ଦେଖନ୍ତୁ ଭିଡିଓ: ଆଖି ସାମ୍ନାରେ ଟାଣିନେଲା କୁମ୍ଭୀର, ଜୀବନ୍ତ ମହିଳାଙ୍କୁ ଏମିତି ପୁରା ଖାଇଗଲା, ରେକର୍ଡ ହେଲା ଛାତିଥରା ଦୃଶ୍ୟ

 
Crocodile

ମୃତ୍ୟୁ କେତେବେଳେ କେଉଁ ବାଟଦେଇ ଆସେ କହି ହୁଏନା। ଏଭଳି ଏକ ଘଟଣାଟିଏ ଘଟିଛି ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଅମଠପୁର ପଞ୍ଚାୟତର ପାଲଟପୂର୍  ଗ୍ରାମର। ମୃତ ମହିଳାଙ୍କ ନାମ ହେଉଛି ଜ୍ୟୋସ୍ନା ଜେନା। ବୟସ 36 ସ୍ଵାମୀଙ୍କ ନାମ ଅନାମ ଚରଣ ଜେନା। 
cc

ଆଜି ସକାଳୁ ଜ୍ୟୋସ୍ନା ଲୁଗା ସଫା ନିମନ୍ତେ ପଡୋଶୀ ଯାଆଙ୍କ ସହ ନିକଟରେ ଥିବା ବିରୂପା ନଦୀକୁ ଯାଇଥିଲେ। ହେଲେ ତାଙ୍କୁ ଜଣା ନଥିଲା ସେହି ନଦୀରେ ତାଙ୍କ ମୃତ୍ୟୁ ଲୁଚି ରହିଛି। ଯାଆ ତାଙ୍କର ନଦୀ ତଟରେ ଛିଡ଼ା ହୋଇଥାନ୍ତି। ଜ୍ୟୋସ୍ନା ଯେମିତି ପାଣି ଭିତରକୁ ଯାଇଛନ୍ତି ଶୀକାର ପାଇଁ ଚାହିଁରହିଥିବା କୁମ୍ଭୀରଟି ତାଙ୍କୁ ପାଣି ଭିତରକୁ ଭିଡି ନେଇଥିଲା। ତାଙ୍କ ସାଙ୍ଗରେ ଥିବା ତାଙ୍କ ଯାଆଙ୍କ ପାଇଁ ଏହା ଏକ ହୃଦୟ ବିଦାରକ ଓ ଲୋମା ଟାଙ୍କୁରା ଦୃଶ୍ୟ ଥିଲା।

ମନରେ ସାହସ ଭରି ସେ ଗ୍ରାମବାସୀଙ୍କୁ ଚିତ୍କାର କରି ଡାକିଥିଲେ ଯାହା ଫଳରେ ଅନେକ ଗ୍ରାମବାସୀ ସେଠାକୁ ଗଲେ ସତ, ହେଲେ କଣ ବା ଆଉ କରିଥାନ୍ତେ। ଠିଆ ହୋଇ ଦେଖିବା ଛଡା କିଛି ବାଟ ନ ଥିଲା ସେମାନଙ୍କ ପାଖରେ ଗଭୀର ଜଳ ମଧ୍ୟରେ ଗୁଡ଼ାଇ ଜ୍ୟୋସ୍ନାଙ୍କୁ ମାରିବାପରେ ନିକଟରେ ଥିବା ବଣକୁ ନେଇ ଖିନ ଭିନ କରି ଖାଉଥିବା ର ଦୃଶ୍ୟ ଲୋକଙ୍କ ମଧ୍ୟରେ ଚାଞ୍ଚଲ୍ୟତା ସୃଷ୍ଟି କରିଥିଲା।

ପରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କ ମୃତ ଖଣ୍ଡ ବିଖଣ୍ଡିତ ଶରୀରକୁ ଉଦ୍ଧାର କରିଥିଲା। ଏହାପରେ ଶବକୁ ପଠାଇଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ। ପରେ ବନବିଭାଗ ତରଫରୁ ନଦୀକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।

ଦୁଃଖ ତ ସେତେବେଳେ ବଳିଗଲା ଯେତେବେଳେ ତାଙ୍କ ପରିବାର ଅବସ୍ଥା କଥା ଜଣା ପଡିଲା। କାରଣ ତାଙ୍କ ସ୍ବାମୀ ଜଣେ ଦିବ୍ୟାଙ୍ଗ ହୋଇଥିବା ବେଳେ ତାଙ୍କ ଶଶୁର ଶଯ୍ୟାଶାୟୀ ଏବଂ ପିଲାମାନେ ଅତି ଛୋଟ ପୁଅ ୭ ବର୍ଷର ଓ ଝିଅ ୧୦ ବର୍ଷର। ଘଟଣା ସ୍ଥଳରେ ସ୍ଥାନୀୟ ବିଧାୟକ ସମେତ,ଅନ୍ୟ ଦଳର ନେତା , ବ୍ଲକ ଅଧିକାରୀ ଆଦି ପହଞ୍ଚି ପରିବାରକୁ ସମବେଦନା ଜଣାଇବା ସହିତ ୬୦ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି। ଏବେ ମଧ୍ୟ ଏହି ଘଟଣା ଗ୍ରାମବାସୀଙ୍କ ମନରେ ଭୟ ସୃଷ୍ଟି କରିଛି।