ଟୁଙ୍ଗୁରୁ-ବର୍ଷା ପ୍ରେମ କାହାଣୀରେ ପଡ଼ିଲା ପୂର୍ଣ୍ଣଚ୍ଛେଦ! ବଳାତ୍କାର ଅଭିଯୋଗରେ ଟୁଙ୍ଗୁରୁ ଗିରଫ, ଜାଣନ୍ତୁ କାହିଁକି

 
Tunguru bhola

ବିଗତ ଦିନରେ ସାରା ଓଡ଼ିଶାରେ ବେସ୍ ଚର୍ଚ୍ଚାରେ ରହିଥିଲା ବର୍ଷା ଏବଂ ଟୁଙ୍ଗୁରୁ ଭୋଳଙ୍କ ପ୍ରେମ କାହାଣୀ। ତେବେ, ବର୍ଷା ପୁଣିଥରେ ଟୁଙ୍ଗୁରୁଙ୍କ ନାମରେ ବଳାତ୍କାର ଅଭିଯୋଗ ଆଣିବା ଏବଂ ସେ ଗିରଫ ହେବାପରେ ଏହି କାହାଣୀର ଏକପ୍ରକାର ଅନ୍ତ ଘଟିଛି। ବର୍ଷାଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଭୁବନେଶ୍ୱର ସ୍ଥିତ ଫୁଲେଶ୍ୱରୀ ବସ୍ତିରୁ ଟୁଙ୍ଗୁରୁକୁ ଗିରଫ କରିଛି। ଟୁଙ୍ଗୁରୁର ଜାମିନ ଆବେଦନ ଖାରଜ ହେବାପରେ ତାକୁ ହଜାତକୁ ପଠାଇ ଦିଆଯାଇଥିବା ଜଣାପଡିଛି।

Tunguru

 ଏଠାରେ ଉଲ୍ଲେଖଯୋଗ୍ୟ ଯେ ଟୁଙ୍ଗୁରୁ ଜଣେ ଅଟୋ ଚାଳକ ହୋଇଥିବା ବେଳେ ଲକଡାଉନ୍ ସମୟରେ ତାଙ୍କର ଭରତପୁର ଥାନା ଅନ୍ତର୍ଗତ ଶରଧାପଲ୍ଲୀ ବସ୍ତିରେ ରହୁଥିବା ସୁଜୟନ୍ତୀ ଦଳେଇ ଓରଫ ବର୍ଷା ଭୋଳଙ୍କ ସହିତ ଦେଖା ହୋଇଥିଲା। ଏହି ଦେଖା ସାକ୍ଷାତ ଆଗକୁ ଯାଇ ପ୍ରେମ ସମ୍ପର୍କରେ ପରିବର୍ତ୍ତିତ ହୋଇ ଯାଇଥିଲା। ଏପରିକି ଦୁଇ ଦୁଇଟି ସନ୍ତାନର ଜନନୀ ଥିବା ବର୍ଷା ସ୍ୱାମୀ ପିଲାଙ୍କୁ ଛାଡ଼ି ଟୁଙ୍ଗୁରୁ ସହିତ ରହିବାକୁ ଲାଗିଥିଲେ। କିନ୍ତୁ, ଟୁଙ୍ଗୁରୁ ଅନ୍ୟତ୍ର ବିବାହ କରିବାକୁ ଯାଉଥିବା ଜାଣି ଭରତପୁର ଥାନାରେ ଅଭିଯୋଗ କରିଥିଲେ ବର୍ଷା।

Tunguru bhola

 ତେବେ ଆଗକୁ ଯାଇ ଉଭୟେ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା। ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଥିଲା ଏପରିକି ଉଭୟଙ୍କୁ ଓଡ଼ିଆ ଆଲବମରେ ଆକ୍ଟିଂ କରିବାକୁ ମଧ୍ୟ ସୁଯୋଗ ମିଳିଥିଲା। ତେବେ, ଗତମାସ ୧୦ ତାରିଖ ରାତି ୧୨ଟାରେ ଟୁଙ୍ଗୁରୁ ଜଣେ ମହିଳାଙ୍କୁ ନେଇ ବର୍ଷାଙ୍କୁ ତାଙ୍କ ଘରୁ ଡ଼ାକିଥିଲେ। ଏହାପରେ ସେ ଫୁଲେଶ୍ୱରୀ ବସ୍ତିକୁ ନେଇ ତାଙ୍କୁ ବଳାତ୍କାର କରିଥିବା ବର୍ଷା ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗକୁ ଆଧାର କରି ଟୁଙ୍ଗୁରୁକୁ ଗିରଫ କରି ହଜାତକୁ ପଠାଇ ଦେଇଥିବା ସୁଚନା ମିଳିଛି।