ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ମୁହଁ ଖୋଲିଲେ ଅଚ୍ୟୁତ ସାମାନ୍ତ, କଣ କହିଲେ ଜାଣନ୍ତୁ

 
Kiit university

କିଟ୍ ଛାତ୍ରୀ ମୃତ୍ୟୁ ମାମଲା। ଏମ୍ସରେ ପୋଷ୍ଟମର୍ଟମ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ହସ୍ତାନ୍ତର ପରେ ପରିବାର ଲୋକ କିଟ୍ ମୃତ ଛାତ୍ରୀ ଲାମସାଲଙ୍କ ମୃତଦେହକୁ ନେପାଳ ନେଇ ଯାଇଛନ୍ତି।ଅନ୍ୟପଟେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ବଢୁଛି କିଟ୍ ବିଶ୍ୱବିଦ୍ୟାଳୟର ଚିନ୍ତା। ମୃତ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ତେଜୁଛି ପ୍ରତିବାଦ।

ମିଡିଆକୁ କୌଣସି ପ୍ରତିକ୍ରିୟା ଦେବାକୁ ଚାହୁଁ ନାହାନ୍ତି କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବେ ନାହିଁ ବୋଲି ମନା କରିଛନ୍ତି ନିଜେ ଅଚ୍ୟୁତ। କିଟରେ ନେପାଳୀ ଛାତ୍ରୀ ପ୍ରକୃତିଙ୍କ ମୃତ୍ୟୁକୁ ନେଇ ପ୍ରତିବାଦ ଚାଲିଥିବାବେଳେ ନବ ନିର୍ମାଣ ଛାତ୍ର ସଙ୍ଗଠନ ପ୍ରତିବାଦରୁ ହଟିବା ପାଇଁ ସେମାନଙ୍କୁ ଭେଟିଛନ୍ତି ପ୍ରତିଷ୍ଠାତା।

Kiit university

୧୧୫୫ ଛାତ୍ରଛାତ୍ରୀ ଏଠାରେ ପଢ଼ୁଛନ୍ତି ମାତ୍ର ୩୭ ଜଣ ହଷ୍ଟେଲକୁ ଫେରିଛନ୍ତି। ସେଠାରେ କୌଣସି ଅଘଟଣ ଘଟିଲେ କଲେଜ ଦାୟି ନୁହେଁ ବୋଲି ଏକ ଅଣ୍ଡରଟେକିଂ ଲେଖାଯାଇଛି। ୯୦% ପିଲା ଘରକୁ ଫେରିଯାଇଛନ୍ତି। କଲେଜ ଅଥରିଟି ଯାହା କହିବା କଥା କହିଛନ୍ତି, ମୁଁ କିଛି ପ୍ରତିକ୍ରିୟରା ଦେବି ନାହିଁ ବୋଲି କହିଥିଲେ ଅଚ୍ୟୁତ।

ବିଶ୍ୱବିଦ୍ୟାଳୟରେ ବିଦେଶୀ ଛାତ୍ରଛାତ୍ରୀଙ୍କୁ ସିକ୍ୟୁରିଟି ଗାର୍ଡ ମାଡ଼ ମାରିବା, ସେମାନଙ୍କୁ ବସ୍ରେ କଟକ ରେଳଷ୍ଟେସନକୁ ନେବା, ଜେନେରାଲ ବଗିରେ ଜବରଦସ୍ତି ପୂରାଇ ନେପାଳ ଫେରିଯିବାକୁ ଧମକ ଦେବା... ଛାତ୍ରଛାତ୍ରୀଙ୍କ ପ୍ରତି ଏଭଳି ଦୁର୍ବ୍ୟବହାର ଅତି ନିନ୍ଦନୀୟ। ସେମାନଙ୍କ ମାନବ ଅଧିକାର ଉଲ୍ଲଂଘନ ହୋଇଛି। ମାନବ ଅଧିକାର କର୍ମୀ ପ୍ରଦୀପ୍ତ ନାୟକ ଏଭଳି ଅଭିଯୋଗ କରି ରାଜ୍ୟ ମାନବ ଅଧିକାର ଆୟୋଗ (ଓଏଚ୍ଆର୍ସି)ଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Achuta samanta

ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା ବଦଳରେ କମିଶନରେଟ ପୁଲିସ ଚୁପ୍ ବସିଛି। ଯାହାକି କିଟ୍ କର୍ତ୍ତୃପକ୍ଷଙ୍କ ଦାଦାଗିରିକୁ ପ୍ରୋତ୍ସାହନ ଦେଉଛି। ତୁରନ୍ତ ଏହାର ନିରପେକ୍ଷ ତଦନ୍ତ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପିଟିସନ ଜରିଆରେ ସେ ଦାବି କରିଛନ୍ତି। ଏହାସହ ମୃତ ଛାତ୍ରୀଙ୍କ ପରିବାରବର୍ଗଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ନିମନ୍ତେ ଆୟୋଗ ଅଧ୍ୟକ୍ଷଙ୍କୁ ନିବେଦନ କରିଛନ୍ତି।