ମୃତ୍ୟୁ ପୂର୍ବରୁ ଅଭିନେତ୍ରୀ ରାଜେଶ୍ୱରୀଙ୍କ ସହ କ’ଣ ଘଟିଥିଲା, କୋହଭରା କଣ୍ଠରେ ସ୍ୱାମୀ କହିଲେ ଏମିତି, ଦେଖନ୍ତୁ ଭିଡ଼ିଓ

 
Rajeswari

ଆରପରିରେ ଓଡ଼ିଆ ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ର। ରାଜେଶ୍ୱରୀ ଦୀର୍ଘ ଦିନ ଧରି କ୍ୟାନ୍ସର ଦ୍ୱାରା ଆକ୍ରାନ୍ତ ହୋଇ ଚିକିତ୍ସାଧିନ ରହିଥିଲେ। ଗତକାଲି ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ହିଁ ବିଳମ୍ବିତ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡିଛି।

Rajeswari

ମାତ୍ର ୩୬ ବର୍ଷ ବୟସରେ ତାଙ୍କ ବିୟୋଗ ହୋଇଥିବା ବେଳେ ଏହାକୁ ନେଇ ସାରା ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ଏଥିସହିତ ନିଜ ସ୍ତ୍ରୀଙ୍କୁ ହରାଇ ରାଜେଶ୍ୱରୀଙ୍କ ସ୍ୱାମୀ ଦୁଃଖରେ ଭାଙ୍ଗି ପଡିଛନ୍ତି। କୋହଭରା କଣ୍ଠରେ ସେ କହିଛନ୍ତି ଯେ,"ମଝିରେ ମଝିରେ ତାଙ୍କ ଦେହ ଖରାପ ହେଉଥିଲା। ତେବେ ଚିକତ୍ସା ପରେ ପୁଣି ସେ ଠିକ୍‌ ହୋଇଯାଉଥିଲେ। ହେଲେ ଏଥର ତାଙ୍କୁ ହସ୍ପିଟାଲ୍‌ ଆଣିବାରେ ଟିକେ ବିଳମ୍ବ ହୋଇଯାଇଥିଲା। ଗତକାଲି ଅପରାହ୍ଣରେ ରାଜେଶ୍ୱରୀଙ୍କ ମୁଣ୍ଡ ବିନ୍ଧା ହେବାରୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। କିନ୍ତୁ, ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇପାରିନଥିଲା"।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜେଶ୍ୱରୀ ଓଡ଼ିଆ ଟିଭି ଜଗତରେ ବେସ୍ ଲୋକପ୍ରିୟ ଥିଲେ। ତରଙ୍ଗ ଧାରାବାହିକ ‘ଉଆଁସି କନ୍ୟା’ରେ ଅଳକା ଚରିତ୍ର ତାଙ୍କୁ ଘରେ ଘରେ ପରିଚିତ କରାଇ ପାରିଥିଲା। ୨୦୧୮ ମସିହାରେ ସେ କର୍କଟ ରୋଗରେ ପୀଡିତ ଥିବା ଜଣାପଡିଥିଲା। ଚିକିତ୍ସା ପରେ ସେ ଭଲ ହୋଇଯାଇଥିଲେ ହେଁ ମଝିରେ ମଝିରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ରହୁଥିଲା। ନିଜର ସ୍ୱତନ୍ତ୍ର ଉପସ୍ଥାପନା ଶୈଳୀ ପାଇଁ ସେ ବେସ୍ ଲୋକପ୍ରିୟ ଥିଲେ।