ଘରୋଇ ଡାକ୍ତରଖାନା ରେଷ୍ଟରୁମରୁ ମିଳିଲା ଡାକ୍ତରଙ୍କ ମୃତଦେହ, ମାତ୍ର ୧୫ ଦିନ ତଳେ କରିଥିଲେ ବିବାହ, ଜାଣନ୍ତୁ ପୂରା ଘଟଣା

 
Doctor

ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ମିଳିଲା ଯୁବ ଡାକ୍ତରଙ୍କ ଶବ। ମୃତ ଡାକ୍ତରଙ୍କ ନାମ ଶିଶିର ସାହୁ ହୋଇଥିବା ବେଳେ ଗତକାଲି ନିଜ ଚାମ୍ବରରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପେଡିଆଟ୍ରିକ୍‌ ବିଭାଗର ଡାକ୍ତର ଥିବା ଶିଶିରଙ୍କ ଡ୍ୟୁଟିରେ ଥିବାବେଳେ ଚ୍ୟାମ୍ବରର ରେଷ୍ଟରୁମରୁ ତାଙ୍କ ଶବ ମିଳିଥିଲା।

Sisir

 ମିଳିଥିବା ସୂଚନା ଅନୁଯାଇ ଡାକ୍ତର ଶିଶିର ଗତକାଲି ଉକ୍ତ ଘରୋଇ ଡାକ୍ତରଖାନାରେ ଡ୍ୟୁଟିରେ ଥିଲେ। କିଛି ଲୋକେ ତାଙ୍କୁ ରେଷ୍ଟରୁମ୍‌ର ବେଡ୍‌ରେ ପଡ଼ିଥିବାର ଦେଖିବା ସହିତ ଉଠାଇବାକୁ ଚେଷ୍ଟା କରିଥିଲେ। ଶିଶିର କୌଣସି ପ୍ରକାର ଉତ୍ତର ନ ଦେବାରୁ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ନିଆ ଯାଇଥିଲା।

Doctor

କିନ୍ତୁ, ଦୁର୍ଭାଗ୍ୟବଶତଃ ସେତବେଳକୁ ଶିଶିର ମୃତ୍ୟୁବରଣ କରି ସାରିଥିଲେ। ଭରତପୁର ଥାନା ଅଧିକାରୀଙ୍କ କହିବା ଅନୁଯାଇ ଶିଶିର ମାତ୍ର ୧୫ ଦିନ ତଳେ ବିବାହ କରିଥିଲେ। ଏପରି ପରିସ୍ଥିତିରେ ସେ କଣ ପାଇଁ ଏଭଳି ଚରମ ନିଷ୍ପତ୍ତି ନେଲେ ସେଥିନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ। କୌଣସି ପ୍ରକାର ଔଷଧ ଖାଇ ସେ ଜୀବନ ହାରିଥିବା ଜଣାପଡ଼ିଛି।