ଏହି ବଡବଡିଆଙ୍କ ଠାରୁ ପ୍ରତିଶୋଧ ନେବ ଅର୍ଚ୍ଚନା! ଜାଗା ଖୋଜିଲାଣି, ପୁଣି ବିଛାଇବ ମାୟାଜାଲ! ଜାଣନ୍ତୁ ପୁରା ଖବର

 
Archana nag
ଜେଲ୍ ରୁ ମୁକୁଳିବେ ଅର୍ଚ୍ଚନା ନାଗ । ଗୋଟି ଗୋଟି କରି ନେବେ ପ୍ରତିଶୋଧ । କିଏ ଓ କାହା ପାଇଁ ନାଗ ସାମ୍ରାଜ୍ୟ ତାଙ୍କର ଭାଙ୍ଗିଗଲା ସେ ନେଇ କରିବେ ଖୋଳ ତାଡ଼ । ଗୋଟି ଗୋଟି କରି ସମସ୍ତଙ୍କୁ ପଠାଇବେ ଜେଲ୍ । ଖୋଲି ଦେବେ ସବୁ ଗୁମର । ନେତା ଠାରୁ ମନ୍ତ୍ରୀ ସବୁ ବଡ଼ ବଡ଼ିଆ ହେଲେଣି ଥରହର ।

ସ

ସୂଚନା ଅନୁସାରେ , ଜେଲ୍ ରୁ ଜାମିନ୍ ରେ ଆସିବାକୁ ଯାଉଛନ୍ତି ଅର୍ଚ୍ଚନା ନାଗ । ଏ ନେଇ ଗତ କାଲି ହାଇକୋର୍ଟ କରିବ ଶୁଣାଣି । ତେବେ ଏହା ମଧ୍ୟ ଶୁଣିବାକୁ ମିଳୁଛି ଏଥର ଆଉ ଚୁପ୍ ବସିବେନି ଅର୍ଚ୍ଚନା , ନେବେ ପ୍ରତିଶୋଧ । ସବୁ ଧଳା ପୋଷାକ ପିନ୍ଧିଥିବା ଲୋକଙ୍କର ଦେଖାଇବେ କଳା ଚେହେରା ।

ଅର୍ଚ୍ଚନା ନାଗ୍ ଙ୍କର କଳା କାରନାମା କଥା ତ ଆପଣ ଜାଣିଥିବେ । ଏହା କାହାକୁ ବା ଅଛପା । ଅର୍ଚ୍ଚନା ଅର୍ଜିଥିବା ସମସ୍ତ ସମ୍ପତ୍ତିକୁ କୋର୍ଟ ନିଜ ଅଧିନକୁ ନେଇ ସାରିଛି । ଏହା ପରେ ପ୍ରଶ୍ନ ଉଠୁଛି ଅର୍ଚ୍ଚନା ଜେଲ୍ ରୁ ଫେରି ରହିବେ କେଉଁଠି ଏବଂ ପୁଣି ସେହି କାମରେ ଲାଗି ରହିବେ ନା ଏଥର କିଛି ନୂଆ ପ୍ଲାନ୍ ରେ ଖେଳ ହେବ ।

Special jail

ତେବେ ଅର୍ଚ୍ଚନାଙ୍କ ପାଇଁ ହାଇକୋର୍ଟ କେତେକ ସର୍ତ୍ତ ରଖିଛନ୍ତି। ଅର୍ଚ୍ଚନା ତଦନ୍ତରେ ସହଯୋଗ କରିବେ, ସାକ୍ଷୀଙ୍କୁ ପ୍ରଭାବିତ ନକରିବା, ପ୍ରମାଣ ନଷ୍ଟ ନକରିବା , ଇଡି ଅଧିକାରୀଙ୍କୁ ମୋବାଇଲ ନଂ. ଏବଂ ଠିକଣା ପ୍ରଦାନ କରିବେ, ପ୍ରତି ତାରିଖରେ କୋର୍ଟରେ ବ୍ୟକ୍ତିଗତ ହାଜର ହେବେ, ପାସପୋର୍ଟ ଦାଖଲ କରିବେ ଆଦି ସର୍ତ୍ତ ରଖାଯାଇଛି।ଏହି ମାମଲାରେ ଅର୍ଚ୍ଚନା ନାଗଙ୍କ ସମେତ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଏବଂ ସହଯୋଗୀ ଖଗେଶ୍ୱର ଏବେ ଝାରପଡା ଜେଲ୍‌ରେ ଅଛନ୍ତି ।

୨ ଲକ୍ଷ ଟଙ୍କାର ଦୁଇଟି ଜାମିନଦାର ବଦଳରେ ଅର୍ଚ୍ଚନା ଜେଲରୁ ବାହାରିବେ। ଅର୍ଚ୍ଚନାଙ୍କ ପକ୍ଷରୁ ହୋଇଥିବା ବେଲ୍‌ ପିଟିଶନ୍‌ର ପରିଚାଳନା ଆଇନଜୀବୀ ଜୟଦୀପ ପାଲ କରୁଥିବାବେଳେ ବିଚାରପତି ଗୌରୀଶଙ୍କର ଶତପଥୀ ଏହାର ଶୁଣାଣି କରିଛନ୍ତି।