ଧନ‌ ପରେ ଏବେ ନୂଆ ପ୍ରେମ କାହାଣୀ! ଏବେ ମାର୍କେଟ ନେଉଛି ବର୍ଷା ଟୁଙ୍ଗୁରୁ ପ୍ରେମ ସମ୍ପର୍କ, ଏମିତି ହୋଇଥିଲା ପ୍ରେମ, ଜାଣନ୍ତୁ ପୂରା ଘଟଣା

 
Love story

ରାଜଧାନୀରୁ ପ୍ରାୟ ପ୍ରତିଦିନ ନୂଆ ନୂଆ ପ୍ରେମ କାହାଣୀ ସାମ୍ନାକୁ ଆସୁଛି। କେଉଁଠାରେ କାହା ଧନ ଛାଡ଼ି ପଳାଇଲାଣି ତ କେଉଁଠି ବିବାହିତା ମହିଳାମାନେ ଅବିବାହିତ ଯୁବକଙ୍କ ପ୍ରେମରେ ପଡ଼ିଲେଣି। ଗତ କିଛିଦିନ ହେବ ଭୁବନେଶ୍ୱର ଭରତପୁର ଅଞ୍ଚଳରେ ଏଭଳି ଆଉ ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ନିଜ ସନ୍ତାନ ଏବଂ ସଂସାର ଛାଡ଼ି ବିବାହିତା ମହିଳା ଜଣେ ଯୁବକଙ୍କୁ ବିବାହ କରିବାକୁ ଜିଦ ଧରି ବସିଥିବା ଦେଖିବାକୁ ମିଳିଛି।

Tunguru

ବିବାହିତା ମହିଳାଙ୍କ ନାମ ବର୍ଷା ହୋଇଥିବା ବେଳେ ତାଙ୍କ ବୟସ ୨୮ ବର୍ଷ ଅଟେ। ଅନ୍ୟପକ୍ଷରେ ପ୍ରେମିକ ଟୁଙ୍ଗୁରୁ ଭୋଳର ବୟସ ମାତ୍ର ୨୪ ବର୍ଷ ଏବଂ ସେ ଅବିବାହିତ। ବର୍ଷାଙ୍କ କହିବା ଅନୁଯାଇ ଗତ କିଛି ମାସ ତଳେ ତାଙ୍କର ଟୁଙ୍ଗୁରୁ ସହିତ ଦେଖା ହୋଇଥିଲା। ଦେହ ଖରାପ ଥିବାରୁ ସେ ଟୁଙ୍ଗୁରୁ ଅଟୋରେ ମେଡ଼ିକାଲ ଯାଇଥିଲେ, ସେଠାରେ ଟୁଙ୍ଗୁରୁ ପ୍ରେମ ନିବେଦନ କରିଥିଲା ଏବଂ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା।

Bharatpur police station

ସବୁକିଛି ଠିକଠାକ ଚାଲିଥିବା ବେଳେ କିଛି ଦିନ ପୂର୍ବରୁ ଟୁଙ୍ଗୁରୁ ଫେରାର ହୋଇଯାଇଥିଲା। ପରେ ତାଙ୍କ ପରିବାର ଲୋକେ ତାଙ୍କର ଅନ୍ୟତ୍ର ବିବାହ କରାଉଥିବା ଜାଣିବା ପରେ ଥାନାରେ ଧାରଣା ଦେଇଛନ୍ତି ବର୍ଷା। "ଟୁଙ୍ଗୁରୁ କେବଳ ମୋର, ମୁଁ ହିଁ ତାଙ୍କୁ ବାହା ହେବି" ବୋଲି ବର୍ଷା ଜିଦ ଧରି ବସିଛନ୍ତି। ଖବରଟି ସାଧାରଣ ଲୋକଙ୍କୁ ଖୁବ ପସନ୍ଦ ଆସୁଥିବାରୁ ଗଣମାଧ୍ୟମରେ ଏଥିନେଇ ଚର୍ଚ୍ଚା ଜୋର ଧରିଛି।