୨୦୨୪ରେ ଆସିବ ବଡ଼ ବିପଦ ମାଲିକାରେ ଲେଖା ଅଛି ଓଡିଶା ପାଇଁ ୨୦୨୪ ବର୍ଷ ଅଶୁଭ! ଜାଣନ୍ତୁ ପୁରା ଖବର

 
Malika

୨୦୧୨ ସିନା ପାର ହୋଇଗଲା ହେଲେ ଏବେ ୨୦୨୪ ପାଇଁ ବଢିବାରେ ଲାଗିଛି ଭୟ । ଦିନ ଥିଲା ମାଳିକା ବଚନକୁ ବହୁ ସମାଲୋଚନା କରୁଥିଲେ ଲୋକେ । ହେଲେ ଏବେ ସମୟ ବଦଳିଛି । କାରଣ ମାଳିକାରେ ଲିଖିତ ବହୁ ଘଟଣା ସତ ହୋଇ ସାରିଛି । ସେ ବିଭିନ୍ନ ସ୍ଥାନରେ ଯୁଦ୍ଧ ହେଉ ବା ଅକାଳ ମରୁଡି । ଏପରି ଅନେକ କିଛି ଯାହା ସତ ସାବ୍ୟସ୍ତ ହୋଇଛି ।

ଉଡି

ମାଳିକାରେ ଓଡ଼ିଶାକୁ ନେଇ ଅନେକ ବିଶେଷ କଥା ବର୍ଣ୍ଣନା କରାଯାଇଛି । କୁହାଯାଏ କଳିଯୁଗର ଚଳନ୍ତି ଠାକୁର ହେଉଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ । ଯାହାଙ୍କର ବାସ ସ୍ଥାନ ହେଉଛି ଓଡ଼ିଶା ( ପୁରୀ) । ମାଳିକା ବଚନ ଅନୁସାରେ ପୃଥିବୀର ଧ୍ଵଂସ ସମ୍ପଦ ଓଡିଶାରୁ ହିଁ ମିଳିବ ।

ତେବେ ୨୦୨୪ ମସିହା ପାଇଁ ଓଡ଼ିଶାକୁ ନେଇ ଅନେକ କିଛି ଉଲ୍ଲେଖ ଅଛି ମାଳିକାରେ । କୁହାଯାଉଛି ୨୦୨୪ ମସିହାଟି ଅତ୍ୟନ୍ତ ଅଶୁଭ ଅଟେ ଓଡ଼ିଶା ପାଇଁ । ଅକାଳରେ ବାତ୍ୟା ହେବ , ଅକାଳ ମରୁଡି ଦେଖା ଦେବ ଓଡ଼ିଶାରେ । ଓଡ଼ିଶାରେ ଋଷିଙ୍କର ଅବସ୍ଥା ହା ହା କାର ହୋଇ ପଡ଼ିବ ।

ପୂର୍ବରୁ ମନ୍ଦିରକୁ ନେଇ ହୋଇଥିବା ମାଳିକା ବଚନ ମଧ୍ୟ ସତ ହୋଇ ସାରିଛି । ସେ ଶ୍ରୀ ମନ୍ଦିରରେ ରକ୍ତ ଛିଟା ପଡିବା କଥା ହେଉ କି ଶ୍ରୀ ମନ୍ଦିରରେ ପୂଜା ବିଧି ବନ୍ଦ୍ ରହିବା । ଏପରି ଅନେକ କିଛି ।

ହେଲେ ଏବେ କେବଳ ଦେଖିବା ବାକି ରହିଛି ୨୦୨୪ ମସିହାର ଭୟଙ୍କର ରୁପ । ହେଲେ ଆମର ଆଶା ଓ ବିଶ୍ବାସ ପ୍ରଭୁ ଜଗନ୍ନାଥ ଯେପର୍ଯ୍ୟନ୍ତ ଓଡ଼ିଶାରେ ବାହା ମେଲାଇ ବସିଛନ୍ତି ସେପର୍ଯ୍ୟନ୍ତ ସେ ବିଶ୍ଵ ବାସୀଙ୍କୁ ଘୋଡାଇ ରଖିଥିବେ ।