ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଆଣିଲେ ଗର୍ଭ ନିରୋଧକର ୨ଟି ନୂଆ ବିକଳ୍ପ, ଏବେ ଆଉ ରହିବନି ଗର୍ଭବତୀ ହେବା ଡର, ଜାଣନ୍ତୁ ପୁରା ଖବର

 
Garbha niradhak
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣର ଆଉ ଏକ ନୂଆ ଉପଲବ୍ଧି । ଗର୍ଭ ନିରୋଧକ ପାଇଁ ଆଗକୁ ଆସିଲା ଆଉ ଦୁଇ ବିକଳ୍ପ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କରା ଯାଇଛି ଏହାର ଉନ୍ମୋଚନ ।

Anti pregnancy

ଏବେ ଫ୍ୟାମିଲୀ ପ୍ଲାନିଂ ଓ ଗର୍ଭ ନିରୋଧକ ପଦ୍ଧତିରେ ଯୋଡ଼ି ହେଲା ଆଉ ଦୁଇଟି ନୂଆ ପଦ୍ଧତି ସବ୍ ଡର୍ମାଲ ଇମ୍ପ୍ଲାଣ୍ଟ ଓ ଅନ୍ତରା ଇଞ୍ଜେକ୍ସନ ।

ସବ୍ ଡର୍ମାଲ ଇମ୍ପ୍ଲାଣ୍ଟ :

ଏହାକୁ ମହିଳାଙ୍କ ଶରୀରରେ ୩ବର୍ଷ ଲାଗି ରଖାଯାଏ । ଏହି ପଦ୍ଧତିରେ ନିଡିଲ ଆକାରର ଏକ ରଡ୍ କୁ ମହିଳାଙ୍କ ବାମ ହାତ ଉପର ଭାଗରେ ଚର୍ମ ତଳେ ରଖାଯିବ । ଏହା ଗର୍ଭ ଧାରଣକୁ ରୋକିଥାଏ ।

ଅନ୍ତରା ଇଞ୍ଜେକ୍ସନ :

ଏହା ଅନ୍ୟ ଏକ ବିକଳ୍ପ । ଏହି ଇଞ୍ଜେକ୍ସନ ଦ୍ୱାରା ୩ ମାସ ପାଇଁ ଗର୍ଭ ଧାରଣକୁ ରୋକା ଯାଇ ପାରିବ ।

ବର୍ତ୍ତମାନ ଓଡ଼ିଶାର ଗଞ୍ଜାମ , ଗଜପତି , କଟକ ଓ ବାଲେଶ୍ଵର ଜିଲ୍ଲାରେ ଏହି ଦୁଇଟି ବିକଳ୍ପର ଶୁଭାରମ୍ଭ କରା ଯାଇଛି । ଏ ନେଇ ବିଜୟ ପାଣିଗ୍ରାହୀ କହିଛନ୍ତି , ଏହା ରାଜ୍ୟରେ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବ । ତେବେ ସ୍ବାସ୍ଥ୍ୟ ବିଭାଗର ଲକ୍ଷ୍ୟ ରହିଛି କିପରି ଏହାକୁ ସମସ୍ତଙ୍କ ନିକଟରେ ପହଞ୍ଚାଯିବ ।