ସାମ୍ନାକୁ ଆସିଲା କଳିଙ୍ଗ ହସ୍ପିଟାଲର କଳା କାରନାମା! ରୋଗୀକୁ ବଞ୍ଚାଇ ପାରିଲେନି କିନ୍ତୁ ୪୦ ଦିନରେ ଲୁଟିନେଲେ ୮ ଲକ୍ଷ ଟଙ୍କା, ଦେଖନ୍ତୁ ଭିଡ଼ିଓ

 
Mahila swami

ପରିବାର ଠାରୁ ଚିକିତ୍ସା ନାଁରେ ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କା। ପ୍ରାୟ ୪୦ ଦିନ ପର୍ଯ୍ୟନ୍ତ ରୋଗୀଙ୍କୁ ଡାକ୍ତରଖାନାରେ ପକେଇ ରଖି ଲକ୍ଷ ଲକ୍ଷ ଟଙ୍କା ନେବାପରେ ମଧ୍ୟ ରୋଗୀକୁ ବଞ୍ଚାଇ ପାରିଲେନାହିଁ ଡାକ୍ତର। ତେବେ ରୋଗୀଙ୍କର ଆଜି ମୃତ୍ୟୁ ହୋଇଯିବା ପରେ ପରିବାର ଲୋକେ ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲ ନାଁରେ ଆଣିଛନ୍ତି ଠକେଇ ଅଭିଯୋଗ।

ପୁରା ଘଟଣା ମୁତାବକ ଭୁବନେଶ୍ୱର ଅରବିନ୍ଦ ନଗର ବସ୍ତିର ୪୫ ବର୍ଷ ବୟସ୍କ ବିନୋଦ ବିହାରୀ ସାହୁ ଗତ କିଛି ଦିନ ହେବ କରୋନା ସଂକ୍ରମିତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ କିମ୍ସ କୋଭିଡ଼ ହସ୍ପିଟାଲ ନିଆ ଯିବାର ଥିବାବେଳେ କିନ୍ତୁ ଉତ୍କୃଷ୍ଟ ଚିକିତ୍ସା ଆଶାରେ ପରିବାର ଲୋକେ ବିନୋଦଙ୍କୁ ଭୁବନେଶ୍ୱର ସ୍ଥିତ କଳିଙ୍ଗ ହସ୍ପିଟାଲରେ ଭର୍ତ୍ତି କରିଥିଲେ। 

ବିନୋଦ ସେଠାରେ ପ୍ରାୟ ଦେଢ଼ ମାସ ହେବ ଚିକିତ୍ସାଧିନ ଥିଲେ ଏହାରି ମଧ୍ୟରେ ବିନୋଦଙ୍କ ପରିବାର ଠାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ଚିକିତ୍ସା ବାବଦକୁ ପ୍ରାୟ ୭ ରୁ ୮ ଲକ୍ଷ ଟଙ୍କା ନେଇଥିଲେ। କିନ୍ତୁ ରୋଗୀର ଅବସ୍ଥା ସେଠାରେ ବିଗିଡି ଯିବାରୁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ କୁହାଯାଇଥିଲା। ଏପରିକି ପରିବାର ଲୋକେ ହସ୍ପିଟାଲର ବିଲ ପୈଠ କରିନଥିବାରୁ ରୋଗୀକୁ ଅନ୍ୟତ୍ର ନେଇ ପାରିବେ ନାହିଁ କହି ମନା କରିଦେଇଥିଲେ କଳିଙ୍ଗ ହସ୍ପିଟାଲ କତ୍ତୃପକ୍ଷ।

ଶେଷରେ ବାଧ୍ୟ ହୋଇ ଘରବାଡ଼ି ବନ୍ଧା ରଖି ଡାକ୍ତରଖାନା ଟଙ୍କା ସୁଝିଥିଲେ ବିନୋଦଙ୍କ ପରିବାର ଲୋକେ। ଏହାପରେ ତାଙ୍କୁ କିମ୍ସ କୋଭିଡ଼ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ପରିବାର ଲୋକଙ୍କ କହିବା ଅନୁଯାଇ କଳିଙ୍ଗ ହସ୍ପିଟାଲ ଯିବା ପୂର୍ବରୁ ବିନୋଦଙ୍କ ଥରେ କୋଭିଡ଼ର ସାମାନ୍ୟ ଲକ୍ଷଣ ଦେଖା ଦେଉଥିଲା। କିନ୍ତୁ ସେହିଠାରେ ହିଁ ଖରାପ ଚିକିତ୍ସା ହେତୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି।