ଅଲଗା ହେଲେ ଓଲିଉଡର ଚର୍ଚ୍ଚିତ ଯୋଡ଼ି ବବି ମିଶ୍ର ଓ କୋଏଲ୍ ବାନାର୍ଜୀ, ଜାଣନ୍ତୁ ଏମିତି କଣ ହେଲା ଦୁହିଁଙ୍କ ମଧ୍ୟରେ

 
ଅଲଗା ହେଲେ ଓଲିଉଡର ଚର୍ଚ୍ଚିତ ଯୋଡ଼ି ବବି ମିଶ୍ର ଓ କୋଏଲ୍ ବାନାର୍ଜୀ, ଜାଣନ୍ତୁ ଏମିତି କଣ ହେଲା ଦୁହିଁଙ୍କ ମଧ୍ୟରେ

ସେଲିବ୍ରିଟି ମାନଙ୍କ ଭଲ ପାଇ ବିବାହ ଆଉ ବିବାହର କିଛି ବର୍ଷ ପରେ ଛାଡପତ୍ର ଆଜିକାଲି ସାଧାରଣ କଥା ହୋଇସାରିଲାଣି। ଆମେ ଅନେକ ବଡ଼ ବଡ଼ ସେଲିବ୍ରିଟି ଯୋଡ଼ିଙ୍କୁ ଅଲଗା ହେଉଥିବାର ଦେଖିଛୁ। ତେବେ ଏବେ ସେମିତି ଘଟିଛି ଆମ ଓଲିଉଡ ଇଣ୍ଡଷ୍ଟ୍ରିରେ। ଅନେକ ବଂଗୀୟ ସୁନ୍ଦରୀ ଓଲିଉଡରେ କାମ କରି ବେଶ୍ ପରିଚିତ ହୋଇଛନ୍ତି ଆଉ ସେଥିରୁ ଏକ ଚର୍ଚ୍ଚିତ ନାମ ହେଉଛି କୋଏଲ୍ ବାନାର୍ଜୀ। 

ଓଡିଆ ଅଭିନେତା ବବି ମିଶ୍ରଙ୍କୁ ବିବାହ କରି ସେ ଆହୁରି ଚର୍ଚ୍ଚିତ ଚେହେରା ପାଲଟିଯାଇଥିଲେ। ତେବେ ଦୁହିଁଙ୍କ ବୈବାହିକ ସମ୍ପର୍କ ଭାଙ୍ଗି ଯାଇଥିବା ଖବର ସାମ୍ନାକୁ ଆସିଛି। କୋଏଲ୍ ବାନାର୍ଜୀ ନିଜେ ଏ ନେଇ ଘୋଷଣା କରିଛନ୍ତି। ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ପୋଷ୍ଟ ମାଧ୍ୟମରେ କୋଏଲ୍ ଏନେଇ କହିଛନ୍ତି।

କୋଏଲ୍ କହିଛନ୍ତି, ‘ଆମ ବିବାହ ତିଷ୍ଠି ପାରିଲା ନାହିଁ ଏବଂ ଆମେ ଆଇନତ ଅଲଗା ରହୁଛୁ। ଆମେ 2018 ନଭେମ୍ବର ଠାରୁ ପୃଥକ ଭାବରେ ବାସ କରୁଥିଲୁ ଯେହେତୁ ମୁଁ କୋଲକାତାରେ ମୋର ବଙ୍ଗାଳୀ ସିରିଏଲ୍ କରୁଥିଲି। ହଁ, ମୁଁ ଏକ ସିରିଏଲ କରିବା ପାଇଁ ମଝିରେ ତିନିମାସ ଓଡିଶାରେ ଥିଲି ସେହି ସମୟରେ ମଧ୍ୟ ଆମେ ଅଲଗା ରହିଥୁଲୁ ଏବଂ ମୁଁ ସ୍ଥାୟୀ ଭାବରେ କୋଲକାତାକୁ ଫେରି ଆସିଥିଲି ଗତ ବର୍ଷ ଲକଡାଉନ୍ ପୂର୍ବରୁ।’

ତେବେ ଦୁହେଁ ଅଲଗା ହେବା କଥା ବବି ମିଶ୍ର କେବେ ବି ଖୋଲାଖୋଲି ଭାବେ ଆଲୋଚନା କରିନଥିଲେ ବି କିଛିଦିନ ତଳେ ତାଙ୍କର ଏକ କୋଏଲ୍ ଙ୍କ ସହ ପୋଷ୍ଟ କରି ସେ ସଂକେତ ଦେଇ ସାରିଥିଲେ। ସୂଚନାଯୋଗ୍ୟ କୋଏଲ୍ କଲିକତାର ହୋଇଥିଲେ ମଧ୍ୟ ଓଲିଉଡରେ ସେ ବହୁତ୍ ସକ୍ରିୟ ଥିଲେ। 

ଯେଉଁଥିରୁ ସେ ବବି ମିଶ୍ରଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ ସମୟକ୍ରମେ ବବି ମିଶ୍ରଙ୍କ ସହ ତାଙ୍କର ପ୍ରେମ ସଂପର୍କ ଏତେ ମଜବୁତ୍ ହୋଇଯାଇଥିଲା ଯେ, ଶେଷରେ ଦୁହେଁ ୨୦୧୩ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। କୋଏଲ ବାନାର୍ଜି ଓଲିଉଡରେ ଅନେକ ଚଳଚ୍ଚିତ୍ର ସହ ସିରିଏଲରେ ମଧ୍ୟ ଅଭିନୟ କରିଛନ୍ତି।