ପୁରୀରେ ମଟନ ପରେ ଏବେ ଚିକେନ ପାଳି, ଅଚାନକ ଚାଲିଯାଉଛି ଜୀବନ, ଜାଣନ୍ତୁ ପୁରା ଖବର

 
Chicken odisha

ଆପଣମାନେ ସମସ୍ତେ ତ ଚିକେନ, ମଟନ ଖାଉଥିବେ । ବେଳେବେଳେ ଚିକେନକୁ ରୋଗ ହେବା କଥା ତ ଆପଣମାନେ ଶୁଣିଥିବେ । ଏବେ ଏଭଳି କିଛି ଖବର ଆସିଛି । ଏବେ ଖବର ଆସିଛି କି ଚିକେନକୁ କୌଣସି ଅଜଣା ରୋଗ ହୋଇଛି । ଆଉ ଏହି ରୋଗରେ ଅଚାନକ ଚାଲି ଯାଉଛି କୁକୁଡ଼ାଙ୍କ ଜୀବନ । କୁକୁଡ଼ା ଚାଷୀଙ୍କ ଆଖି ସାମ୍ନାରେ କେଇ ସେକେଣ୍ଡ ଭିତରେ ଚାଲି ଯାଉଛି କୁକୁଡ଼ା ମାନଙ୍କର ଜୀବନ । ଲକ୍ଷ ଲକ୍ଷ କୁକୁଡ଼ା ଛଟପଟ ହୋଇ ମରି ଯାଉଛନ୍ତି । 

ପୂର୍ବରୁ ଅନେକ ଚାଷୀ କୁକୁଡ଼ା ଚାଷ କରିଥିଲେ ଆଉ ଏଭଳି ଅଜଣା ରୋଗରେ କୁକୁଡ଼ା ମରି ଯାଇଥିଲେ । ଆଉ ଏହି କୁକୁଡ଼ା ମାନଙ୍କର କ୍ଷତିପୂରଣ ଟଙ୍କା ଅନେକ ଚାଷୀ ପାଇନଥିବା ବେଳେ ଏବେ ପୁଣି କିଛି ଚାଷୀ ଏଭଳି ଅବସ୍ଥାର ଶିକାର ହୋଇଛନ୍ତି । ଏବେ ପୁଣି ସ୍ଥିତି ଏଭଳି ଦେଖାଗଲାଣି ଯେଉଁଥିପାଇଁ ଏବେ ପିପିଲି ଗାଁ ଚାଷୀ ଚିନ୍ତାରେ ଅଛନ୍ତି । ପିପିଲି ଗୋକନ୍ ଗାଁର କୈଳାଶ ପ୍ରଧାନଙ୍କ କୁକୁଡ଼ା ଫାର୍ମରୁ ମଲେଣି ୫୦୦ ରୁ ଅଧିକ କୁକୁଡ଼ା । ଏପଟେ ପ୍ରଶାସନ ଆସିବା ପୂର୍ବରୁ ସବୁ କୁକୁଡ଼ା ମରି ଯାଇଛନ୍ତି । 

Chicken

ପିପିଲିରେ ପୁଣି ଅନେକ କୁକୁଡ଼ା ରୋଗରେ ଆକ୍ରାନ୍ତ ହୋଇ ମରିବା ଆରମ୍ଭ କରିଲେନି । ଗତ ଦୁଇ ରୁ ତିନିଦିନ ମଧ୍ୟରେ ପିପିଲି ଅଞ୍ଚଳରେ  ଦୁଇ ହଜାରରୁ ଅଧିକ କୁକୁଡ଼ା ମରିଗଲେଣି । ଏବେ ସ୍ଥାନୀୟ ଅଞ୍ଚଳରେ ଥିବା କୁକୁଡ଼ା ଚାଷୀଙ୍କ ଭିତରେ ଭୟ ଦେଖାଯାଇଛି । ପିପିଲି ଅଞ୍ଚଳରେ ଅନେକ ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଅନେକ ଗାଁରେ କୁକୁଡ଼ାମାନେ ଏଭଳି ମରି ଯାଉଛନ୍ତି । ଏହି କୁକୁଡ଼ା ମାନେ ଏଭଳି ମରିଯିବାର କାରଣ ଜାଣିବାକୁ କହିଛନ୍ତି ଗ୍ରାମବାସୀ । 

ଗ୍ରାମବାସୀ କହିଛନ୍ତି ଏହି କୁକୁଡ଼ା ମାନଙ୍କର ମାଂସ ନେଇ ତଦନ୍ତ କରାଯାଉ । ଆଉ ସେମାନେ ମରିବାର କାରଣ କଣ ତାହା ଖୋଜା ଯାଉ । ପ୍ରାଣୀ ଅଧିକାରୀ କି ସରକାରଙ୍କ କୌଣସି ବି ଅଧିକାରୀ ଏହି ସ୍ଥାନକୁ ଆସୁ ନାହାଁନ୍ତି । ପିପିଲିରେ ବାର୍ଡ ଫ୍ଲୁ ଆତଙ୍କ ଦେଖା ଦେଇଥିଲା । ଫଳରେ ଫାର୍ମରେ ଥିବା ୬୦ ହଜାରରୁ ଅଧିକ କୁକୁଡ଼ା ମରା ଯାଇଥିଲା । ମଲା କୁକୁଡ଼ାର ମଳ, ମୂତ୍ର ଆଉ ରକ୍ତ ପରୀକ୍ଷା କରାଯାଇଥିଲା । ଆଉ ୧୨ ହଜାର କୁକୁଡ଼ାଙ୍କୁ ମରା ଯାଇଥିଲା । ଏବେ ଏହି କୁକୁଡ଼ା ରୋଗ ଏବେ ସ୍ଥାନୀୟ ଅଞ୍ଚଳରେ ଅନେକ କିଛି କଥା ସୃଷ୍ଟି କରିଛି ।