ଦେଖନ୍ତୁ ଭିଡ଼ିଓ: ସ୍ୱାମୀ ପରିବାର ଛାଡ଼ି ପ୍ରେମିକ ସହ ଛୁ ମାରିଥିଲେ ଏହି ମହିଳା, ପ୍ରେମିକ ଧୋକା ଦେବାରୁ ଦେଉଛନ୍ତି ଆତ୍ମହତ୍ୟା ଧମକ

 
Suicide attempt

"ତାକୁ ଧର ଧର, ମୋତେ ଧୋକା ଦେଇ ପଳାଉଛି ତାକୁ ଧର। ମୋତେ ନ୍ୟାୟ ନ ମିଳିଲେ ପେଟ୍ରୋଲ ଢ଼ାଳି ହୋଇ ମୁଁ ଆତ୍ମହତ୍ୟା କରିବି"। ଯାଜପୁର ସୁକିନ୍ଦା ବଜ଼ାର ଉପରେ ହଠାତ ଏପରି ପାଟି କରିବାକୁ ଲାଗିଥିଲେ ଜଣେ ମହିଳା। ସେଠାରେ ଉପସ୍ଥିତ ଜଣେ ବ୍ୟକ୍ତିଙ୍କ ସହିତ ବଚସା କରୁଥିବା ସମୟରେ ମହିଳା ଜଣକ ସାହାଯ୍ୟ ମଗୁଥିବା ଦେଖିବାକୁ ମିଳିଥିଲା।

Fight

ବୁଝୁ ବୁଝୁ ଜଣାପଡିଥିଲା ଯେ ମହିଳା ଜଣକ କୁଆଡେ ବିବାହିତା ଏବଂ ତାଙ୍କର ଏକ ୮ ବର୍ଷର ପୁଅ ମଧ୍ୟ ରହିଛି। କିନ୍ତୁ, ସ୍ୱାମୀ, ପୁଅ ଓ ଘର ସଂସାର ଛାଡ଼ି ସେ ଦୁଇ ବର୍ଷ ହେବ ପ୍ରେମିକ ସହିତ ଚାଲି ଆସିଥିଲେ। ବର୍ତ୍ତମାନ ଯେଉଁ ବ୍ୟକ୍ତିଙ୍କ ସହିତ ସେ ଝଗଡ଼ା କରୁଥିଲେ ସେ କୁଆଡେ ତାଙ୍କ ପ୍ରେମିକ ନାଁ ତାଙ୍କର ଦୀପକ। ଦୁଇ ବର୍ଷ ହେବ ମହିଳା ଜଣକ ଦୀପକଙ୍କ ହାତ ଧରି ଘର ଛାଡ଼ି ଚାଲି ଆସିଥିଲେ।

କିନ୍ତୁ, ମହିଳା ଜଣକ ବିବାହିତା ହୋଇଥିବାରୁ ଦୀପକଙ୍କ ପରିବାର ଲୋକେ ତାଙ୍କୁ ଗ୍ରହଣ କରିନଥିଲେ। ଏହାପରେ ଉଭୟେ ଦୁଇ ବର୍ଷ ଧରି ଘରଭଡ଼ା ନେଇ ବାହାରେ ରହୁଥିଲେ। ଏହାରି ମଧ୍ୟରେ ମହିଳା ଜଣକ ଗର୍ଭବତୀ ହୋଇଥିଲେ ହେଁ ଦୀପକ ତାଙ୍କର ଗର୍ଭପାତ କରାଇଥିବା ସେ ଅଭିଯୋଗ କରିଛନ୍ତି। ତେବେ, ୨ ବର୍ଷ ପରେ ସେମାନଙ୍କ ପ୍ରେମ ସମ୍ପର୍କରେ ଭଟ୍ଟା ପଡିଯାଇଥିଲା। ଏବେ, ଦୀପକ ଆଉ କାହାକୁ ବିବାହ କରିଥିବା ଜାଣି ମହିଳା ସୁକିନ୍ଦା ଥାନାରେ ଅଭିଯୋଗ କରିବାକୁ ଆସିଥିବା ବେଳେ ରାସ୍ତାରେ ଦୀପକ ହାବୁଡି ଯାଇଥିଲେ। ମହିଳା ଜଣକ ପେଟ୍ରୋଲ ବୋତଲ ଧରି ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଭୟଙ୍କୁ ଥାନାକୁ ନେଇ ପଚରାଉଚରା ଆରମ୍ଭ କରିଛି।