କାହାର ମୁଖା ଖୋଲିବାକୁ ଅର୍ଚ୍ଚନା ହେଲେଣି ପ୍ରସ୍ତୁତ? ଏହି ବଡ଼ବଡ଼ିଆଙ୍କ ସମ୍ପର୍କରେ ମିଳିବ ସୁରାକ! ଜାଣନ୍ତୁ ପୁରା ଖବର

 
Archana nag

ଜେଲ୍ ରୁ ଫେରିଛନ୍ତି ଅର୍ଚ୍ଚନା ନାଗ । ଏଥର ଆରମ୍ଭ ହେବ ଅସଲି ଖେଳ । ଅର୍ଚ୍ଚନା ନିଜେ ଖୋଳିବେ ସବୁ ଗୁମର । ଧରା ପକାଇବେ ଓଡ଼ିଶାର ଅପରାଧୀ ମାନଙ୍କୁ । ଏଥର ଆଉ ଡର ନାହିଁ । ଯେଉଁଥି ପାଇଁ ଡର ଥିଲା ତାହା ତ ଘଟି ସାରିଛି । ଏଥର ଅର୍ଚ୍ଚନା ନାଗଙ୍କ ଜେଲ୍ ରୁ ମୁକୁଳିବା ଅନ୍ୟ ମାନଙ୍କ ପାଇଁ ଭାରି ପଡିପାରେ ବୋଲି ହେଉଛି ଆଲୋଚନା ।

Archana nag

ହନି ଟ୍ରାପ୍  କୁଇନ ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟ ଦେଇଛି ଜାମିନ୍ । ଜାମିନ୍ ରେ ଜେଲ୍ ରୁ ଆସିବା ପରେ ଏବେ ଗଣ ମାଧ୍ୟମରେ ନିଜର ବୟାନ ପାଇଁ ସମସ୍ତଙ୍କ ନଜର ରହିଛି ଅର୍ଚ୍ଚନାଙ୍କ କାର୍ଯ୍ୟ କଳାପ ଉପରେ । ତେବେ ଜେଲ୍ ରୁ ଫେରିବା ପରେ ଗଣ ମାଧ୍ୟମ ସମ୍ମୁଖରେ ଏପରି କିଛି କହିଥିଲେ ଅର୍ଚ୍ଚନା ।

ଅର୍ଚ୍ଚନା ," ଯେଉଁମାନେ ମୋତେ ଫସାଇଛନ୍ତି ସେମାନଙ୍କ ବିରୋଧରେ କୋର୍ଟ ର ଦ୍ବାରସ୍ଥ ହେବି । ଆପଣ ମାନେ ସମସ୍ତେ ମୋ ସହ ଅଛନ୍ତି । ଆପଣ ମାନଙ୍କୁ ଧନ୍ୟବାଦ୍ । କୋର୍ଟ ଯେଉଁ ବିଶ୍ୱାସରେ ମୋତେ ଜାମିନ୍ ଦେଇଛି ସେ ବିଶ୍ୱାସ ମୁ ଭାଙ୍ଗିବିନି । ମୁଁ କୋର୍ଟ କୁ ପୁରା ସହଯୋଗ କରିବି । କୋର୍ଟ କୁ ସମସ୍ତ ତଥ୍ୟ ପ୍ରମାଣ ଦେବି ଏବଂ ପ୍ରକୃତ ଦୋଷୀଙ୍କୁ ଧରାଇବି ।

Archana nag

ଅର୍ଚ୍ଚନାଙ୍କ ଏପରି ବୟାନ ଶୁଣି ଏବେ ସମସ୍ତେ ଆଶ୍ଚର୍ଯ୍ୟ । କେତେକଙ୍କ ମଥା ବିନ୍ଧିବାର କାରଣ ପାଲଟିଛି ଅର୍ଚନାଙ୍କ ବୟାନ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଜଣେ ଦୀର୍ଘ ୧୪ ମାସ ଜେଲ ରେ ରହିବା ପରେ ମଧ୍ୟ ନା ଅର୍ଚ୍ଚନା ଙ୍କ କ୍ଷେତ୍ରରେ ଦେଖା ଦେଇଛି ଅନୁତାପର ଛାପ ନା ଭେୟର। ତେବେ ଜଦି ସେ ଭଲ ଉଦ୍ଦେଶ୍ୟ ନେଇ ଏପରିକି କହୁଛନ୍ତି । ଏହା ତାଙ୍କର ମୂଳ ଦୃଶ୍ୟ ନଥିଲା । ତେବେ ସେ ଅନ୍ୟ ଦୋଷୀ ମାନେ କିଏ ?