ପିଣ୍ଟୁ ନନ୍ଦଙ୍କ ପରେ ଆଉ ଜଣେ ଓଡ଼ିଆ ଅଭିନେତା ଗୁରୁତର! କ୍ୟାନ୍ସର ସହିତ ଲଢ଼ୁଛନ୍ତି ସାତ୍ୟକି ମିଶ୍ର

 
Satyaki mishra

ଗତ କିଛି ଦିନ ତଳେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଖରାପ ରହିଥିବା ନେଇ ରିପୋର୍ଟ ଆସିଥିଲା। ପିଣ୍ଟୁ ଲିଭର ସିରୋସିସ୍ ଭଳି ଗୁରୁତର ରୋଗରେ ପୀଡିତ ଥିବା ବେଳେ ତାଙ୍କର ତୁରନ୍ତ ଲିଭର୍ ଟ୍ରାନ୍ସପ୍ଲାଣ୍ଟ ଦରକାର ହେଉଛି। ଏହାରି ଭିତରେ ଆଉ ଜଣେ ଓଡ଼ିଆ ଅଭିନେତାଙ୍କର ସ୍ୱାସ୍ଥ୍ୟ ଖରାପ ରହିଥିବା ସୂଚନା ମିଳିଛି।

Satyaki mishra

 ଓଡ଼ିଆ ସିନେମା ତଥା ଟିଭି ସେରିଏଲ୍ ଗୁଡିକରେ ଅଭିନୟ କରି ଆସିଥିବା ସାତ୍ୟକି ମିଶ୍ରଙ୍କ ସ୍ଵାସ୍ଥ ଅବସ୍ଥା ଖରାପ ରହିଛି। ସାତ୍ୟକି ଗତ କିଛି ବର୍ଷ ହେବ କ୍ୟାନ୍ସର ଆକ୍ରାନ୍ତ ରହିଥିଲେ। ତେବେ, ସମ୍ପ୍ରତି ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ଖରାପ ହୋଇଯିବାରୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଅସ୍ତ୍ରୋପଚାର ସରିଛି।ସାତ୍ୟକିଙ୍କର ସ୍ୱାସ୍ଥ୍ୟକୁ ନେଇ ଆସୁଥିବା ଏଭଳି ଖବର ନିଶ୍ଚିତ ଭାବରେ କଳା ଜଗତ ପାଇଁ ଏକ ଦୁଃଖଦ ବିଷୟ ଅଟେ। ସାତ୍ୟକିଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅବସ୍ଥା ଠିକ୍ ହୋଇଯାଉ ଏବଂ ସେ ଯଥାଶୀଘ୍ର କ୍ୟାମେରା ସାମ୍ନାକୁ ଫେରି ଆସନ୍ତୁ ବୋଲି ତାଙ୍କ ସମର୍ଥକ ଏବଂ ଶୁଭେଚ୍ଛୁମାନେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।