ଦେଖନ୍ତୁ ଭିଡିଓ: ପୁଣି ଅମ୍ଳାନଙ୍କ ପରିବାର ଦୁଃଖ, ଲୋକେ କହୁଛନ୍ତି କେତେ ଦୁଃଖ ଦେବୁରେ କାଳିଆ

 
Amlan
ଅମ୍ଳାନଙ୍କ ଉପରେ ଆଜି ଯେପରି ଭାଙ୍ଗି ଯାଇଛି ଦୁଃଖର ପାହାଡ । ଗୋଟିଏ ପରେ ଗୋଟିଏ ସାହାରର ହାତ ଉଠି ଯାଇଛି ଆଜି ତାଙ୍କ ମୁଣ୍ଡ ଉପରୁ । ପରିବାରରେ ଆଜି ମୂରବୀ କହିଲେ କେବଳ ଅମ୍ଳାନଙ୍କୁ ହିଁ ବୁଝାଉଛି । କାହିଁକି ନା ଘରର ଗୋଟି ଗୋଟି କରି ସବୁ ମୂରବୀ ଆଜି ଅଧା ବାଟରେ ହାତ ଛାଡ଼ି ଚାଲି ଯାଇଛନ୍ତି ଅମ୍ଳାନଙ୍କର । 

Amlan

ପ୍ରଥମେ ମାଆ । ମାଆଙ୍କ ପରେ ଉଭୟ ବାପା ଓ ମାଆର କର୍ତ୍ତବ୍ୟ କରୁଥିବା ବାପା ବି ଛାଡ଼ି ଚାଲି ଗଲେ ଆର ପାରୀକୁ । ଏତିକିରେ ବି ଦୁଃଖ ସରି ନ ଥିଲା ଯେ ଶେଷରେ ଭଗବାନ ତାଙ୍କର ଅତି ପ୍ରିୟ ମଣିଷ ସାନ ଭାଇଙ୍କୁ ମଧ୍ୟ ତାଙ୍କ ଠାରୁ ଛଡାଇ ନେଇଥିଲେ । 

ହେଲେ ଆଜି ଅମ୍ଳାନଙ୍କର ଆଈ ମାଆ ମଧ୍ୟ ତାଙ୍କୁ ଛାଡି ଚାଲି ଯାଇଛନ୍ତି । ଅମ୍ଳାନଙ୍କ ମାଆ ମରିବା ପରେ ଦୁହିଁଙ୍କ ପାଇଁ ତାଙ୍କ ଆଈ ମାଆ ହିଁ ସାଜିଥିଲେ ତାଙ୍କ ଦ୍ଵିତୀୟ ମାଆ । ସ୍ନେହ ଭଲ ପାଇବାରେ ଅମ୍ଳାନ ଓ ତାଙ୍କ ଭାଇଙ୍କୁ ଛୋଟରୁ ବଡ କରିଥିଲେ ଆଈ ମାଆ ।

ଅମ୍ଳାନଙ୍କ ସାନ ଭାଇ ଅକ୍ଲାନ୍ତ ମରିଯିବା ପରେ ମାନସିକ ସ୍ତରରେ ବହୁ ଦୁର୍ବଳ ହୋଇ ଯାଇଥିଲେ ତାଙ୍କ ଆଈ ମାଆ । ଶେଷରେ ଆଜି ସେ ମଧ୍ୟ ଅମ୍ଳାନଙ୍କୁ ଏକା କରି ନିଜ ଝିଅ , ଜ୍ବାଇଁ ଓ ନାତି ପାଖକୁ ଚାଲି ଯାଇଛନ୍ତି ।