ଦେଖନ୍ତୁ ଭିଡ଼ିଓ: ସୀମା ଟପିଲା ସ୍ତ୍ରୀ ଏବଂ ଶ୍ୱଶୁରଘର ଲୋକଙ୍କ ନିର୍ଯାତନା! ଆତ୍ମହତ୍ୟା କଲେ ଯୁବ ବ୍ୟବସାୟୀ, ମୃତ୍ୟୁ ପୂର୍ବର ଭିଡ଼ିଓ ଭାଇରାଲ

 
Buisness man

ସାଧାରଣତଃ ମହିଳାମାନେ ସ୍ୱାମୀ ଏବଂ ଶାଶୂଘର ଲୋକଙ୍କ ଦ୍ୱାରା ନିର୍ଯାତିତ ହେଉଥିବାର ଅନେକ ଖବର ଆପଣମାନେ ଶୁଣିବାକୁ ପାଉଥିବେ। କିନ୍ତୁ, ରାଉରକେଲା ସହରରୁ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଏବଂ ଶ୍ୱଶୁର ଘର ଲୋକଙ୍କ ଦ୍ୱାରା ନିର୍ଯାତିତ ହେବାପରେ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ଆତ୍ମହତ୍ୟା କରିବା ପୂର୍ବରୁ ବ୍ୟକ୍ତି ଜଣକ ଏଥିନେଇ ଏକ ଭିଡ଼ିଓ ପୋଷ୍ଟ କରିଥିଲେ ଯାହା ଭାଇରାଲ ହୋଇଛି।

Rahul

ମିଳିଥିବା ସୂଚନା ଅନୁଯାଇ ମୃତକଙ୍କ ନାମ ରାହୁଲ ଅଗ୍ରୱାଲ ହୋଇଥିବା ବେଳେ ସେ ରାଉରକେଲା ସିଭିଲ ଟାଉନସିପ୍ ଅଞ୍ଚଳରେ ରହିଆସୁଥିଲେ। ଗତ ଗୁରୁବାର ଦିନ ୩ଟା ୩୦ରେ ସେ ନିଜ ଘର ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏଥିନେଇ ତାଙ୍କ ସ୍ତ୍ରୀ ବର୍ଷା ଚୁଡିୱାଲା ଏବଂ ଶ୍ୱଶୁର ଘର ବିରୋଧରେ ବିଷ୍ଣୁପୁର ଥାନାରେ ପରିବାର ପକ୍ଷରୁ ଏତଲା ଦିଆଯାଇଛି।

ଭାଇରାଲ ହୋଇଥିବା ଭିଡ଼ିଓରେ ରାହୁଲ କହିଛନ୍ତି ଯେ," ମୋ ନାଁ ରାହୁଲ ଅଗ୍ରୱାଲ୍‌। ମୁଁ ରାଉରକେଲାରେ ରୁହେ। ୨୦୧୨ ରେ ଜାମ୍‌ସେଦ୍‌ପୁର ଆସିୟାନା ଗାର୍ଡେନ୍‌ ନିବାସୀ ପ୍ରଦୀପ ଚୁଡିୱାଲାଙ୍କ ଝିଅ ବର୍ଷା ଚୁଡିୱାଲାଙ୍କ ସହ ମୋ ବାହାଘର ହୋଇଥିଲା। ପରେ ମୋର ଶ୍ୱଶୁର ଘରଲୋକେ ଯୌତୁକ ନିର୍ଯାତନା ଅଭିଯୋଗରେ ଥାନାରେ ଏକ ମିଛ ମାମଲା ରୁଜୁ କରିଥିଲେ। ଏହି ଭିଡିଓ ମାଧ୍ୟମରେ ମୁଁ ସ୍ପଷ୍ଟ କହିବାକୁ ଚାହୁଁଛି ଯେ, ମୋ ସହିତ କିଛି ହେଲେ ମୋ ଶ୍ୱଶୁର ଘରର ୩ ଜଣ ତଥା ମୋ ଶ୍ୱଶୁର ପ୍ରଦୀପ୍‌ ଚୁଡିୱାଲା, ଶାଶୁ କୁସୁମ ଚୁଡିୱାଲା ଓ ଶଳା ପିୟୁଷ୍‌ ଚୁଡିୱାଲା ଦାୟୀ ରହିବେ। ଏହି ୩ ଜଣ ମୋର ଏବଂ ମୋ ଛୁଆଙ୍କ ଜୀବନ ବରବାଦ କରିଦେଇଛନ୍ତି"। ପୋଲିସ ଭିଡ଼ିଓକୁ ଆଧାର କରି ପ୍ରଦୀପ ଚୁଡିୱାଲାଙ୍କ ସମେତ ୫ ଜଣଙ୍କ ନାମରେ ମାମଲା ରୁଜୁ କରିଛି।