ଦେଖନ୍ତୁ ଭିଡ଼ିଓ: ମା, ବାପା ପରେ ସାନ ଭାଇକୁ ମୁଖାଗ୍ନି ଦେଉଛନ୍ତି ଅମ୍ଳାନ, ଦେଖିଲେ ସହୁନି କୋହ, ଆଖିରେ ଆସିଯାଉଛି ଲୁହ

 
Amlan

ଦୁଃଖର ପାହାଡ଼ ତଳେ ବର୍ଷୀୟାନ ଅଭିନେତା ମିହିର ଦାସଙ୍କ ପରିବାର। ଗତବର୍ଷ ଜାନୁଆରୀ ମାସରେ ମିହିର ଦାସ ଆରପାରିକୁ ଚାଲି ଯାଇଥିବା ବେଳେ ଚଳିତବର୍ଷ ସାନ ପୁଅ ଅକ୍ଲାନ୍ତ ମଧ୍ୟ ମୃତ୍ୟୁବରଣ କରିଛନ୍ତି। ଲିଭର ସଂକ୍ରମଣ ଓ ଛାତି ରୋଗରେ ପୀଡ଼ିତ ଅକ୍ଲାନ୍ତ ପ୍ରାୟ ମାସେ ଧରି ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ରହିଥିଲେ।

Aklant

ଗତକାଲି ମାତ୍ର ୨୬ ବର୍ଷ ବୟସରେ ହିଁ ସେ ଦୁନିଆ ଛାଡ଼ି ଚାଲି ଯାଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ମିହିରଙ୍କ ବଡ଼ ପୁଅ ଅମ୍ଲାନ ଏବେ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିରେ ସକ୍ରିୟ ଥିବା ବେଳେ ଅକ୍ଲାନ୍ତ ସିନେମା ନିର୍ଦ୍ଦେଶନା ଓ ଗ୍ରାଫିକ୍ସ ଡିଜାଇନିଂ ପାଠପଢ଼ା ସାରି ସିନେମାରେ କ୍ୟାରିୟର କରିବାକୁ ନିଜକୁ ପ୍ରସ୍ତୁତ ହେଉଥିଲେ।

କିନ୍ତୁ, ସବୁ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା ଅମ୍ଳାନଙ୍କ ଆଖି ସାମ୍ନାରେ ପ୍ରଥମେ ମାଆ, ବାପା ଏବଂ ପରେ ଗେଲ୍ହା ଭାଇ ମଧ୍ୟ ଆରପାରିକୁ ଚାଲିଗଲା। ଅମ୍ଳାନ ନିଜେ ସାନଭାଇର କ୍ରିୟାକର୍ମ ସାରିଥିବା ବେଳେ ଆଖିରେ ଲୁହ ଏବଂ ଛାତିରେ କୋହ ଭରି ଯାଇଥିବ ନିଶ୍ଚିତ। ଦେଖଣାହାରିଙ୍କ ପାଇଁ ଅମ୍ଳାନ ଅକ୍ଲାନ୍ତଙ୍କ ମୁହଁରେ ମୁଖାଗ୍ନି ଦେବାର ଦୃଶ୍ୟ ସତରେ ଅତ୍ୟନ୍ତ ହୃଦୟ ବିଦାରକ ରହିଥିଲା।