ଅଭିନେତ୍ରୀ ସୁପ୍ରିୟାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ OYOରୁ ଧରାପଡିଥିବା ଯୁବକ, ସୁପ୍ରିୟାଙ୍କୁ ନେଇ କହିଲେ ବଡ଼ କଥା
ଧରା ପଡ଼ିଲା ରାପର ସ୍ଵାମୀଙ୍କ ରାସଲୀଳା ! ଆତ୍ମହତ୍ୟା କରିବାକୁ ଯାଉଛି କହି କରୁଥିଲେ ଆତ୍ମସନ୍ତୋଶ । ହେଲେ କଥାରେ ଅଛି ପରା ଚୋରା ଘର ସବୁବେଳେ ଅନ୍ଧାର ରୁହେନା । ତେଣୁ କିଭଳି ବା ଚୋର ଘର ସବୁବେଳେ ଅନ୍ଧାର ରହିଥାନ୍ତା । ଶେଷରେ କିଛି ଏମିତି ଫିଲ୍ମ ଷ୍ଟାଇଲରେ ସ୍ୱାମୀକୁ ଧରିଥିଲେ ସ୍ତ୍ରୀ ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
ରାପର୍ ଅଭିନବ ସିଂଙ୍କ ଅସଲି ପରିଚୟ ବା ସବୁ ସତ ଏବେ ସମସ୍ତଙ୍କ ସାମ୍ନାକୁ ଆସିଛି । ବାହାଘରକୁ ଦୁଇ ବର୍ଷ ପୁରିଛି କି ନାହିଁ ସ୍ୱାମୀକୁ ଏଭଳି ଅବସ୍ଥାରେ ଧରୁ ପୁରା ଭାଙ୍ଗି ପଡିଛି ସ୍ତ୍ରୀ । ସ୍ତ୍ରୀଙ୍କ କହିବା ଅନୁସାରେ , ବାହାଘର ଦିନ ଠାରୁ ଆଜି ପର୍ଯ୍ୟନ୍ତ ତାଙ୍କ ବୈବାହିକ ଜୀବନ ଭଲରେ କଟି ନଥିଲା ।
କିନ୍ତୁ ଦିନେ ତାଙ୍କ ସ୍ଵାମୀ ଏତେ ତଳକୁ ଖସିଯିବେ ବୋଲି ସେ କେବେ ବି ଭାବି ନଥିଲେ । ତେବେ ସମ୍ପୂର୍ଣ୍ଣ ଘଟଣା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆପଣ ବି ଭାବି ପାରନ୍ତି ଏ ସ୍ଵାମୀ ନା ଆଉ କିଏ ?
ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା.....
ଘଟଣାଟି କିଛି ଏପରି ଥିଲା । ରାପର୍ ଅଭିନବଙ୍କ ଫୁଡ୍ ଆପ୍ ର ଆଇଡି ତାଙ୍କ ସ୍ତ୍ରୀଙ୍କ ପାଖରେ ଥିଲା । ଦିନେ ଅଭିନବ ଏବଂ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବାରୁ ଅଭିନବ ତାଙ୍କ ସ୍ତ୍ରୀକୁ ଆତ୍ମହତ୍ୟା କରିବାକୁ ଯାଉଛି କହି ଘରୁ ବାହାରକୁ ପଳାଇଥିଲେ ।
ଯାହା ପରେ ସେ ଖାଦ୍ୟ ଆପ୍ ରୁ କିଛି ଖାଦ୍ୟ ଅର୍ଡର କରିଥିଲେ ।କେବଳ ସେତିକି ନୁହେଁ ବରଂ ସେ ଆଉ ଅନ୍ୟ ଏକ ଯୁବତୀଙ୍କ ଫୋନ୍ ରିଚାର୍ ମଧ୍ୟ କରିଥିଲେ । ଯାହାର ନୋଟିଫିକେସନ ତାଙ୍କ ସ୍ତ୍ରୀଙ୍କ ପାଖକୁ ଯାଇଥିଲା ।
ଯାହାକୁ ଦେଖି ସ୍ତ୍ରୀଙ୍କର ସନ୍ଦେହ ହୋଇଥିଲା । ତେଣୁ ସେ ଥାନାର ଦ୍ୱାରସ୍ଥ ହୋଇଥିଲେ । ପରେ ପୋଲିସକୁ ନେଇ ସ୍ବାମୀଙ୍କୁ ଖୋଜିବା ପାଇଁ ବାହାରି ଯାଇଥିଲେ ସ୍ତ୍ରୀ । ସ୍ବାମୀଙ୍କୁ ଠାବ କରି କରି ସ୍ତ୍ରୀ ଜଣଙ୍କ ପୋଲିସ ସହିତ ଏକ ହୋଟେଲ ରୁମରେ ପହଞ୍ଚିଥିଲେ । ଯେଉଁଠାରୁ ପୋଲିସ ଅଭିନବଙ୍କୁ ଦୁଇ ବଙ୍ଗୀୟ ଯୁବତୀଙ୍କ ସହ ଗିରଫ କରିଛି ।
ଅଭିନବ ଗିରଫ ହେବା ପରେ ଅଭିନବ ଓଡ଼ିଶା ଅଭିନେତ୍ରୀ ସୁପ୍ରିୟା ନାୟକ ଓ ଅଭିନେତା ଆଦର୍ଶ ଦାସଙ୍କୁ ବିବାଦ ଘେରକୁ ଟାଣିଥିଲେ। ସୁପ୍ରିୟା ତାଙ୍କୁ ଫସେଇ ଥିବା ସେ କହିଥିଲେ ତେବେ ଅଭିନବଙ୍କ ଆରୋପର ଜବାବ ରଖିଛନ୍ତି ସୁପ୍ରିୟା। ସୁପ୍ରିୟା କହିଛନ୍ତି, ‘ସମୟଚକ୍ର’ ନାମକ ମୋର ଏକ ଭିଡିଓକୁ ଅଭିନବ ରିଲିଜ୍ କରିବାକୁ ଦେଉନଥିଲେ। ଭିଡ଼ିଓ ଏଡିଟ ଚାଲିଥିବା ବେଳେ ସେ ଷ୍ଟୁଡିଓରେ ପହଞ୍ଚିଥିଲେ। ଆଉ ଭିଡିଓ ଡିଲିଟ୍ ମାରିବାକୁ ଏଡିଟରଙ୍କୁ କହିଥିଲେ। ଭିଡିଓ ଡିଲିଟ୍ ନକଲେ ମାଡ଼ ମାରିବାକୁ ଧମକ ଚମକ ଦେଇଥିଲେ। ଏହା ପରେ ଭିଡିଓ ଏଡିଟର ମୋତେ ଓ ଆଦର୍ଶ ମିଶ୍ର(ସମୟଚକ୍ର ଭିଡିଓର ଅଭିନେତା)ଙ୍କୁ ଜଣାଇଥିଲେ।
ଆମେ ସେଠାରେ ପହଞ୍ଚିଲା ବେଳକୁ ସେ ନିଶାରେ ଥିବା ଦେଖିବାକୁ ପାଇଲୁ। ସେ ହାତରେ ଗଞ୍ଜେଇ ଧରିଥିଲେ ଓ ତଳେ ୨ରୁ ୩ଟା ବିଅର କେନ୍ ପଡ଼ିଥିଲା। ତାଙ୍କର ଏପରି ଅବସ୍ଥା ଦେଖି କଥା ହେବା ପାଇଁ ଠିକ୍ ମନେ କଲିନି। ତେଣୁ ମୋର କିଛି ସହକର୍ମୀ ତାଙ୍କ ସହିତ କଥା ହୋଇଥିଲେ। ହେଲେ ସେ କିଛି କଥା ଶୁଣିବା ମୋଡ୍ରେ ନଥିଲେ। ମୋ’ ଆଡକୁ ଅନାଇ ଅତି କଦର୍ଯ୍ୟ ବ୍ୟବହାର ପ୍ରଦର୍ଶନ କରିଥିଲେ। ତାଙ୍କର ଏପରି ବ୍ୟବହାରକୁ ଆଉ ସହ୍ୟ କରିପାରିଲିନି। କ’ଣ ପାଇଁ ଏମିତି ବ୍ୟବହାର ଦେଖାଉଛ ବୋଲି ପଚାରିଥିଲି। ଏହା ପରେ ସେ ବସିଥିବା ଚେୟାରକୁ ମୋ ଉପରକୁ ଫିଙ୍ଗି ଦେଇଥିଲେ। ପାଖରେ ଥିବା ଷ୍ଟୁଲକୁ ମଧ୍ୟ ମୋ’ ଉପରକୁ ଫିଙ୍ଗି ଦେଇଥିଲେ। ଝାଡୁରେ ପିଟିବା ପାଇଁ ଉଦ୍ୟମ କରିଥିଲେ ବୋଲି ସୁପ୍ରିୟା କରିଛନ୍ତି।