ବାବୁସାନ ଓ ପ୍ରକୃତିଙ୍କ ସମ୍ପର୍କକୁ ନେଇ ଉତ୍ତମ ମହାନ୍ତିଙ୍କ ବଡ଼ ବୟାନ, କହିଲେ ମୋ ପୁଅ ହିଁ ସେମିତି, ପ୍ରକୃତି ତାକୁ...

 
Uttam mohanty

ଓଲିଉଡର ଜଣାଶୁଣା ଅଭିନେତା ବାବୁସାନ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ର ସାଙ୍ଗ ହୋଇ ଗୋଟିଏ ଗାଡ଼ିରେ ଯାଉଥିବା ବେଳେ ଧରି ପକାଇଥିଲେ ସ୍ତ୍ରୀ ତୃପ୍ତି। ତାପରେ ବିଚ୍ ରାସ୍ତାରେ ଆରମ୍ଭ ହୋଇଯାଇଥିଲା ଝଗଡ଼ା। ଷ୍ଟାର ପରିବାର ଭିତରେ ଏଭଳି ଝଗଡ଼ାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଏହି ମାମଲା ଯାଇଁ ଥାନାରେ ପହଞ୍ଚି ସାରିଲାଣି।

Fight

 ତେବେ ଏହି ହାଇପ୍ରୋଫାଇଲ କେସ୍ ବିଷୟରେ ବାବୁସାନଙ୍କ ବାପା ତଥା ବିଗତ ଦିନର ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ,‘‘ମୋ ବୋହୂ ତୃପ୍ତି ବହୁତ ଭଲ। ବାବୁସାନ ଓ ତୃପ୍ତି ପରସ୍ପରକୁ ବହୁତ ଭଲ ପାଆନ୍ତି। ପ୍ରକୃତି ସହ ସମ୍ପର୍କକୁ ନେଇ ତୃପ୍ତି ପାଖରେ ପ୍ରମାଣ ଥାଇ ପାରେ। ତୃପ୍ତି ବହୁତ ଭଲ ଛାତ୍ରୀ, ଅଭିନୟ ସହ ତାର କୌଣସି ସମ୍ପର୍କ ନାହିଁ। ଚଳଚ୍ଚିତ୍ରର ରୋମାଣ୍ଟିକ୍ ଦୃଶ୍ୟ ଆଦିକୁ ସେ ଭଲ ପାଏ ନାହିଁ। ବାବୁସାନଙ୍କୁ ଅନେକ ଥର ବୁଝାଇବାକୁ ଚେଷ୍ଟା କରିଛି। ଆପଣା ସୁନା ତ ଭେଣ୍ଡି, କାହାକୁ କହିବା।’’

Uttam Mohanty

ଏହା ବ୍ୟତୀତ ପ୍ରକୃତି ସହିତ ସମ୍ପର୍କ ନ ରଖି ତାକୁ ଛାଡ଼ି ଦେବା ପାଇଁ ସେ ନିଜେ ବାବୁସାନଙ୍କୁ କହିଥିବା ସୂଚନା ଦେଇଛନ୍ତି। ତେବେ, ଉଭୟେ ଆକ୍ଟିଂ କରୁଥିବା ଚଳଚ୍ଚିତ୍ରର ସୁଟିଂ ସରିବା ପରେ ପ୍ରକୃତି ବମ୍ବେ ଚାଲିଯିବ ଏବଂ ମୁଁ ଏହିଠାରେ ରହି ଓଡ଼ିଆ ସିନେମା କରିବି ବୋଲି ବାବୁସାନ କହିଥିଲେ। ଅନ୍ୟପକ୍ଷରେ ବୋହୂ ତୃପ୍ତିଙ୍କୁ ସମ୍ପୂର୍ଣ୍ଣ ଭାବରେ ସମର୍ଥନ କରୁଛନ୍ତି ତାଙ୍କ ଶାଶୂଘର ଲୋକେ। ଶାଶୂ ଅପରାଜିତା ନିଜେ ତାଙ୍କ ସହିତ ଯାଇ ପ୍ରକୃତି ମିଶ୍ରଙ୍କ ବିରୋଧରେ ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି।