ସ୍ୱାମୀକୁ ଧୋକା ଦେଇ ପର ପୁରୁଷକୁ ସ୍ତ୍ରୀ କହୁଛି ‘ଆସ ଶୋଇବା, ସେକ୍ସ କରିବା, ଦେଖନ୍ତୁ ଭିଡ଼ିଓ

 
Dhoka

ଆଜିକାଲି ରାଜ୍ୟରେ ପରକୀୟା ପ୍ରୀତି ଏକ ସାଧାରଣ ଘଟଣାରେ ପରିଣତ ହୋଇ ସାରିଲାଣି। ବିବାହ ପରେ କେଉଁଠି କିଏ ପର ସ୍ତ୍ରୀ ସହ ବୁଲିଲାଣି ତ କେଉଁଠି ସ୍ତ୍ରୀଟିଏ ଅନ୍ୟ ଯୁବକଙ୍କ ସହିତ ସମ୍ପର୍କ ରଖିବାରେ ବ୍ୟସ୍ତ ରହିଛି। ଏଭଳି ଅନେକ ଘଟଣା ସାମ୍ନାକୁ ଆସୁଥିବା ବେଳେ ରାଜଧାନୀର ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଓ ଶ୍ୱଶୁରଘର ବିରୁଦ୍ଧରେ ଏଭଳି ଭୟଙ୍କର ଅଭିଯୋଗ ଆଣିଛନ୍ତି।

ଭରତ ସାହୁ ନାମକ ଏକ ବ୍ୟକ୍ତିଙ୍କ କହିବା ମୁତାବକ ୪ ବର୍ଷ ତଳେ ସେ ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ। ବିବାହର ପ୍ରଥମ କିଛି ବର୍ଷ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ଚାଲିଥିଲା। ତେବେ, ବିଗତ କିଛି ମାସ ହେବ ତାଙ୍କ ସ୍ତ୍ରୀ ଓ ଭରତଙ୍କ ଜଣେ ବନ୍ଧୁଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା। ଯୁବକ ଜଣକ ଭରତ ନ ଥିବା ବେଳେ ଘରକୁ ମଧ୍ୟ ଆସୁଥିଲେ।ପଡ଼ୋଶୀଙ୍କ ଠାରୁ ଏହା ବିଷୟରେ ଜାଣିବା ପରେ ଭରତ ନିଜ ସ୍ତ୍ରୀ ଓ ସାଙ୍ଗକୁ ଏଥିନେଇ ପଚାରିଥିଲେ ହେଁ ଉଭୟେ ଏହାକୁ ଅସ୍ବୀକାର କରିଥିଲେ। ଏଥିନେଇ ଭରତ ନିଜ ଶ୍ୱଶୁରଘର ଲୋକଙ୍କୁ କହିଥିଲେ ହେଁ ତାଙ୍କୁ ପାଲଟା ମାଡ଼ ମରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଭରତ ଏଥିନେଇ ଥାନାରେ ଅଭିଯୋଗ କରିଥିଲେ ହେଁ ତାଙ୍କ ଏତଲା ରଖାଯାଇନଥିଲା ବରଂ ଶ୍ୱଶୁରଘର ଲୋକେ ତାଙ୍କ ବିପକ୍ଷରେ ପାଲଟା ଅଭିଯୋଗ କରିଥିବା ଏବଂ ପୋଲିସ ଏତଲା ରଖି ତଦନ୍ତ ଆରମ୍ଭ କରିଥିବା ସେ ଗଣମାଧ୍ୟମ ଆଗରେ କହିଛନ୍ତି।