ବାବୁସାନ୍ ଓ ପ୍ରକୃତିଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପତ୍ନୀ ତୃପ୍ତି ମହାନ୍ତି, କହିଲେ ପ୍ରକୃତି ମୋ ସ୍ୱାମୀଙ୍କୁ ଭଲପାଏ, ସେମାନେ...

 
Babushan prakruti mishra

ବିଚ୍ ରାସ୍ତାରେ ଓଲିଉଡ ଷ୍ଟାରଙ୍କ ମଧ୍ୟରେ କଳି! ଓଡ଼ିଆ ସିନେ ଜଗତର ଆଗଧାଡ଼ିର ନାୟିକା ପ୍ରକୃତି ମିଶ୍ରଙ୍କୁ ବିଚ୍ ରାସ୍ତାରେ ଟଣା ଘୋଷରା କରିଲେ ଅଭିନେତା ବାବୁସାନଙ୍କ ପତ୍ନୀ। ରାଜଧାନୀର ରାଜରାସ୍ତାରେ ଷ୍ଟାରଙ୍କ କଳିର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଘଟଣା ଏବେ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି। ବାବୁସାନ୍ ଓ ପ୍ରକୃତି କାର୍ ରେ ଥିବା ବେଳେ ପତ୍ନୀ ତୃପ୍ତି ଆସି ଉଭୟଙ୍କୁ ମାଡ଼ ମାରିଥିବା ଦେଖିବାକୁ ମିଳୁଛି। ତେବେ ଘଟଣାଟି ହଇଚଇ ସୃଷ୍ଟି କରିବା ପରେ ବାବୁସାନ୍ ଙ୍କ ପତ୍ନୀ ତୃପ୍ତି ଘଟଣା ସମ୍ପର୍କରେ ଗଣମାଧ୍ୟମରୁ ପ୍ରତିକ୍ରିୟା ଦେଇଛନ୍ତି।

Babushan prakruti mishra

ସେ ଗଣମାଧ୍ୟମକୁ କହିଛନ୍ତି ଯେ, 'ସତ୍ୟନଗର ଘରେ ବାବୁସାନ୍ ଓ ପ୍ରକୃତି ମିଶ୍ର ରହୁଥିଲେ। ମୁଁ ତାଙ୍କୁ ଆଗରୁ ୩ ଥର ଧରିଛି, ସେମାନେ ଜାଗା ପରିବର୍ତ୍ତନ କରୁଥିଲେ। ଆଜି ବାବୁସାନ ଚେନ୍ନାଇ ଯିବେ ବୋଲି ଖବର ପାଇଥିଲି। ପ୍ରକୃତି ମଧ୍ୟ ତାଙ୍କ ସାଙ୍ଗରେ ଯିବା ନେଇ ମୋର ସନ୍ଦେହ ହୋଇଥିଲା। ବାବୁଙ୍କୁ ଭଲ ପାଏ ବୋଲି ପ୍ରକୃତି ମୋତେ ଜବାବ ଦେଲେ। ଆମ ଭିତରେ ଯିଏ ପଶିବ ପରିଣାମ ଭୋଗିବ ବୋଲି ପ୍ରକୃତି କହିଥିଲେ। ମୁଁ ବାବୁଙ୍କୁ ସେଠାରୁ କାଢ଼ିବାକୁ ଚାହୁଁଥିଲି। ପ୍ରକୃତି ମତେ ଧକ୍କା ମାରିଥିଲେ। ଆମ ଘରେ ବହୁ ମାସ ଧରି ବାବୁସାନ ରହୁନଥିଲେ। ୨୦୨୦ ସେପ୍ଟେମ୍ବର ୨୨ରେ ମୁଁ ଗର୍ଭବତୀ ଥିବା ଜାଣିଲି।'
Babushan and wife
୨୩ ତାରିଖରେ ସେମାନଙ୍କ ସମ୍ପର୍କ ବିଷୟରେ ମୋତେ ଜଣାପଡିଥିଲା। ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର ମଧ୍ୟ ଏକଥା ଜାଣିଥିଲେ। ସେ ଦୁଇଜଣ ଆଉ ହାତରେ ନଥିବା ପ୍ରକୃତିଙ୍କ ବାପା କହିଥିଲେ। ୨ ମାର୍ଚ୍ଚ ୨୦୨୨ରେ ପ୍ରକୃତିଙ୍କ ଜନ୍ମଦିନରେ ବାବୁସାନ ତାଙ୍କୁ ଲକେଟ ଦେଇଥିଲେ। ଏହି ସମୟରେ ମୁଁ ତାଙ୍କୁ ଧରିଥିଲି ବୋଲି ତୃପ୍ତି କହିଛନ୍ତି। ମୁଁ ମୋ ପରିବାରକୁ ବଞ୍ଚାଇାବାକୁ ଚାହୁଁଥିଲି, ତେଣୁ ଚୁପ୍ ଥିଲି। ମୋ ଶାଶୂ ମଧ୍ୟ ଏକଥା ଜାଣିଛନ୍ତି, ବାବୁଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି। ମୁଁ ମଧ୍ୟ ସେମାନଙ୍କ ନାଁରେ ମାମଲା କରିବା ନେଇ ଚିନ୍ତା କରୁଛି। ଆଗକୁ ବହୁ ଚିନ୍ତା କରି ନିଷ୍ପତ୍ତିି ନେବି ବୋଲି ତୃପ୍ତି କହିଛନ୍ତି।