ଜୁଈରେ ଜଳୁଥିଲା ସ୍ୱାମୀର ଚିତା! ପର ପୁରୁଷ ହାତ ଧରି ଛୁ ମାରିଲା ସ୍ତ୍ରୀ, ପୂରା ଘଟଣା ଜାଣି ହେବେ ତାଜୁବ୍, ଦେଖନ୍ତୁ ଭିଡ଼ିଓ

 
Swami stree

ସ୍ୱାମୀ ଜୁଈରେ ଶୋଇଥିବା ବେଳେ ପ୍ରେମିକ ହାତ ଧରି ପଳାଇଲା ସ୍ତ୍ରୀ। ଉକ୍ତ ମହିଳାଙ୍କର ୪ଟି ସନ୍ତାନ ଥିଲେ ମଧ୍ୟ ସେମାନଙ୍କ ମୁହଁକୁ ମଧ୍ୟ ଚାହିଁଲା ନାହିଁ। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଞ୍ଚଳରେ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହାର ଖୁବ ଚର୍ଚ୍ଚା ହେଉଛି। ମହିଳା ଜଣକ ନିଜ ପ୍ରେମିକ ସହିତ ଯାଉଥିବାର ଏକ ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

Jui

ମିଳିଥିବା ସୂଚନା ଅନୁଯାଇ ରାଜକନିକା ଥାନା ଭାମଣ୍ଡା ଗାଁର ପୂଜକ ରଙ୍ଗାଧର ଦାଶ ନିଜ ସ୍ତ୍ରୀ ଜସମିନ୍ ଏବଂ ୪ ପୁଅ ଝିଅଙ୍କ ସହିତ ରହୁଥିଲେ। କିନ୍ତୁ, ଜସମିନଙ୍କର ସେହି ଗାଁର ଆଉ ଜଣେ ଯୁବକଙ୍କ ସହିତ ଅନୈତିକ ସମ୍ପର୍କ ରହିଥିଲା। ରଙ୍ଗାଧର ଘରେ ନଥିବା ସମୟରେ ଯୁବକ ଜଣକ ଘରକୁ ମଧ୍ୟ ଆସୁଥିଲେ। ମାଆର ଅନୈତିକ ସମ୍ପର୍କ ବିଷୟରେ ପିଲାମାନେ ଜାଣିବାକୁ ପାଇଥିଲେ ହେଁ ଜସମିନ୍ ସେମାନଙ୍କୁ ମାରିବାକୁ ଧମକ ଦେଇ ଚୁପ କରି ଦେଇଥିଲେ।

ତେବେ, ଗତ ୧୭ ତାରିଖ ଦିନ ରଙ୍ଗାଧର ଓ ଜସମିନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ରଙ୍ଗାଧର ସେହିଦିନ ମନ୍ଦିରକୁ ଯାଇଥିଲେ ହେଁ ଆଉ ଘରକୁ ଫେରିନଥିଲେ। ବହୁ ଖୋଜାଖୋଜି ହେବାର ୫ ଦିନ ପରେ ସିମିଳିମାହାରା ଜୋର ନିକଟରୁ ତାଙ୍କର କ୍ଷତାକ୍ତ ମୃତଦେହକୁ ପୁଲିସ ଉଦ୍ଧାର କରିଥିଲା। ପୋଲିସ ଶବ ବ୍ୟବଚ୍ଛେଦ କରି ପରିବାରକୁ ଶବ ଫେରାଇ ଦେଇଥିଲା। ତେବେ, ରଙ୍ଗାଧରଙ୍କ ଅନ୍ତିମ ସତ୍କାର ଦିନ ହିଁ ଜସମିନ ନିଜ ପ୍ରେମିକ ସହିତ ଘର ଛାଡ଼ି ଚାଲିଯାଉଥିବା ଦେଖିବାକୁ ମିଳିଥିଲା।