ଏପରି ଭାବରେ ବ୍ଲାକମେଲ୍ କରୁଥିଲା ଅର୍ଚ୍ଚନା! ଅର୍ଚ୍ଚନା ନାଗର ସବୁ ପୋଲ୍ ଖୋଲିଦେଲେ ଅକ୍ଷୟ ପରିଜା, ଜାଣନ୍ତୁ ଏତଲାରେ କଣ ଲେଖିଛନ୍ତି

 
Akhaya parija

ଲେଡ଼ି ବ୍ଲାକମେଲର୍ ଅର୍ଚ୍ଚନା ନାଗଙ୍କ ପାଇଁ ଦିନକୁ ଦିନ ସମସ୍ୟା ବଢ଼ିବାରେ ଲାଗିଛି। କିଛି ଦିନ ତଳେ ତାଙ୍କୁ ଇଡ଼ି ରିମାଣ୍ଡରେ ନେଇ ଜେରା କରୁଥିବା ବେଳେ ଏବେ ଅର୍ଚ୍ଚନାଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା। ଅର୍ଚ୍ଚନା କିପରି ବ୍ଲାକମେଲ୍ ଏବଂ ଚିଟିଂ କରୁଥିଲେ ଏଥିନେଇ ସେ ନିଜ ଏତଲାରେ ସବିଶେଷ ବିବରଣୀ ଦେଇଥିବା ଜଣାପଡିଛି।

Archana

ଗଣମାଧ୍ୟମ ହାତରେ ଏହି ଏତଲାର ଏକ କପି ଲାଗିବା ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାଇ ଅର୍ଚ୍ଚନା ନିଜକୁ ଜଣେ ଆଇନଜୀବୀ ବୋଲି ଅକ୍ଷୟଙ୍କ ଆଗରେ ପରିଚୟ ଦେଇଥିଲେ। ଜଣେ ଯୁବତୀଙ୍କ ସହିତ ଅଶ୍ଲୀଳ ମୁହୂର୍ତ୍ତର ଭିଡ଼ିଓ ତାଙ୍କ ପାଖରେ ରହିଥିବା ଅର୍ଚ୍ଚନା କହିଥିଲେ। ସମ୍ମାନ ହାନି ହେବା ଭୟରେ ସେ ତାଙ୍କୁ ଦେଖା କରିବାକୁ ଯାଇଥିବା ଅକ୍ଷୟ କହିଛନ୍ତି।

Akhaya parija

ପ୍ରଥମ ଥର ପାଇଁ ଭୁବନେଶ୍ବରର ଶ୍ୟାଣ୍ଡି ଟାୱାରରେ ସେ ଅର୍ଚ୍ଚନାଙ୍କ ସହିତ ଦେଖା କରିବାକୁ ଯାଇଥିବା ଅକ୍ଷୟ ସୂଚନା ଦେଇଛନ୍ତି। ସେଠାରେ ଅର୍ଚ୍ଚନା ତାଙ୍କୁ ୩ କୋଟି ଟଙ୍କା ଦାବି କରିଥିଲେ। ଏହି ଟଙ୍କା ନ ଦେଲେ ତାଙ୍କ ଅନ୍ତରଙ୍ଗ ଭିଡ଼ିଓ ଲିକ୍ କରାଯିବା ସହିତ ହତ୍ୟା ଧମକ ମଧ୍ୟ ଦେଇଥିବା ଅକ୍ଷୟ କହିଛନ୍ତି।