୍ଚ୍ଚାରେ ଅନୁଭବ ମହାନ୍ତି! ଭିଡ଼ିଓ ପୋଷ୍ଟ କରି ଅନୁଭବ କହିଲେ ମୁଁ ଆଉ ବର୍ଷା...

 
Anubhav

ପୁଣି ଚର୍ଚ୍ଚାରେ ଅନୁଭବ-ବର୍ଷା ପାରିବାରିକ ବିବାଦ। ଗତ ବର୍ଷେ ହେବ ଏହି ଷ୍ଟାର ଦମ୍ପତ୍ତିଙ୍କ ବୈବାହିକ ଜୀବନରେ କଳହ ଲାଗି ରହିଥିବା ବେଳେ ଅନୁଭବ ନିଜ ସୋସିଆଲ ମିଡିଆ ଅକାଉଣ୍ଟରେ ଏକ ପୁରୁଣା ଭିଡ଼ିଓ ପୋଷ୍ଟ କରି ପୁଣି ଥରେ ନ୍ୟାୟ ମାଗିଛନ୍ତି। ଅଭିନେତା ତଥା ସାଂସଦ କାହାର ନାଁ ନ ନେଇ କାଲିଠାରୁ ଟ୍ୱିଟରରେ କିଛି ଭିଡ଼ିଓ ପୋଷ୍ଟ କରୁଛନ୍ତି। କିନ୍ତୁ, ଭିଡ଼ିଓ ସାହାଯ୍ୟରେ ସେ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟାର୍ଗେଟ କରୁଥିବା ସ୍ପଷ୍ଟ ଜଣାପଡୁଛି।

Anubhab barsha

ଗତକାଲି ଏକ ସିସିଟିଭି ଫୁଟେଜ୍‌କୁ ପୋଷ୍ଟ୍ କରି ଅନୁଭବ ଲେଖିଛନ୍ତି ଯେ ଏହି ୧ ମିନିଟ୍‌ ୧୪ ସେକେଣ୍ତ୍‌ର ଭିଡିଓ ମୋ ସାଧୁତାର ପ୍ରମାଣ ଦେଉଛି। ଗତବର୍ଷ ଏହିଦିନ ମୁଁ ମୋ ନିଜ ଘର ଭିତରକୁ ମାତ୍ର ୧-୨ ମିନିଟ ପାଇଁ ଯିବାକୁ ଜଣଙ୍କୁ ଅନୁରୋଧ କରିଥିଲି କିନ୍ତୁ, ସେ ମୋ କଥାକୁ କର୍ଣ୍ଣପାତ କରିନଥିଲେ। ପୋଲିସ ପାଖରେ ଏହି ଭିଡ଼ିଓ ଥିଲେ ହେଁ ମୋତେ ବର୍ଷେ ହେଲାଣି ନ୍ୟାୟ ମିଳିପାରି ନାହିଁ ବୋଲି ଅନୁଭବ କହିଛନ୍ତି।

Tweet

 

ଏହି ଟ୍ୱିଟର ପୋଷ୍ଟ ମାଧ୍ୟମରେ ଅନୁଭବ ଏହାମଧ୍ୟ କହିଛନ୍ତି ଯେ ଚୂଡ଼ାନ୍ତ ରାୟ ନ ଆସିବା ଯାଏଁ ମୁଁ କିମ୍ବା ମୋ ପରିବାର ଲୋକ ତାଙ୍କୁ ଘରୁ ତଡ଼ି ଦେବୁନାହିଁ। ମୋ ଉପରେ ତାଙ୍କୁ ଘରୁ ତଡ଼ିଦେଉଥିବା ଅଭିଯୋଗ ହେଉଥିବା ବେଳେ ଏହି ଭିଡ଼ିଓରେ କିଏ କାହାକୁ ଘରୁ ବାହାର କରିଦେଉଛି ତାହା ଆପଣ ନିଜେ ସ୍ଥିର କରନ୍ତୁ ବୋଲି ସେ କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ଠାରୁ ଅନୁଭବ ଏବଂ ବର୍ଷାଙ୍କର ଛାଡପତ୍ର ମାମଲା ବିଚାରଧିନ ରହିଛି।