ପରାଜୟ ପରେ ରାଜ୍ୟପାଳଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ବଡ଼ କଥା କହିଦେଲେ ନବୀନ ପଟ୍ଟନାୟକ

 
Naveen Patnaik

ଏଥି ମଧ୍ୟରେ ସରି ଯାଇଛି ୨୦୨୪ ସାଧାରଣ ନିର୍ବାଚନ । ଫଳାଫଳ ମଧ୍ୟ ଘୋଷଣା ହୋଇ ସାରିଛି । ପ୍ରଥମ ଥର ପାଇଁ ଓଡ଼ିଶାରେ ଏଥର ବିଜେଡି ନୁହେଁ ବରଂ ବିଜେପି ଗଢ଼ିବାକୁ ଯାଉଛି ସରକାର ।

 ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

 Follow our WhatsApp channel and get all the Latest news

WhatsApp Channel (Join Now) Join Now

ଓଡ଼ିଶା ବିଧାନସଭାର ମୋଟ ୧୪୭ଟି ଆସନରୁ ବିଜେପି ୭୮ଟି ଆସନକୁ ନିଜ ନାମରେ କରି ବିଜୟ ଲାଭ କରିଥିବା ବେଳେ ବିଜେଡ଼ି ୫୧ଟି ଆସନ ପାଇ ପରାଜୟ ହୋଇଛି । କଂଗ୍ରେସ ୧୪ଟି ଆସନ ଲାଭ କରିଥିବା ବେଳେ ଅନ୍ୟାନ୍ୟ ଦଳ ୦୪ଟି ଆସନ ଲାଭ କରିଛି ।

A

ଏଥର ବଦଳି ଯାଇଛି ରାଜନୈତିକ ପାଣିପାଗ । ଏପରିକି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପରାଜୟ ହୋଇଛନ୍ତି । ଯାହାକି ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟକର ଅଟେ । ୨୦୨୪ ସାଧାରଣ ନିର୍ବାଚନ ପାଇଁ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜି ଓ ହିଞ୍ଜିଳି ରୁ ଛିଡା ହୋଇଥିଲେ । ହିଞ୍ଜିଳିରୁ ଅଳ୍ପ ସଂଖ୍ୟକ ଭୋଟରେ ଜିତିଥିବା ବେଳେ ସେ କଣ୍ଟାବାଞ୍ଜିରେ ପରାସ୍ତ ହୋଇଛନ୍ତି । 

ରାଜ୍ୟରେ ବିଜେଡିର ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ। ରାଜ୍ୟପାଳଙ୍କୁ ଭେଟି ସେ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏହିଠାରେ ଓଡ଼ିଶାରେ ନବୀନ ଯୁଗର ଅବସାନ ଘଟିଛି। ୨୪ ବର୍ଷ ପରେ ତାଙ୍କ ହାତରୁ ଶାସନର ଭାର ଖସିଛି। ଗୋଟିଏ ଝଟକା ରେ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବାର ସ୍ଵପ୍ନ ଧୂଳିସାତ୍ ହୋଇଛି।

ଓଡିଶା ନିର୍ବାଚନ ଫଳାଫଳକୁ ନେଇ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ 'X'ରେ ନବୀନ ପଟ୍ଟନାୟକ ପୋଷ୍ଟ କରି ଶୁଭେଚ୍ଛା ଜଣାଇଛନ୍ତି । ନବୀନ ପୋଷ୍ଟ କରି ଲେଖିଛନ୍ତି, 'ଦଳମତ ନିର୍ବିଶେଷରେ ବିଜୟୀ ପ୍ରାର୍ଥୀଙ୍କୁ ମୋର ଶୁଭେଚ୍ଛା । ବିଜୁ ଜନତା ଦଳର ସମସ୍ତ କର୍ମୀ ଓ ନେତାଙ୍କ ନିଷ୍ଠାପର ଉଦ୍ୟମ ଓ ତ୍ୟାଗ ପ୍ରତି ମୋର ସମ୍ମାନ ଓ ଧନ୍ୟବାଦ ଜଣାଉଛି ।'