ଦଶମ ପରୀକ୍ଷା ପରେ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ! କାରଣ ଜାଣି ହେବେ ଦୁଃଖିତ

 
Suicide

ବୟସ ୧୬ ଡେଇଁନି କିନ୍ତୁ ସେମାନଙ୍କ ଭିତରେ ଥିଲା ପ୍ରେମର ଅତୁଟ ବନ୍ଧନ। ପରିବାର ଏବଂ ଏ ସମାଜ ହୁଏତ ସେମାନଙ୍କ ଏହି ସମ୍ପର୍କକୁ ସହଜରେ ଗ୍ରହଣ କରିନଥାନ୍ତା। ସେଇଥିପାଇଁ ବୋଧେ ଏତେ କମ୍ ବୟସରେ ଚରମ ନିଷ୍ପତ୍ତି ନେଇଗଲେ ଏହି ପ୍ରେମୀଯୁଗଳ। ଚଳିତବର୍ଷ ଦଶମ ପରୀକ୍ଷା ଦେବା ପରେ ପରେ ଆତ୍ମହତ୍ୟା କରିଛନ୍ତି ଏହି ପ୍ରେମୀଯୁଗଳ ଯାହା ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

Suicide

ଗଞ୍ଜାମ ଖଣ୍ଡରା ଗ୍ରାମରେ ପ୍ରେମୀଯୁଗଳଙ୍କର ଝୁଲନ୍ତା ମୃତଦେହ ମିଳିବା ପରେ ପୋଲିସ ଘଟଣାର ତନାଘନା ଆରମ୍ଭ କରିଛି। ମୃତ ଯୁବକ ଜଣକ ଶେରଗଡ଼ ଥାନା ଅନ୍ତର୍ଗତ ବରସିଂ ଗ୍ରାମର ୨୦ ବର୍ଷିୟ ମୁନା ଗୌଡ଼ ବୋଲି ଜଣାପଡିଛି। ତେବେ, ଆତ୍ମହତ୍ୟା କରିଥିବା ଯୁବତୀ ଜଣକ ନାବାଳିକା ଏବଂ ଚଳିତବର୍ଷ ଦଶମ ପରୀକ୍ଷା ଦେଇଥିବା ସୂଚନା ମିଳିଛି। ଆସିକା ଏସଡିପିଓ ଉମାଚରଣ ସିଂ ଓ ଥାନାଧିକାରୀ ଅଭିମନ୍ୟୁ ଦାଶଙ୍କ ନେତୃତ୍ୱରେ ପୋଲିସ ଟିମ ଅଧିକ ତଦନ୍ତ ଜାରି ରଖିଛି।

Hinjili police station

ଶନିବାର ଦଶମ ବୋର୍ଡ ପରୀକ୍ଷା ଦେଇ ସାରିବା ପରେ ନାବାଳିକା କେଉଁଆଡ଼େ ଫେରାର ହୋଇଯାଇଥିଲେ। ଅନ୍ୟପକ୍ଷରେ ସେହିଦିନଠାରୁ ହିଁ ମୁନାଙ୍କର ମଧ୍ୟ ପତ୍ତା ମିଳୁନଥିଲା। ତେବେ, ରବିବାର ସକାଳେ ମଇଁଷି ଚରାଇବା ପାଇଁ ଆସିଥିବା କିଛି ଲୋକେ ଗାଁ ଆମ୍ବ ତୋଟାରେ ଉଭୟଙ୍କର ଜୁଳନ୍ତା ଶବ ଦେଖିବାକୁ ପାଇଥିଲେ। ପ୍ରେମଜନିତ କାରଣରୁ ଏଭଳି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ପୋଲିସ କହିଛି।