ଦେଖନ୍ତୁ ଭିଡିଓ: କଥା କଥାରେ ମୁନା ଖାନ୍ କୁ ଧୋଇଦେଲେ ସିଦ୍ଧାନ୍ତ, “କିଛି ଲୋକଙ୍କର ମୂର୍ଖାମୀ ଭାବି ତାଙ୍କୁ କ୍ଷମା କରିଦେବା କଥା”

 
Siddhant Mohapatra

ବର୍ତ୍ତମାନ ଆପଣ ରାଜ୍ୟ ରାଜନୀତିର ମାହୋଲ୍ ସହିତ ତ ବେଶ୍ ପରିଚିତ ଥିବେ । କିଏ ଶାସକ ଦଳରୁ ଅର୍ଥାତ୍ ବିଜେଡିରୁ ଟିକେଟ୍ ପାଇ ନିର୍ବାଚନ ଜିତିବାର ରଣନୀତି ପ୍ରସ୍ତୁତ କାରୁଛନ୍ତି ତ ଆଉ କେହି ଦଳରେ ଅନେକ ଦିନ ଧରି ରହି ଆସୁଥିଲେ ଟିକେଟ ପାଇ ପାରି ନାହାନ୍ତି । ଏତେ ଦିନ ଧରି ଦଳ ସହିତ ରହିବା ପରେ ମଧ୍ୟ ଦଳର ଏପରି ଅଣଦେଖା ଅନେକ ଲୋକଙ୍କୁ ସ୍ଵାଭାବିକ ଭାବେ ନିରାଶ କରିଛି ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

Siddhant Mohapatra

ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ଅନେକ ରାଜନୈତିକ ନେତା ମାନେ ଯେଉଁମାନେ ବିଜେଡିର କାର୍ଯ୍ୟ କଳାପରେ ସନ୍ତୁଷ୍ଟ ନାହାନ୍ତି ସେମାନେ ବିଜେପିରେ ମିଶିବା ଆରମ୍ଭ କରିଛନ୍ତି । ଏହି ତାଲିକାରେ ଅନେକ ଅଭିନେତା , ନେତା ,  ସାଂସଦ ଙ୍କର ମଧ୍ୟ ନାମ ରହଛି । ଏଥର ବିଜେଡ଼ି ନିଜର ରଣନୀତିରେ ଜିତିବାକୁ ସମ୍ପୂର୍ଣ୍ଣ ଟାର୍ଗେଟ କରି କ୍ୟାଣ୍ଡି ଡେଟ୍ ବାଛିଛି । 

ଯେଉଁ ମାନଙ୍କ ଠାରେ ହାରିବାର ତିଳେ ମାତ୍ର ସନ୍ଦେହ ରହିଛି ସେମାନଙ୍କୁ ଟିକେଟ ଦେଇନି ବିଜେଡ଼ି । ଯାହା ଅପର ପକ୍ଷରେ ବେଶ୍ ସୁହାଇଛି ବିଜେପିକୁ । ପୂର୍ବ ଅପେକ୍ଷା ଓଡ଼ିଶାରେ ଅଧିକ ସମର୍ଥନ ଦେଖିବାକୁ ମିଳିଛି ବିଜେପିକୁ । ନିର୍ବାଚନରେ ହାର ଜିତ ଯାହା ହେଉ ନା କାହିଁକି ବିଜେପିର ସମର୍ଥନ ହାର ବଢିବ ଏଥିରେ ସନ୍ଦେହ ନାହିଁ ।

ବିଜେଡିର ଏକ ବେଶ୍ ପରିଚିତ ମୁହଁ ଥିଲେ ସିଦ୍ଧାନ୍ତ ମହାପାତ୍ର । ହେଲେ ସେ ମଧ୍ୟ ବିଜେଡିରୁ ନିରାଶ ହୋଇ ବର୍ତ୍ତମାନ ଯୋଗ ଦେଇଛନ୍ତି ବିଜେପିରେ । ନିକଟରେ ଏକ ସାକ୍ଷାତକାରରେ ସିଦ୍ଧାନ୍ତ ମହାପାତ୍ର ସିଧା ସଳଖ ବିଜେଡିକୁ କିଛି ନ କହିଥିଲେ ମଧ୍ୟ ବୁଲେଇ ବଙ୍କେଇ ବିଜେଡ଼ି ବିରୋଧ ରେ ସେ ଅନେକ କଥା କହିଥିଲେ । ସେ କହିଥିଲେ ବିଗତ ଏତେ ବର୍ଷ ଧରି ବିଜେଡ଼ି ଶାସନ ରେ ରହିଥିଲେ ମଧ୍ୟ ଓଡ଼ିଶାର ସେ ସେତିକି ଉନ୍ନତି କରି ପାରି ନାହାଁନ୍ତି ଯେତିକି ଆବଶ୍ୟକ ।