ବାତ୍ୟା ପରେ ଭିତରକନିକାରେ ହୋଇଯାଇଛି ପ୍ରବଳ କ୍ଷୟକ୍ଷତି, କୁଆଡେ଼ ଗଲେ କୁମ୍ଭୀର? ଜାଣନ୍ତୁ ପୁରା ଖବର

 
Bhitarakanika

ଭିତରକନିକାରେ ବାତ୍ୟା କରି ସାରିଛି ତାଣ୍ଡବ। କୁମ୍ଭୀରକୁ ନେଇ ସମସ୍ତଙ୍କ ମନରେ ବଢିଲା ଚିନ୍ତା। କୁମ୍ଭୀରକୁ ନେଇ ଲୋକ ମାନେ ଡରୁଥିଵା ବେଳେ ସେହି କୁମ୍ଭୀର ଭିତରକିନକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବଢ଼ାଉଛି। ଆଉ ଯେତେବେଳେ ଶୁଣିବାକୁ ମିଳିଥିଲା ବାତ୍ୟା ଦାନା ସେହି ଭିରତରକନିକାରେ ମାଡ ହେବାକୁ ଯାଉଛି ସମସ୍ତେ ଚିନ୍ତାରେ ଥିଲେ। 

ଯେଉଁ ଭିତରକନିକାରେ ଅନେକ ସରୀସୃପ, ବୃକ୍ଷଲତା ମୁଖ୍ୟତଃ ଅନେକ କୁମ୍ଭୀର ରହୁଥିଲେ। ସେହି ଭିତରକନିକାରେ ପିଟି ହେଇଥିଲା ବାତ୍ୟା ଦାନ। ଆଉ କୁହାଯାଉଛି ଯେ ଭିତରକନିକାରେ ଅନେକ କ୍ଷୟକ୍ଷତି ହେଇ ସାରିଛି। ଏ ପର୍ଯ୍ୟନ୍ତ ତାହା ଆକଳନ କରାଯାଇ ନାହିଁ କିନ୍ତୁ କୁମ୍ଭୀରକୁ ନେଇ ଆଖପାଖ ଅଞ୍ଚଳରେ ସୃଷ୍ଟି ହେଇଛି ଭୟ। କାରଣ ଭିତରକନିକା ଦେଇ ପ୍ରଭାବିତ ହେଉଥିବା ନଦୀର ଶାଖା ଅନେକ ଆଖପାଖ ଅଞ୍ଚଳକୁ ବହି ଯାଉଛି। 

ଭିତରକନିକା

ଆଉ ଆଗରୁ ମଧ୍ୟ ସେହି କେନ୍ଦ୍ରାପଡ଼ା ଏବଂ ଆଖପାଖ ଅଞ୍ଚଳରେ ବହି ଯାଉଥିବା ନଦୀରେ ଦେଖିବାକୁ ମିଳିଥିଲା କୁମ୍ଭୀର କିଛି ଲୋକଙ୍କର ଜୀବନ ନେଇ ଯାଇଥିଲା। ଆଉ ଏବେ ଯେତେବେଳେ ବାତ୍ୟା ଆସି ଭିତରକନିକାରେ ମାଡ ହେଇଛି ସେଠାରେ ବହୁତ୍ ପ୍ରଭାବ ପଡ଼ିଛି।

ବଡ଼ ବଡ଼ ଗଛ ଭାଙ୍ଗିବା ସହ କ୍ଷୟକ୍ଷତି ହେଇଯାଇଛି। ଆଉ ଚର୍ଚ୍ଚା ଧରିଛି ଯେ, ଏହି ବାତ୍ୟାରେ ଭିତରକନିକା ଭିତରୁ କୁଆଡେ ଯାଇଥିବେ ସବୁ କୁମ୍ଭୀର। କାରଣ ଲୋକଙ୍କ ଭୟ ବାତ୍ୟାରେ ନଦୀରେ ପାଣି ବଢିବା ସହିତ ଯଦି ଅଧିକ ଦୂରକୁ ଚାଲି ଯାଇଥିବା କୁମ୍ଭୀର ତେବେ ଶାଖା ନଦୀରେ ପଶି ଅନେକ ଆଖପାଖ ଅଞ୍ଚଳକୁ ଯାଇପାରନ୍ତି।

ଆଉ ସେଇଥିପାଇଁ ଭିତରକନିକାରେ ଆଖପାଖ ଅଞ୍ଚଳରେ ଲୋକଙ୍କ ମନରେ କୁମ୍ଭୀରକୁ ନେଇ ବଢ଼ିଯାଇଛି ଚିନ୍ତା। ବାତ୍ୟା ଦାନା ଭିତରକନିକାରେ ମାଡ ହେବା ପରେ ଅନେକ କ୍ଷୟକ୍ଷତି ହେଇଥିବା ଅନୁମାନ କରାଯାଇଛି। କିନ୍ତୁ ସଠିକ୍ ଭାବରେ କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ।