'ଶାରୀରିକ ସମ୍ପର୍କ ରଖିଲେ ସ୍ୱାମୀ ମରିଯିବ' କହି ସମ୍ବନ୍ଧ ରଖିଲାନି ନବ ବିବାହିତା ସ୍ତ୍ରୀ, ଆଉ ତାପରେ...

 
Couple case

ବାହାଘରକୁ ଦୁଇ ସପ୍ତାହ ବି ପୂରି ନଥିଲା। ହେଲେ ସ୍ୱାମୀଙ୍କୁ ଛାଡ଼ି ସ୍ତ୍ରୀ ଫେରାର୍। ଏହି ଖବର ଯେତିକି ଚର୍ଚ୍ଚା ସୃଷ୍ଟି କରିଛି ଖବର ପଛର କାହାଣୀକୁ ନେଇ ତା'ଠୁ ଚର୍ଚ୍ଚା ହୋଇଛି। କାରଣ ବୋହୂ ଖାଲି ଫେରାର୍ ହୋଇଛି ବଂର ସୁନା ଧରି ଚମ୍ପଟ ମାରିଛି। ବାପଘରେ ସାମ୍ବୀଙ୍କୁ ବସାଇ ଫେରାର ହୋଇଯାଇଛି ନୂଆବୋହୂ। ଘଟଣାଟି ଘଟିଛି ବନମାଳିପୁର ବାଘବରାହୀପାଟଣା ଅଞ୍ଚଳରେ। ଏହି ଅଞ୍ଚଳର ଜଣେ ଯୁବକ ପୁରୀ ଟାଉନଥାନା ମାଟିମଣ୍ଡପ ସାହିରେ ବିବାହ କରିଥିଲେ। ଗତ ୯ ତାରିଖରେ ପୁରୀର ଏକ କଲ୍ୟାଣ ମଣ୍ଡପରେ ବୈଦିକ ରୀତିନୀତିରେ ବିବାହ ଶେଷ ହୋଇଥିଲା।

Swami stree

ତେବେ ଏହି ବିବାହରେ ବର ପକ୍ଷରୁ କୌଣସି ଯୌତୁକ ଦାବି କରାଯାଇନଥିଲା। ବରଂ ବରପକ୍ଷ ସବୁ ଖର୍ଚ୍ଚ ବହନ କରିଥିଲେ ଓ ବୋହୂ ପାଇଁ ସବୁ ଗହଣା କିଣିଥିଲେ ବରପକ୍ଷ। ହେଲେ ବିବାହ ପରେ ଚତୁର୍ଥୀ ପାଇଁ ଅମଙ୍ଗ ହୋଇଥିଲା କନ୍ୟା ଏମିତିକି ଶାରୀରିକ ସମ୍ବନ୍ଧ ରଖିଲେ ସ୍ୱାମୀ ଉପରେ ବିପଦ ଥିବା କହିଥିଲା କନ୍ୟା। ବୋହୂର ଚାଲ ବରଘର ବୁଝିପାରିନଥିଲେ । ରଥଯାତ୍ରା ଚାଲିଥିବାରୁ ବୋହୂ ବାପଘର ପୁରୀ ବୁଲି ଯିବାକୁ କହିଥିଲେ। ତେଣୁ ରବିବାର ଦିନ ଉଭୟ ସ୍ୱାମୀ-ସ୍ତ୍ରୀ ପୁରୀ ବୁଲି ଯିବାକୁ ବାହାରିଥିଲେ।

Bohu

ଜଗନ୍ନାଥ ଦର୍ଶନ ସାରି ଉଭୟେ ବୋହୂଙ୍କ ବାପଘରେ ପହଂଚିଥିଲେ। ଜ୍ୱାଇଁ ଶ୍ୱଶୂର ଘରେ ବସିଥିବାବେଳେ ଝିଅ ସାହି ବୁଲିବାକୁ ଯାଇ ଆଉ ଫେରିନଥିଲେ। ଜ୍ୱାଇଁ ଘରେ ବସିବସି ରାତି ପାହିଲା ପଛେ ଝିଅ ଫେରିଲା ନାହିଁ। ଫୋନ କଲା ବେଳକୁ ଫୋନ୍ ମଧ୍ୟ ମଧ୍ୟ ସ୍ୱିଚଅଫ ହୋଇଯାଇଥିଲା। ବିଚରା ଜ୍ୱାଇଁ କାମମୁଣ୍ଡା ଆଉଁସି ଘରକୁ ଆସିଥିଲେ। ପରେ ଜଣାପଡିଲା ଯେ ନୂଆବୋହୂ ସାଙ୍ଗରେ ପିନ୍ଧିଥିବା ଗହଣା ସହ ଆଲମାରିରେ ଥିବା ସୁନା ଗହଣାକୁ ମଧ୍ୟ ସାଙ୍ଗରେ ନେଇ ଯାଇଛନ୍ତି। ଏହାକୁ ନେଇ ବରଘର ପକ୍ଷରୁ ପୁରୀ ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।