ଦେଖନ୍ତୁ ଭିଡିଓ: “ମତେ ଦେହ ବ୍ୟବସାୟ ପାଇଁ ବାଧ୍ୟ କରୁଥିଲେ” ସଙ୍ଗୀନ ଅଭିଯୋଗ ଆଣିଲେ ଅଭିନେତ୍ରୀ ମୌସୁମୀ ନାୟକ

 
Mousumi Mohanty

ଜଣେ ପ୍ରତିଷ୍ଠିତ ଲେଖିକାଙ୍କ ବିରୋଧରେ ଆସିଛି ଅଭିଯୋଗ।ଅଭିଯୋଗର ସତ୍ୟା ସତ୍ୟ ଜଣା ନ ପଡ଼ିଥିଲେ ବି ଘଟଣାଟି ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚିତ। ତେବେ ଆସନ୍ତୁ ଜାଣିବା କିଏ ଓ କାହିଁକି କରିଛି ଅଭିଯୋଗ ? କିଏ ସେ ପ୍ରତିଷ୍ଠିତ ଲେଖିକା ?

Actress

ଅଭିନେତ୍ରୀ ମୌସୁମୀ ନାୟକ , ଲେଖିକା ବନସ୍ମିତା ପତି ଙ୍କ ବିରୋଧରେ ଗୁରୁତର ଅଭିଯୋଗ କରିଛନ୍ତି। ମୌସୁମୀ ଙ୍କ କହିବା ଅନୁସାରେ ଲେଖିକା ବନସ୍ମିତାଙ୍କ ସହିତ ତାଙ୍କର ସମ୍ପର୍କ ବହୁ ପୁରୁଣା ଥିଲା।ତାଙ୍କ ନିଜ ଭଉଣୀ ଭାବି ସବୁ କଥା ସେୟାର କରନ୍ତି ସେ ବନସ୍ମିତାଙ୍କ ଆଗରେ। ହେଲେ ବନସ୍ମିତା ତାଙ୍କର ଫାଇଦା ଉଠାଇବାକୁ ଚେଷ୍ଟା କରୁଥିଲେ। ତାଙ୍କୁ ନିଜ କଥା ଆଳରେ ପ୍ରଷ୍ଟିଚ୍ୟୁସନ ୱାର୍କ କରିବାକୁ ବାରମ୍ବାର ବୁଝାଉଥିଲେ।
ମୌସୁମୀ ଏହା ମଧ୍ୟ କହିଛନ୍ତି ଯେ,ବନସ୍ମିତାଙ୍କ ଭାଇ ଅଭିଷେକ ପତି ଜଣେ ସରକାରୀ କର୍ମଚାରୀ ହୋଇ ମଧ୍ୟ ସେୟାର ମାର୍କେଟରେ ଜଣେ ବ୍ରୋକର ହିସାବରେ କାମ କରୁଛନ୍ତି । ଯାହା ଆଇନଗତ ଭାବେ ଠିକ୍ ନୁହେଁ। ବନସ୍ମିତାଙ୍କ ଭାଇ ମୌସୁମୀ ଙ୍କୁ ସେୟାର ମାର୍କେଟରେ ଇନଭେଷ୍ଟ କରିବାକୁ କହିଥିଲେ। ଯାହା ପରେ ମୌସୁମୀ ତାଙ୍କୁ କୁଆଡେ ୫ ଲକ୍ଷ ୮୦ ହଜାର ଟଙ୍କା ମଧ୍ୟ ଦେଇ ଥିଲେ। ପରବର୍ତ୍ତୀ ସମୟରେ ମୌସୁମୀ ନିଜ ସେୟାର ଡିଟେଲ୍ସ ମାଗିବାରୁ ଦେଇ ନ ଥିଲେ ଅଭିଷକ ।
 
ସେ କହିଛନ୍ତି ଯେ ଏକ ପ୍ରକାରର ଠକେଇ ହୋଇଛି ତାଙ୍କ ସହିତ।ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଦୁଃଖରେ ଥିବା ଅବସ୍ଥାରେ ଅନେକ ବ୍ୟକ୍ତିଗତ କଥା ସେୟାର କରିଥିଲେ ଲେଖିକା ବନସ୍ମିତାଙ୍କ ସହିତ।ଯାହାକୁ ବନସ୍ମିତା ରେକର୍ଡିଂ କରି ଏବେ ବ୍ଲାକ ମେଲ କରୁଛନ୍ତି ତାଙ୍କୁ।