ପ୍ରେମ ପାଇଁ ରାସ୍ତା ଉପରେ ଗୋଡ଼ାଗୋଡି଼ ମାରପିଟ୍, ମାଡ଼ ଖାଇ ବାହାରିଗଲା ପ୍ରେମ ନିଶା, ଜାଣନ୍ତୁ ପୁରା ଘଟଣା

 
Romanjali

ଓଡ଼ିଆ ଆଲବମ୍ କ୍ୱିନ୍ ରୋମାଞ୍ଜଳି ଓ ପୂର୍ବତନ ସରପଞ୍ଚଙ୍କ ଭିତରେ ଛକ ଉପରେ ଚପଳ ରେ ମରାମରି। ଝଗଡ଼ା ଏତେ ଯୋର୍ ଥିଲା ଯେ ଆପଣ ଭିଡିଓ ଦେଖିଲେ ଜାଣିପାରିବେ। ତେବେ ଏଠାରେ ପ୍ରଶ୍ନ ଉଠୁଛି କାହିଁକି ଛକ ଉପରେ ଖୁଲମ ଖୁଲା ଏପରି ହେଉଥିଲା ଝଗଡ଼ା। ପୂର୍ବତନ ସରପଞ୍ଚ ଓ ଅଭିନେତ୍ରୀ ଙ୍କ ମଧ୍ୟରେ କଣ ଥାଇ ପାରେ ଶତ୍ରୁତା। ଏ ଶତ୍ରୁତା ନା ପ୍ରେମ ଜନିତ ଘଟଣା।

Romanjali

ଏ ପରି ଏକ ଘଟଣା ଦେଖିବାକୁ ମିଳିଥିଲା ଭୁବନ ଥାନା ଅନ୍ତର୍ଗତ ମୃଦଙ୍ଗା ପଞ୍ଚାୟତରେ। ମୃଦଙ୍ଗ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଜୟ ଆୟାଜ୍ ଓ ଅଭିନେତ୍ରୀ ରୋମାଞ୍ଜଳି ମଧ୍ୟରେ ଦେଖିବାକୁ ମିଳିଥିଲା ଏକ ଭୀଷଣ ଧରଣର ଝଗଡ଼ା। ସୂଚନା ଅନୁସାରେ ଝଗଡ଼ା ପରେ ଦୁଇ ପରିବାର ଥାନାର ଦ୍ବାରସ୍ଥ ହୋଇଛନ୍ତି।

WhatsApp Channel (Join Now) Join Now

Follow our WhatsApp channel and get all the Latest news

ତେବେ ରୋମାଞ୍ଜଳିଙ୍କ ଭଉଣୀଙ୍କ କହିବା ଅନୁସାରେ ସେ ପୂର୍ବରୁ ପୁର୍ବତନ ସପଞ୍ଚଙ୍କ ପୁଅକୁ ଭଲ ପାଉଥିଲେ। ହେଲେ ପୁଅ ଓ ପୁଅ ର ଘର ଲୋକଙ୍କ ଖରାପ୍ ପ୍ରକୃତିକୁ ଜାଣିପାରିବା ପରେ ସେ ପ୍ରେମଠାରୁ ଦୂରେଇବାକୁ ଚେଷ୍ଟା କରୁଥିଲେ । ହେଲେ ସେ ପୁଅ ଓ ତାଙ୍କ ପରିବାର ଲୋକେ ପୁରା ତାଙ୍କ ପଛରେ ପଡ଼ି ଯାଇଥିଲେ। ସବୁଠି ତାଙ୍କୁ ହଇରାଣ କରୁଥିଲେ। ଗତକାଲି ସେ ଏକା ଯାଉଥିବାର ସୁଯୋଗ ଦେଖି ତାଙ୍କ ପରିବାର ଉପରେ ଆକ୍ରମଣ କରିଥିଲେ।

Romanjali

ଦେଖିଲେ ଲାଗୁନି କେହି ନିରବ ରହି ମାଡ଼ ଖାଉଛି .. ଯିଏ ଯାହାର ହାତ ଗୋଡ଼ ବୁଲାଉଛନ୍ତି । ଆଉ ଏ ଭିତରେ ଅଭିନେତ୍ରୀଙ୍କ ମାଙ୍କୁ ଜଣେ ଜୋରେ ଧକା ମାରୁଛନ୍ତି ଆଉ ସେପଟୁ ଓଡ଼ିଆ ଅଭିନେତ୍ରୀ ରୋମାଞ୍ଜଳି ନିଜ ପାଦରୁ ଚପଲ କାଢି ମାରିବାକୁ ଗୋଡ଼ାଇଛନ୍ତି । ଆଉ ଥରେ ପୁଣି ଏପେଟେ ଅଭିନେତ୍ରୀଙ୍କ ମା ଓ ପୁର୍ବତନ ସରପଞ୍ଚ ହୋଇଛନ୍ତି ଠେଲା ଠେଲି ।