୪୦ ବର୍ଷ ପରେ ବାହା ହେଲେ ୪ ନେତା, କାହା କନିଆଁ କେମିତି? ଜାଣନ୍ତୁ ପୁରା ଖବର
ଚାଲିଛି ନେତାଙ୍କ ବିବାହ ଋତୁ। ଏବେ କିଛି ରାଜନେତା ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । ଆଉ ଏବେ ରାଜନେତାମାନେ ଖାଲି ଭୋଜି ଖାଉଛନ୍ତି । ଏବେ ଏବେ ଚାରିଜଣ ରାଜନେତା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଆଉ ଏହି ଖବର ଏବେ ସବୁଆଡେ ଚର୍ଚ୍ଚା ହେଉଛି । ଏବେ ଏହାକୁ ନେଇ ଅନେକ ଖବର ବି ଆସୁଛି ।
ଏହି ଚାରି ରାଜନେତା ଉଚ୍ଚ ଶିକ୍ଷିତାମାନଙ୍କୁ ବିବାହ କରୁଛନ୍ତି । କେଉଁ ରାଜନେତା ପ୍ରେମ ବିବାହ କରୁଛନ୍ତି ତ ଆଉ କେଉଁ ରାଜନେତା ଘର ଇଚ୍ଛାରେ ବିବାହ କରୁଛନ୍ତି ତ ଆଉ କେଉଁ ରାଜନେତା ଦୀର୍ଘଦିନର ବାନ୍ଧବୀଙ୍କ ସହିତ ବିବାହ କରୁଛନ୍ତି । ଏବେ ରାଜନେତାଙ୍କ ବିବାହ ହେଉଛି ଆଉ ସାହାନାଇ ବାଜୁଛି ଆଉ ପଡୁଛି ହୁଳହୁଳି ।ଉଚ୍ଚ ଶିକ୍ଷିତା ଜୀବନସାଥି ଯେତେବେଳେ ହେଉଛନ୍ତି ସେତେବେଳେ ଅନେକ କଥା ଆସୁଛି । ଉଚ୍ଚ ଶିକ୍ଷିତା ଯୁବତୀ ଯେତେବେଳେ ରାଜନେତାଙ୍କ ହାତ ଧରୁଛନ୍ତି ସେତେବେଳେ ରାଜ୍ୟରେ ଏଭଳି ଚର୍ଚ୍ଚା ହେଉଛି ।
ଏବେ ଚାରି ଜଣ ରାଜନେତା ହାତରୁ ଦୁଇହାତ ହୋଇଛନ୍ତି । ଏହିଭିତରୁ ଦୁଇଜଣ ହେଉଛନ୍ତି ପୂର୍ବତନ ସାଂସଦ, ଆଉ ଜଣେ ବିଧାୟକ ଆଉ ଜଣେ ହେଲେ ଲୋକସଭା ପ୍ରାର୍ଥୀ । ନେତାଙ୍କ ଦ୍ଵିତୀୟ ବିବାହକୁ ନେଇ ଅନେକ ଚର୍ଚ୍ଚା ରହୁଛି ।ଏବେ ଏହି ଚାରି ରାଜନେତାଙ୍କ ବିବାହ ପରେ ଚର୍ଚ୍ଚା ହେଉଛି କାହାର କନିଆଁ କେତେ ପାଠ ପଢ଼ିଛି, କାହାର କନିଆଁ କେତେ ସୁନ୍ଦର ଆଉ କାହା କନିଆଁ କେମିତି ? ବୁଧବାର ଦିନ ନବରଙ୍ଗପୁର ଜିଲ୍ଲାର ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀ ପ୍ରେମ ବିବାହ କରିଛନ୍ତି ।ସେ କେନ୍ଦ୍ରାପଡ଼ା ଜିଲ୍ଲାର ସୁଶ୍ରୀ ସଙ୍ଗୀତା ସାହୁଙ୍କୁ ପ୍ରେମ ବିବାହ କରିଛନ୍ତି ।
ଆଉ ଜଣେ ରାଜନେତା ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ପୂର୍ବତନ ସାଂସଦ ଅଭିନେତା ଅନୁଭବ ମହାନ୍ତି ତାଙ୍କ ବାନ୍ଧବୀ ଜାଗ୍ରତୀ ଶୁକ୍ଳାଙ୍କୁ ପ୍ରେମ ବିବାହ କରିଛନ୍ତି । ଆଉ ଭୁବନେଶ୍ଵର ସହରର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ଯିଏ ସୁର ରାଉତରାୟଙ୍କ ପୁଅ ସେ ଦ୍ଵିତୀୟ ବିବାହ କରିଛନ୍ତି । ପ୍ରଥମ ବିବାହ ବିଚ୍ଛେଦ ପରେ ସେ ପଟିଆ ଅଞ୍ଚଳର ରୋଜାଲିନ ପଟ୍ଟନାୟକଙ୍କୁ ବିବାହ କରିଛନ୍ତି । ଆଉ ଜଣେ ରାଜନେତା ହେଉଛନ୍ତି ମାହାଙ୍ଗା ଅଞ୍ଚଳର ସ୍ଵାଧୀନ ବିଧାୟକ ଶାରଦା ପ୍ରଧାନ ଓଏସ ଅଧକାରୀ ସିପ୍ରା ପ୍ରିୟଦର୍ଶିନୀଙ୍କୁ ବିବାହ କରିଛନ୍ତି । ଏବେ ଏହି ଚାରି ନେତାଙ୍କୁ ନେଇ ସବୁଠି ଚର୍ଚ୍ଚା ହେଉଛି ।