ଦେଖନ୍ତୁ ଭିଡିଓ: ମୋ ସ୍ୱାମୀ ମୋର ଏମିତି ଅବସ୍ଥା କରିଛି, ମୋ ସ୍ୱାମୀଙ୍କୁ ଦଣ୍ଡ ମିଳୁ, ମୁଁ ଏହି ଅବସ୍ଥାରେ ବି IAS ଅଫିସର ହେବି

 
Mahila nku podidele

ଝିଅଟିଏ ବାହା ହୋଇ ଶାଶୁ ଘର ଯାଏ । ନିଜ ବାପା , ମା, ଭାଇ , ଭଉଣୀ ସମସ୍ତଙ୍କୁ ଛାଡି ଅନ୍ୟ ଏକ ପର ଘରକୁ ଯାଏ । ପର ଲୋକଙ୍କୁ ନିଜର କରି ଖୁବ୍ କମ୍ ଦିନରେ ବନିଯାଏ ଝିଅରୁ ବୋହୂ । କାଲି ସକାଳେ ଯେ ବାପା ମାଙ୍କ ପାଖରେ ଅଳି କରୁଥାଏ ରାତି ପାହିଲେ ତାକୁ ଶୁଣିବାକୁ ପଡେ ସମସ୍ତଙ୍କ ଅଳି ଅଝଟ । କିନ୍ତୁ ୟାରି ମଧ୍ୟରେ ତାର ସବୁଠାରୁ ବଡ଼ ଭରଷା ବିଶ୍ୱାସ ରହିଥାଏ ତାର ସ୍ଵାମୀ ଉପରେ ।

Mahila

ହେଲେ ଥରେ ଭାବି ଦେଖିଲେ ଯଦି ସେହି ଅତି ନିଜର ଆଶା ଭରଷାର ମଣିଷ ଟା ହିଁ ଧୋକା ଦେଇଦିଏ , ସବୁ ଦିନ ପାଇଁ ପର କରିଦିଏ, ତେବେ କେତେ ଯେ କଷ୍ଟ ହେବ ।

ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ପଦ୍ମପୁରରେ । ୨୦୧୫ ମସିହାରେ ରଶ୍ମିତା ପଦ୍ମପୁରର ରାମ ଚନ୍ଦ୍ର ପାଢିଙ୍କୁ ବିବାହ କରିଥିଲେ । ରଶ୍ମିତା ଜଣେ ଉଚ୍ଚ ଶିକ୍ଷିତା ଅଟନ୍ତି । ଜୀବନରେ କିଛି କରିବାର ଇଛା ଥିଲେ ମଧ୍ୟ ବାପାଙ୍କ କଥା ନ ଭାଙ୍ଗି ବାପା ଠିକ୍ କରିଥିବା ଯୁବକଙ୍କ ସହ ବିବାହ କରିଥିଲେ । 

ହେଲେ ତାଙ୍କ ସହିତ ଯେ ଏପରି କିଛି ହେବ ସେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ । ରଶ୍ମିତାଙ୍କ କହିବା ଅନୁସାରେ ବାହାଘର ଦିନ ଠାରୁ ହିଁ ତାଙ୍କ ଶାଶୁ ଘରେ ତାଙ୍କୁ ବିଭିନ୍ନ ଅତ୍ୟାଚାର ସହିବାକୁ ପଡୁଥିଲା । ଏପରି କି ଦିନେ ତାଙ୍କ ସ୍ଵାମୀ ଓ ଦେଢ଼ସୁର ମିଶି ତାଙ୍କୁ ନିଆଁ ଲଗାଇ ପୋଡି ଦେଇଥିଲେ । 

ଏପଟେ ମେଡିକାଲ୍ ବେଡ୍ ରେ ପଡ଼ି ଚିକିତ୍ସିତ ହେଉଛନ୍ତି ରଶ୍ମିତା । ହେଲେ ସାହସ ତାଙ୍କର ଭାଙ୍ଗିନି । ସବୁ କିଛି ସେ ଭାଗ୍ୟ ଉପରେ ଛାଡି ନ ଦେଇ ଏବେ ବି ଲଢ଼ୁଛନ୍ତି ନିଜର ଭାଗ୍ୟ ସହିତ । ମେଡିକାଲ୍ ବେଡ୍ ରେ ପଡ଼ି ସେ ପ୍ରିପେୟାର୍ ହେଉଛନ୍ତି ଆଇଏସ ପରିକ୍ଷା ପାଇଁ ।