ରାଜଧାନୀବାସୀଙ୍କ ପ୍ରଶ୍ନ, ୫ ବର୍ଷରେ କ’ଣ କରିଛନ୍ତି ମ୍ୟାଡ଼ାମ? ଆଗକୁ ନିର୍ବାଚନ ରାଜଧାନୀରେ ଏଥର କିଏ? ଜାଣନ୍ତୁ ପୁରା ଖବର

 
Aparajita sarangi

ଆଗକୁ ଆସୁଛି ସାଧାରଣ ନିର୍ବାଚନ । ଭୁବନେଶ୍ୱର ମାହୋଲ ଏବେ ପୁରା ସରଗରମ । ବିଜେଡି ବିଜେପିର ଏବେ ପୁଣି ହେବ ଟକ୍କର । କିଏ ହାତେଇବ ସାଂସଦ ପଦ । ବିଜେଡି ନା ବିଜେପି   ?  କାରଣ ଲାଗୁଛି ଏଥର ବଦଳି ପାରେ ପସନ୍ଦ । କେଉଁଠି ନା କେଉଁଠି ରାଜଧାନୀ ବାସୀ ନିଜର ଚୟନ ପାଇଁ ନାହାନ୍ତି ସନ୍ତୁଷ୍ଟ । 

Aparajita sarangi

ପୁଣି ଆସିବେ କି ଅପରାଜିତା ? ଏଭଳି ଲେଖା ଦେଖିବାକୁ ମିଳୁଛି ରାଜଧାନୀ କାନ୍ଥ ବାଡ଼ରେ । ସେପଟେ ବିଜେଡିର ପ୍ରଚାର ପ୍ରସାର ମଧ୍ୟ କିଛି କମ୍ ନାହିଁ । ହେଲେ ଯଦି ଅପରାଜିତାଙ୍କ କଥା କୁହାଯାଏ ତେବେ ସିଭିଲ ସର୍ଭ୍ୟାନ୍ଟ ଭାବରେ ସେ ଓଡ଼ିଶାରେ ଆରମ୍ଭ କରିଥିଲେ ନିଜ କ୍ୟାରିଅର । ସେତେବେଳେ ଲୋକେ ଖୁବ୍ ପସନ୍ଦ କରିଥିଲେ ବିଭିନ୍ନ କ୍ଷେତ୍ରରେ ତାଙ୍କ ପଦକ୍ଷେପକୁ । 

ଯାହା ପରେ ଲୋକଙ୍କର ଆଶା ଓ ଭରଷା ବଢିଥିଲା ଅପରାଜିତାଙ୍କୁ ନେଇ । କିଛି ବର୍ଷ ବ୍ୟବଧାନରେ ଅପରାଜିତା ଯେତେବେଳେ ପୁଣି ଓଡ଼ିଶା ଫେରି ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ ସେତେବେଳେ ମଧ୍ୟ ଓଡ଼ିଶା ବାସି ତଥା ଭୁବନେଶ୍ୱର ବାସି ବିଜେଡ଼ିକୁ ପଛରେ ପକାଇ ଅପରାଜିତାଙ୍କୁ ବାଛିଥିଲେ ।

Aparajita sarangi

ହେଲେ ୫ ବର୍ଷ ବିତିବାକୁ ବସିଲାଣି କଣ କରିଛନ୍ତି ଅପରାଜିତା । ତାଙ୍କୁ ଲୋକେ ଥରେ ଦେଖିବାକୁ ବି ପାଇଲେନି । ତେବେ ଯଦି ୨୦୨୯ ସାଧାରଣ ନିର୍ବାଚନ କୁହାଯାଏ ତେବେ ଲୋକେ ଦଳ ଦେଖି ନୁହେଁ ବରଂ ପ୍ରାର୍ଥୀ ଦେଖି ଭୋଟ ଦେଇଥିଲେ ।

ହେଲେ ଭୁବନେଶ୍ୱର ବାସି ଅନୁଭବ କରିଛନ୍ତି ଯେ ତାଙ୍କର ସେହି ନିଷ୍ପତ୍ତି ହୁଏ ତ ଭୁଲ୍ ଥିଲା । ନା ଅପରାଜିତା ନିଜ ପ୍ରତିଶ୍ରୁତି ପୁରା କରିବାରେ ସକ୍ଷମ ହୋଇଛନ୍ତି ନା ଲୋକଙ୍କ ବିଶ୍ୱାସକୁ ବଜାୟ ରଖିବାରେ ।