କାହା ଛତ୍ରଛାୟା ତଳେ ରହି କଳା ସାମ୍ରାଜ୍ୟର ମାଲିକାଣୀ ସାଜିଥିଲେ ଅର୍ଚ୍ଚନା? ଜାଣନ୍ତୁ

 
Archana

ଗତ କିଛିଦିନ ହେବ ଅର୍ଚ୍ଚନା ନାଗ ନାଁଟି ରାଜଧାନୀ ଭୁବନେଶ୍ବରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ବଡ଼ ବଡ଼ିଆଙ୍କୁ ନିଜ ମାୟାଜାଲରେ ଫସାଇବା ସହିତ ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ସୁଟ୍ କରି ବ୍ଲାକମେଲ୍ କରି ଆସୁଥିଲେ ଏହି ମହିଳା। ପ୍ରତିଷ୍ଠିତ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ମଧ୍ୟ ସମାନ ଢଙ୍ଗରେ ବ୍ଲାକମେଲ କରାଯାଇଥିଲା। କିନ୍ତୁ, ସେ ଥାନାରେ ଏଥିନେଇ ଏତଲା ଦେବାପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଛି।

Archana

 ବାଲେଶ୍ୱର ବାଉଁଶବଣୀ ଗାଁରେ ହେଉଛି ଅର୍ଚ୍ଚନାଙ୍କ ଶାଶୂଘର। ସ୍ୱାମୀ ଜଗବନ୍ଧୁଙ୍କର ଗାଁରେ ଏକ ଗ୍ରୋସରୀ ଦୋକାନ ରହିଥିଲା। ଏହାପରେ ସେ ରାଜଧାନୀ ଚାଲିଆସି ଏଠାରେ ଏକ ଫାଇନାନ୍ସ କମ୍ପାନୀରେ କାମ କରୁଥିଲେ। ଏହାରି ଭିତରେ ତାଙ୍କର ଅର୍ଚ୍ଚନାଙ୍କ ସହିତ ଦେଖା ହୋଇଥିଲା। ଉଭୟେ ବିବାହ କରିବା ପରେ ଭୁବନେଶ୍ୱରରେ ଆରମ୍ଭ କରିଥିଲେ ହନିଟ୍ରାପିଂ। ପ୍ରଥମେ ବିଭିନ୍ନ ଆଳ ଦେଖାଇ ଅର୍ଚ୍ଚନା ବଡ଼ବଡ଼ିଆଙ୍କ ନିକଟତର ହେଉଥିଲେ।

House

 କେହି ଯଦି ତାଙ୍କ କଥାରେ ଫସି ଯାଉଥିଲେ ସେ ତାଙ୍କୁ ନିଜ ଘରକୁ ଖାଇବା ପାଇଁ ନିମନ୍ତ୍ରଣ ଦେଉଥିଲେ। ବାସ୍ ଘରକୁ ଆସିବା ପରେ ଅନ୍ୟ ଯୁବତୀଙ୍କ ସହିତ ସମ୍ପର୍କ ରଖିବାର ପ୍ରଲୋଭନ ଦେଖାଇ ଭିଡ଼ିଓ ସୁଟ୍ କରିବା ସହିତ ପରେ ବ୍ଲାକମେଲ୍ କରୁଥିଲେ। ତେବେ, କୋଟି କୋଟି ଟଙ୍କାର ସମ୍ପତ୍ତି, ଗାଡ଼ି ଓ ବଙ୍ଗଳାର ମାଲିକାଣୀ ସାଜିଥିବା ଅର୍ଚ୍ଚନା କାହା ଛତ୍ରଛାୟା ତଳେ ରହି କାମ କରୁଥିଲେ ତାହା ଜଣାପଡିନାହିଁ। କମିଶନରେଟ ପୋଲିସ ଅର୍ଚ୍ଚନାକୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଅପିଲ୍ କରିଥିବା ଜଣାପଡ଼ିଛି। ଜେରା ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।