ମିଟିଙ୍ଗ କହି ଭୁବନେଶ୍ୱର ଆସି ବୟଫ୍ରେଣ୍ଡ ସହ ସାଙ୍ଗ ହୋଇ ହୋଟେଲ ଯାଇଥିଲେ କିନ୍ତୁ ସକାଳେ ଘଟିଲା ଏମିତି

 
Jubati mrutyu

ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନର ଏକ ହୋଟେଲରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବତୀ ଜଣଙ୍କ ଘର ବ୍ରହ୍ମଗିରି ଅଞ୍ଚଳର ବୋଲି ଜଣାପଡିଛି। ଯୁବତୀଙ୍କ ନାଁ ବନିତା ସାହୁ ସେ ଭୁବନେଶ୍ୱରକୁ ଆସି ଏକ ମୋବାଇଲ କମ୍ପାନୀରେ କାମ କରୁଥିଲେ। ସେ ଏକ ମୋବାଇଲ କମ୍ପାନୀରେ କାମ କରୁଥିଲେ। 

Anita sahoo

ସୂଚନାଅନୁସାରେ, ଯୁବତୀ ଜଣଙ୍କ କମ୍ପାନୀ କାମରେ ନିଜର ସହକର୍ମୀ ଅର୍ଥାତ୍ ବୟଫ୍ରେଣ୍ଡ୍ ଙ୍କ ସହ କମ୍ପାନୀ କାମରେ ଭୁବନେଶ୍ୱର ଆସିଥିଲେ। ହୋଟେଲର ଗୋଟିଏ ରୁମରେ ଯୁବତୀ ତାଙ୍କ ସହକର୍ମୀ ରହିଥିଲେ। ତେବେ ସକାଳୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ହେଲେ ଯୁବତୀଙ୍କ ସାଙ୍ଗରେ ଆସିଥିବା ସହକର୍ମୀଙ୍କର କୌଣସି ପତ୍ତା ମିଳୁନାହିଁ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଇଛି।

Jubati

ଅନ୍ୟପକ୍ଷରେ ଯୁବତୀଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ପୁଲିସ ହୋଟେଲରେ ଲାଗିଥିବା ସିସିଟିଭିକୁ ଆଧାର କରି ଘଟଣାର ତଦନ୍ତ କରୁଛି। ଯୁବତୀଙ୍କୁ କିଏ ହତ୍ୟା କରିଛି ନା ଆଉ କିଛି କାରଣ ଅଛି ତାର କାରଣ ଜଣାପଡ଼ିନାହିଁ।