ଦେଖନ୍ତୁ ଭିଡିଓ: ରାମଦୋଳିରେ ବସି ରିଲସ୍ କରୁକରୁ ଫସିଗଲା ଯୁବତୀଙ୍କ ମୁଣ୍ଡ ଆଉ ତା ପରେ...
Dec 9, 2023, 22:16 IST
ବାଲିଯାତ୍ରାରେ ଅଘଟଣ । ରିଲ୍ସର ନିଶାରେ ପଡିଗଲେ ବଡ ବିପଦରେ । ଜୀବନ ବି ଚାଲି ଯାଇଥାନ୍ତା । ଅଳ୍ପକେ ବର୍ତ୍ତିଗଲେ ଯୁବତୀ ।
ହଁ ଆଜ୍ଞା, ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଟକ ବାଲିଯାତ୍ରାରେ । ରାମଦୋଳିରେ ଝୁଲୁଥିବା ସମୟରେ ହଠାତ୍ ଫୋନ୍ କାଢି ରିଲ୍ସ କରିବାକୁ ଲାଗିଥିଲେ ଯୁବତୀ ଜଣକ । ଉପରକୁ ଚାହୁଁ ଚାହୁଁ ହୋଇଗଲା ଏପରି କିଛି , ଯାହାକୁ ଦେଖି ଲୋକ ମାନେ ମଧ୍ୟ ଭୟଭୀତ ହୋଇ ପଡ଼ିଥିଲେ ।
ଯୁବତୀ ଜଣକ ବାହାରକୁ ମୁଣ୍ଡ କାଢି ରିଲ୍ସ ବନାଉଥିବା ସମୟରେ ତାଙ୍କ ମୁଣ୍ଡ ଫସି ଯାଇଥିଲା ରାମ ଦୋଳିରେ । ଯାହା ପରେ ତୁରନ୍ତ ଅଟକା ଯାଇଥିଲା ଦୋଳିକି । ଓ ବହୁ କଷ୍ଟରେ ଯୁବତୀଙ୍କ ଚୁଟି କାଟି ତାଙ୍କୁ ଉଦ୍ଧାର କରାଯାଇଥିଲା ।
ଏପରି ଅନେକ ଦୁର୍ଘଟଣା ଘଟୁଥିଲେ ମଧ୍ୟ ଲୋକ ମାନେ ରିଲ୍ସ କରି ଫେମସ୍ ହେବା ନିଶାରେ ଭୁଲି ଯାଉଛନ୍ତି ସ୍ଥାନ , କାଳ ଓ ପାତ୍ର । ଯେଉଁଥି ପାଇଁ ଜୀବନ ବି ଚାଲି ଯାଉଛି ।