ଓଡିଶା ଫେରିବା ପରେ କ'ଣ ପାଇଁ ସ୍ତ୍ରୀ ଓ ପୁଅ ପାଖକୁ ଫେରିଲେ ନାହିଁ ବାବୁସାନ? ଏଥିରେ ଛୋଟ ପିଲାଟିର ଭୁଲ କ'ଣ? ଜାଣନ୍ତୁ

 
Babusan

ଓଲିଉଡର ଦୁଇ ଷ୍ଟାର୍ ପରିବାର ମଧ୍ୟରେ ହୋଇଥିବା ଝଗଡ଼ା ଦିନକୁ ଦିନ ଭିନ୍ନ ଭିନ୍ନ ମୋଡ଼ ନେବାରେ ଲାଗିଛି। ଏହାରି ଭିତରେ ଅଭିନେତ୍ରୀ ପ୍ରକୃତି ମିଶ୍ର ନିଜ ବାପାଙ୍କ ସହିତ ଘରକୁ ଫେରି ଆସିଥିବା ବେଳେ ଏହାର ଗୋଟିଏ ଦିନ ପରେ ଅଭିନେତା ବାବୁସାନ ଓଡିଶା ଫେରି ଆସିଛନ୍ତି। ବାବୁସାନ ଭୁବନେଶ୍ୱର ବିମାନବନ୍ଦରରୁ ସିଧାସଳଖ ନିଜ ବାପା ମାଆଙ୍କ ପାଖକୁ ଚାଲି ଆସିଥିଲେ।

Babusan

କିଛି ଦିନ ବିଶ୍ରାମ ନେବା ପରେ ସେ ମିଡିଆ ସାମ୍ନାକୁ ଆସିବେ ବୋଲି ବାବୁସାନ କହିଛନ୍ତି। ତେବେ, ଦୁଇ ଦିନ ହେବ ଘରକୁ ଫେରିଥିଲେ ହେଁ ସେ ଏପର୍ଯ୍ୟନ୍ତ ସ୍ତ୍ରୀ ତୃପ୍ତି ଓ ପୁଅକୁ ଦେଖା କରି ନାହାଁନ୍ତି ଯାହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ତ୍ରୀଙ୍କ ଉପରେ ଅଭିମାନ ରହିଥିଲେ ବି ଛୋଟ ଛୁଆଟି କଣ ଭୁଲ କରିଛି ବୋଲି ତାଙ୍କ ଫ୍ୟାନ୍ସମାନେ ପ୍ରଶ୍ନ କରିଛନ୍ତି।

Son guan

ଅନ୍ୟପକ୍ଷରେ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ବାବୁସାନ ନିଜ ଓକିଲଙ୍କ ମାଧ୍ୟମରେ ଆବେଦନ କରିଥିବା ଜଣାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୩ ତାରିଖ ଦିନ ଘଟିଥିବା ଅପ୍ରୀତିକର ପରିସ୍ଥିତି ପରେ ତୃପ୍ତି ଖାରବେଳ ନଗର ଥାନାରେ ଅଭିଯୋଗ କରିଛନ୍ତି। ଫଳରେ ବାବୁସାନଙ୍କ ବିରୁଦ୍ଧରେ ଆଇପିସିର ଧାରା 498 (A) ଘରୋଇ ହିଂସା ଓ 506 (ଧମକ ଦେବା)ରେ ଏକ ମାମଲା ରୁଜୁ କରାଯାଇଛି।